ବଢ଼ିଛି ହଳଦୀପତ୍ରର ଚାହିଦା, ହ୍ରାସ ପାଉଛି ହଳଦୀ ଅମଳ

ଦାରିଙ୍ଗବାଡି, ୩ା୧୨ (ଅରୁଣ ସାହୁ)ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେମିତି ପରିଚିତ ସେମିତି ଜୈବିକ ହଳଦୀ ଚାଷ ପାଇଁ ବିଶ୍ୱ ବିକ୍ଷାତ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ସବୁଠି ରହିଛି। ହଳଦିରେ ଥିବା କୁରକୁମିନ କ୍ୟାନ୍ସର ଭଳି ରୋଗପ୍ରତିଷେଧକ ଶକ୍ତି ଭଳି କାର୍ଯ୍ୟ କରେ ବୋଲି ଡାକ୍ତରମାନେ କୁହନ୍ତି ତେବେ ଆଉ ଦୁଇ ମାସ ପରେ ହଳଦୀ ଅମଳ ହେବାକୁ ରହିଥିବା ବେଳେ ତାର ପତ୍ରକୁ ହଳଦୀ ଅମଳ ପୂର୍ବରୁ ବିକ୍ରୀ କରିଦିଆଯାଉଛି। ଫଳରେ ହଳଦୀ ଚାଷ ଏବେ ସଙ୍କଟରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଯେଉଁମାନେ ଏଥିରେ ସତର୍କ ଅବଲମ୍ବନ କରୁଛନ୍ତି ସେମାନେ ଏହି ପତ୍ର ବିକ୍ରି କରୁନଥିବା ଜଣାପଡିଛି। ଏହି ପତ୍ରରେ ସୁସ୍ବାଦ ପିଠା ପ୍ରସ୍ତୁତ ପାଇଁ ସାରା ରାଜ୍ୟ ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରେ ଏହାର ଚାହିଦା ରହିଛି। ମଙ୍ଗଳବାର ପ୍ରଥମାଷ୍ଟମୀ ପର୍ବ ରହିଥିବା ବେଳେ ଏବେ ଏହି ପତ୍ର ସଂଗ୍ରହ କରି ଚାଷିମାନେ ବିକ୍ରି କରିବା ଆରମ୍ଭ କରିଛନ୍ତି। ତେବେ ଦଲାଲମାନେ ଅତି ଶସ୍ତାରେ ପ୍ରତିବର୍ଷ ଏହି ପତ୍ରକୁ ସିଧା ଚାଷୀଙ୍କ ହଳଦୀ କ୍ଷେତରୁ କିଣି ନେଇଥାନ୍ତି। ୧ ଶହ ପତ୍ର ଅର୍ଥାତ ୨୦ଟି ବିଡାରେ ଏହି ପତ୍ର ବାନ୍ଧଯାଇଥାଏ, ଯାହାକୁ ଦଲାଲମାନେ ମାତ୍ର ୨୦ ଟଙ୍କାରେ କିଣି ନେଇ ଭୁବନେଶ୍ୱରରେ ଉଚ୍ଚ ଦରରେ ବିକ୍ରି କରିଥାନ୍ତି। ଜଣେ ଚାଷି ଦିନ ତମାମ ପରିବାର ସହ ମିଶି ହଳଦୀ ପତ୍ର କ୍ଷେତରୁ କାଟି ସଂଗ୍ରହ କରି ମାତ୍ର ଦିନକୁ ୨ ଶହରୁ ୩ ଶହ ଟଙ୍କା ରୋଜଗାର କରିଥାନ୍ତି। ସେପଟେ ଏହି ପତ୍ର ହଳଦୀ ଅମଳର ବହୁ ପୂର୍ବରୁ ଚାଷି କାଟି ବିକ୍ରୀ କରୁଥୁବାରୁ ହଳଦୀ ଅମଳରେ ଧୀରେ ଧୀରେ ହ୍ରାସ ପାଉଛି। ପୂର୍ବ ଭଳି ହଳଦୀ ଅମଳ ଓ ତାର ଗୁଣ ବତ୍ତା ନଷ୍ଟ ହେବାରେ ଲାଗିଥିବା କୁହାଯାଉଛି। ଫଳରେ ହଳଦୀର ଦର ବି ହ୍ରାସ ପାଉଥିବା କେତେକ ଚାଷି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?