Posted inଖେଳ

ନିର୍ଣ୍ଣାୟକ ଦିନିକିଆ: ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ

ପୁଣେ,୨୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଘରୋଇ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବରସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ଓ ଟି୨୦ ସିରିଜ ବିଜୟ ପରେ ଦିନିକିଆ ଶୃଙ୍ଖଳା ଜିତିଲେ ଭାରତ ବିରଳ ହ୍ୟାଟ୍ରିକ ଅର୍ଜନ କରିବ। ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ଜିତି ଭାରତକୁ କଡ଼ା ଜବାବ ଦେଇଛି। ବଡ଼ ସ୍କୋର ହାସଲ କରିଥିଲେ ମଧ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଗରେ ଭାରତୀୟ ବୋଲର ମାମୁଲି ସାବ୍ୟସ୍ତ ହୋଇଥିଲେ ଓ ଦିଶାହୀନ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲରଙ୍କ ପାଖରେ କୌଣସି ଉତ୍ତର ନ ଥିଲା।
ଦ୍ୱିତୀୟ ମ୍ୟାଚ୍‌ର ବ୍ୟାଟିଂ ଉଇକେଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ୨୦ଟି ଛକା ମାରିଥିଲେ ଓ ୩୩୭ ରନର ଟାର୍ଗେଟକୁ ଅତି ସହଜରେ ପୂରଣ କରିଥିଲେ। ଦୁଇ ସ୍ପିନର କୁଲଦୀପ ଯାଦବ ଓ କୃନାଲ ପାଣ୍ଡ୍ୟା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅଧିନାୟକ କୋହଲି ଅବଶ୍ୟ ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ କରିଥିବେ। ଜନି ବେୟାରଷ୍ଟୋ ଓ ବେନ୍‌ ଷ୍ଟୋକ୍ସ ଭାରତୀୟ ବାମହାତୀ ରିଷ୍ଟ ଓ ଅର୍ଥୋଡକ୍ସ ସ୍ପିନରଙ୍କୁ ନିର୍ମମ ପ୍ରହାର କରିଥିଲେ।
ବୋଲିଂରେ ରିଷ୍ଟ ସ୍ପିନର କୁଲଦୀପ ୮ଟି ଛକା ଦେଇ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଥିଲେ। ଯେକୌଣସି ଭାରତୀୟ ବୋଲରଙ୍କ ପାଇଁ ଏହା ଏକ ରେକର୍ଡ। ପ୍ରଥମ ମ୍ୟାଚ୍‌ରେ କୁଲଦୀପ ୬୪ ଓ ଦ୍ୱିତୀୟରେ ୮୪ ରନ ବ୍ୟୟ କରିଥିଲେ। ସେହିପରି ମାତ୍ର ୬ ଓଭର ବୋଲିଂ କରି କୃନାଲ ପାଣ୍ଡ୍ୟା ୭୨ ରନ ବ୍ୟୟ କରିଥିଲେ। ଓଭର ପିଛା ସେ ୧୨ ରନ ବ୍ୟୟ କରିଥିଲେ। ଅନ୍ତିମ ମ୍ୟାଚ୍‌ରେ ଏହି ଦୁଇ ଖେଳାଳିଙ୍କ ବଦଳରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଖେଳାଯାଇପାରେ। ସୁନ୍ଦର ଭଲ ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଦମ୍‌ ଦେଖାଇବାରେ କ୍ଷମତା ରଖନ୍ତି। ଚହଲ ଏବେ ଶ୍ରେଷ୍ଠ ଫର୍ମରେ ନ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିରେ ତାଙ୍କୁ ଅଣଦେଖା କରିହେବନାହିଁ। କୃନାଲ ଭଲ ବ୍ୟାଟିଂ କରିବାର ଦକ୍ଷତା ରଖୁଥିଲେ ମଧ୍ୟ ବାମହାତୀ ସ୍ପିନର ହୋଇଥିତ୍ବାରୁ ଦଳରେ ସ୍ଥାନ ନ ପାଇପାରନ୍ତି।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ୩୩୭ ରନ ଆଦୌ ଖରପ ନ ଥିଲା ବୋଲି କୁହାଯାଇପାରେ। ଭାରତ ଏବେ ଇନିଂସ ତିଆରି କରିବାରେ ତା’ର ରଣନୀତିରେ ପରିବର୍ତ୍ତନ କରିବ। ଶେଷ ୧୫ ଓଭରରେ ଭାରତ ସବୁବେଳେ ଦ୍ରୁତଗତିରେ ରନ ସଂଗ୍ରହ କରିଥାଏ ଓ ଏହା ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱ ନେବାଠାରୁ ଦେଖାଯାଇଛି।
ଗତ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଚାମ୍ପିୟନ ଭଳି ଖେଳିଥିଲା। ବ୍ୟାଟିଂ ଉଇକେଟରେ ଇଂଲଣ୍ଡର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଶଂସନୀୟ ଥିଲା। ଅବଶ୍ୟ ଏହି ଟ୍ରାକ୍‌ରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପାଓ୍ବାର- ହିଟିଂ କ୍ଷମତା ବଳରେ ବିସ୍ଫୋରକ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲେ। କ୍ରମାଗତ ଦୁଇଟି ଇନିଂସରେ କୋହଲି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦୀର୍ଘଦିନ ଧରି ଶତକ ହାସଲ କରି ନ ଥିବାରୁ ସେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାର ଆବଶ୍ୟକତା ରହିଛି। ତେବେ ରେକର୍ଡ କିମ୍ବା ମାଇଲଖୁଣ୍ଟ ଅତିକ୍ରମ କରିବା ମୋର ଲକ୍ଷ୍ୟ ନୁହେଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଶତକ ହାସଲ କରିବାକୁ କେବେ ବି କ୍ୟାରିୟରରେ ପ୍ରୟାସ କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷଥର ପାଇଁ କୋହଲି ଦିନିକିଆରେ ୨୦୧୯ ଅଗଷ୍ଟରେ ଶତକ ଅର୍ଜନ କରିଥିଲେ। ବ୍ୟକ୍ତିଗତ ଭାବେ ଶତକ ହାସଲ କରିବା ଅପେକ୍ଷା ଦଳ ଜିତିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୋହଲି କହିଛନ୍ତି।
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିନିଶର ଭୂମିକାରେ ତାଙ୍କର ପ୍ରଦର୍ଶନ ଜାରିରଖିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏ ନେଇ କେତୋଟି ପ୍ରଶ୍ନ ରହିଛି। ଗତ ଟି୨୦ ସିରିଜରେ ସେ କେତେ ଓଭର ବୋଲିଂ କରୁଥିବାର ଦେଖାଯାଇଥିଲା। ସେହିପରି ଦିନିକିଆରେ ସେ ବୋଲିଂ କରିବାର ଆବଶ୍ୟକତା ରହିଛି। ଦ୍ରୁତ ବୋଲିଂରେ ଶାର୍ଦ୍ଦୁଳ ଠାକୁରଙ୍କୁ ବିଶ୍ରାମ ଦିଆଗଲେ ଭୁବନେଶ୍ୱର କୁମାର, ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ଦାୟିତ୍ୱରେ ରହିବେ। ସେହିପରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ। ତେବେ କ୍ରିଷ୍ଣାଙ୍କୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ।
ଅପରପକ୍ଷରେ ଦେଖିବାକୁ ଗଲେ ବିଜୟ ହାସଲ ପରେ ଇଂଲଣ୍ଡ ଆତ୍ମବିଶ୍ୱାସ ବୃଦ୍ଧିପାଇଛି। ବେନ୍‌ ଷ୍ଟୋକ୍ସ ଫର୍ମକୁ ଫେରିବା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ପୂର୍ବରୁ ଷ୍ଟୋକ୍ସ ସଂଘର୍ଷ କରୁଥିବାର ଲକ୍ଷ୍ୟ କରାଯାଇଥିଲା। ରବିବାର ମ୍ୟାଚ ଆୟୋଜନ ହେବାକୁ ଥିବାରୁ ଏହା ରୋମାଞ୍ଚକ ହେବ। ମ୍ୟାଚ ସହ ସିରିଜ ଜିତି ଭାରତ ଦେଶବାସୀଙ୍କୁ ହୋଲି ପାଇଁ ବିଜୟ ଭେଟି ତଥା ଉପହାର ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟକିପର), ଲୋକେଶ ରାହୁଲ (ଉଇକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।
ଇଂଲଣ୍ଡ ଦଳ: ଜୋଶ ବଟଲର (ଅଧିନାୟକ), ମୋଇନି ଅଲି, ଜନି ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ସାମ କୁରାନ, ଟମ୍‌ କୁରାନ, ଲିଆମ ଲିଭିଙ୍ଗଷ୍ଟୋନ, ମ୍ୟାଟ୍‌ ପାର୍କିନସନ, ଆଦିଲ ରସିଦ, ଜାସନ ରୟ, ବେନ ଷ୍ଟୋକ୍ସ, ରିସି ଟୋପ୍ଲେ, ମାର୍କ ଉଡ, ଡାଓ୍ବିଡ ମଲାନ। କଭର ଖେଳାଳି: ଜ୍ୟାକ ବଲ, କ୍ରିସ୍‌ ଜୋର୍ଡାନ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧.୩୦
ସ୍ଥାନ: ଏମ୍‌ସିଏ ଷ୍ଟାଡିୟମ, ପୁଣେ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri