ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି ଜୋର ଧରିଛି । ଏହି ଦୁଇ ଛକ ଦେଇ ଦୈନଦିନ ଶହ ଶହ ସ୍କୁଲ ଛାତ୍ରୀଛାତ୍ର ଯାତାୟାତ କରୁଛନ୍ତି । ଏଥିସହ ଗଞ୍ଜାମ ବାଇପାସ ଦେଇ ଗ୍ରାସୀମ କମ୍ପାନୀକୁ ଶହ ଶହ କର୍ମଚାରୀ ଯିବା ଆସିବା କରନ୍ତି । ଉଭୟ ପଟରୁ ହଜାର ହଜାର ଟ୍ରକ୍‌ ବସ୍‌ ଯିବା ଆସିବା କରୁଛନ୍ତି । ଏଥିପାଇଁ ଅଧିକାଂଶ ସମୟରେ ଉଭୟ ଛକ ଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନାଜିର ରହିଛି । ଗତ କିଛି ଦିନ ତଳେ ଜୟଶ୍ରୀ ଛକଠାରେ ଗୋଟେ ଅଟୋ ରୋଡ଼ ପାସ୍‌ କରୁଥିବା ସମୟରେ ଟ୍ରକ ଧକ୍କା ଦେଇଥିଲା । ସେହିପରି ଶନି ମନ୍ଦିର ଛକଠାରେ ମଧ୍ୟ ଜଣେ ବାଇକ ଆରୋହୀକୁ ଟ୍ରକ୍‌ ଧକ୍କା ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲା । ଏଥିପାଇଁ ଦୁଇ ଛକରେ ଓଭର ବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ବିନୋଦ ମହାପାତ୍ର ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଗଞ୍ଜାମ ସହର ବାସୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଏଠାରେ ଓଭର ବ୍ରିଜ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି । ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତା’ହେଲେ ସହରବାସୀଙ୍କ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ଅନ୍ୟପଟେ ଉଭୟ ଛକରେ ଓଭର ବ୍ରିଜ ନିର୍ମାଣ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଯୁବ ସ୍ବେଚ୍ଛାସେବୀ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri