ନିର୍ଣ୍ଣାୟକ ହେବେ ୩୦,୭୮୯ ନୂଆ ଭୋଟର

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦଶରଥପୁର ଓ ବଡ଼ଚଣା ବ୍ଲକର ୯ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୭୮ ପଞ୍ଚାୟତରେ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଶରଥପୁର ଓ ବଡ଼ଚଣା ବ୍ଲକରେ ମୋଟ ଭୋଟରଙ୍କ ସଂଖ୍ୟା ୩,୪୦,୧୮୫ ଥିଲା। ଏଥର ୩,୭୦,୯୭୪ ଭୋଟର ୧୧୨୯ବୁଥ୍‌ରେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏହି ୫ ବର୍ଷ ମଧ୍ୟରେ ୩୦,୭୮୯ ନୂଆ ଭୋଟର ତାଲିକାଭୁକ୍ତ ହୋଇଛନ୍ତି। ସେହି ଭୋଟରମାନେ ଜିଲା ପରିଷଦ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ମତ ପ୍ରକାଶ ପାଇଛି।
ଅନ୍ୟପକ୍ଷେ ଦଶରଥପୁର ବ୍ଲକ୍‌ର ୪୯୨ ବୁଥ୍‌ରୁ ୫୬ ଉତ୍ତେଜନା ଓ ୩୦ ଅତି ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି। ସେହିପରି ବଡ଼ଚଣା ବ୍ଲକର ୬୩୭ ବୁଥ୍‌ରୁ ୧ଶହ ଉତ୍ତେଜନା ପ୍ରବଣ ବୁଥ୍‌ ରହିଛି। ଏହି ବ୍ଲକରେ ଅତି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ ହୋଇନାହିଁ। ଦଶରଥପୁର ବ୍ଲକର ୩୫ ପଞ୍ଚାୟତ ୧୫୪ ଗ୍ରାମର ୧୭୫୯୮୯ ଭୋଟର ୩୫ ଜଣ ସରପଞ୍ଚ ଓ ସମିତି ସଭ୍ୟ, ୪ ଜିଲା ପରିଷଦ ଓ ୪୯୨ ୱାର୍ଡ ମେମ୍ବରଙ୍କୁ ନିର୍ବାଚିତ କରିବେ। ସେହିପରି ବଡ଼ଚଣା ବ୍ଲକର ୪୩ ପଞ୍ଚାୟତର ୨୬୩ ଗ୍ରାମର ୧୯୪୯୮୫ ଭୋଟର ୪୩ ସରପଞ୍ଚ ଓ ସମିତି ସଭ୍ୟ, ୫ ଜିଲା ପରିଷଦ ଓ ୬୩୭ ୱାର୍ଡ ମେମ୍ବରଙ୍କୁ ନିର୍ବାଚିତ କରିବେ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ବ୍ୟାପକ ହିଂସାକାଣ୍ଡ ସମେତ ବୁଥ୍‌ କ୍ୟାପ୍‌ଚରିଂ ଓ ବୋମାମାଡ଼ ହୋଇଥିଲା ା ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ସେହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ତାହା ଉପରେ ପୋଲିସ ତୀକ୍ଷ୍‌ଣ ନଜର ରଖିଛି।
ଦଶରଥପୁର ବ୍ଲକର ୪ ଜିଲା ପରିଷଦ ଜୋନ୍‌ରେ ବିଜେଡି ଓ ଭାଜପାର ଲଢେଇ ହେଉଛି। ସେଠାରେ ପୂର୍ବଭଳି ଭାଜପା ସେତେଟା ସକ୍ରିୟ ନ ଥିବା ମନେହେଉଛି। ତେଣୁ ବିଜେଡି ପାଇଁ ନିର୍ବାଚନୀ ବୈତରଣୀ ପାର ହେବା ଅତି ସହଜ ହେବ ବୋଲି ଚର୍ଚ୍ଚା ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଏଠାରେ ଆଖିଦୃଶିଆ ସଫଳତା ପାଇଥିଲା। ୭ନଂ. ଜୋନ୍‌ରେ ବିଜେଡିକୁ ୧୨,୮୪୩ ଭୋଟ ମିଳିଥିଲାବେଳେ ଭାଜପାକୁ ୧୫,୬୯୦ ଭୋଟ ମିଳିଥିଲା। ଏଠାରେ ଭାଜପାର ମାମିନା ମଲ୍ଲିକ ବିଜୟୀ ହୋଇଥିଲେ। କଂଗ୍ରେସ ସମସ୍ତ ୪ ଜୋନ୍‌ରେ ଅମାନତ ହରାଇଥିଲା। ହେଲେ ଇତିମଧ୍ୟରେ ମାମିନା ଭାଜପା ଛାଡି ବିଜେଡିରେ ଯୋଗଦେଇ ୬ନଂ. ଜିଲାପରିଷଦ ଜୋନ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକରେ ଏଥର ୧୫ ପ୍ରାର୍ଥୀ ଅଛନ୍ତି। ୧୦,୧୫୧ ଭୋଟର ନୂଆ ଭାବେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଗତ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ହାରଜିତର ବ୍ୟବଧାନ ପ୍ରାୟ ୬ ହଜାରରୁ ୩ ହଜାର ପର୍ଯ୍ୟନ୍ତ ରହିଥିଲା। ତେଣୁ ଏହି ନୂଆ ଭୋଟରଙ୍କ ଉପରେ ଏଥର ହାରଜିତ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି। ତଥାପି ଗତ ନିର୍ବାଚନରେ ଭାଜପାର ଭୋଟ ହାର ବୃଦ୍ଧି ବିଜେଡିକୁ ଏଥର ଚିନ୍ତାରେ ପକାଇଛି। ଭାଜପା ମଧ୍ୟ ଲୋକଙ୍କ ଆସ୍ଥାଭାଜନ ହେବାକୁ ସମସ୍ତ କୌଶଳ ଆପଣାଉଛି। ତେଣୁ ଉଭୟ ଦଳ ପକ୍ଷରୁ ଏହି ବ୍ଲକର କେତେକ ସ୍ଥାନରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଇଛି। ଏଥିମଧ୍ୟରୁ ୩ ଜୋନ୍‌ରେ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରତିନିଧିତ୍ୱ କରୁଥିବାବେଳେ ୭ ନମ୍ବର ଜୋନ୍‌ରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରଚାରର ମଙ୍ଗ ଧରିଛନ୍ତି। ଏଣୁ ଜେନତେନ ପ୍ରକାରେଣ ଏହି ୪ ଜୋନ୍‌କୁ ଅକ୍ଷୁଣ୍ଣ ରଖିବା ପାଇଁ ଉଭୟଙ୍କ ସମର୍ଥକ ରାତିଦିନ ଏକ କରିଦେଇଥିବା ଦେଖିବାକୁ ମିଳିଛି। ଏହା ୨ ପ୍ରଭାବଶାଳୀ ନେତାଙ୍କ ସମ୍ମାନର ପ୍ରଶ୍ନ ହେବ ବୋଲି ମତ ପ୍ରକାଶ ପାଇଛି।
ବଡ଼ଚଣା ବ୍ଲକର ୫ ଜିଲା ପରିଷଦ ଆସନକୁ ୨୦୧୭ ନିର୍ବାଚନରେ ବିଜେଡି ହାତେଇଥିଲା। ଏଥର ଏହି ବ୍ଲକରେ ୨୦, ୬୩୮ ନୂଆ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେଣୁ କେଉଁ ଆଡକୁ ଏହି ନୂଆ ଭୋଟର ମୁହଁାଛନ୍ତି ତାହା ପଞ୍ଚାୟତ ନିର୍ବାଚନର ଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଏଠାରେ ମାତ୍ର ୧୫୦୦ ଭୋଟ ପଛରେ ରହିଥିଲା। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏଠାରେ ପ୍ରଚାରର ମଙ୍ଗ ଧରିଛନ୍ତି। ଅନ୍ୟପକ୍ଷେ ଭାଜପା ନେତା ଅମର ନାୟକ ବିଧାନସଭା ନିର୍ବାଚନ ପରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସେତେଟା ଧ୍ୟାନ ଦେଇ ପାରିନାହାନ୍ତି। ତେଣୁ ଏହି ନିର୍ବାଚନରେ ଫଳାଫଳକୁ ନେଇ ଉଭୟ ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri