ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି: ଜିଲାପାଳ କହିଲେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅବହେଳା ଯୋଗୁ ମତ୍ୟୁ ସଂଖ୍ୟା  ୬କୁ ବୃଦ୍ଧି ହୋଇଥିବା  ଅଭିଯୋଗ ଆସିଛି। ସେଥି ମଧ୍ୟରୁ ସର୍ଜରୀ ଆଇସିୟୁରେ ରହି ଚିକିତ୍ସା ହେଉଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ରହିଥିବା ୩ ରୋଗୀଙ୍କ ମୃତ୍ୟୁ ଘଟିଛି। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁ ଆଇସିୟୁ ସର୍ଜରୀରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଆୟିସିୟୁ ସର୍ଯରୀରେ ମୃତ୍ୟୁ ବରଣ କରିଥିବା ଭଗବାନ ପରଜା ଏଂ ଶୁକ୍ରା ମାଝି ପୁରୁଷ ରୋଗୀ ହୋଇଥିବା ବେଳେ ଜଣେ ମହିଳା ରୁକୁଣି ପେଣ୍ଟିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସେହିପରି ୱାର୍ଡରେ ଚିକିତ୍ସିତ ହେଉଥିବା ବତି ଖରା, ଜଗନ୍ନାଥ ପୂଜାରୀ  ଓ ଫୁଲମତି ମାଝିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ୱାର୍ଡରେ ଚିକିତ୍ସିତ ହେଉଥିବା ଦୁଇ ମହିଳାଙ୍କ ଜଣେ ପୁରୁଷଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି  ତାହା ଜଣା ପଡିନାହିଁ। ଆଇସିୟୁ ସର୍ଜରୀରେ ମତ୍ୟୁ ହୋଇଥିବା ତିନି ରୋଗୀଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ବ୍ୟବଚ୍ଛଦ ହେବାପରେ ମତ୍ୟୁର କାରଣ ଜଣାପଡିବ ଓ  ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୁଚନା ମିଳିଛି।
ନ୍ୟପକ୍ଷେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥି ପାଇଁ ପୋଲିସ ମୁତୟନ କରାଯାଇଛି। କେଉଁ ପରିସ୍ଥିତିରେ ୬ ଜଣ ରୋଗୀଙ୍କ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ମତ୍ୟୁ ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ରୋଗୀ ମୃତ୍ୟୁକୁ ନେଇ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି ଜିଲାପାଳ ଭି କିର୍ତ୍ତିୀ ଭାସନ ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ...

ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା…

ଢେଙ୍କାନାଳ,୨୩।୬(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା...

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ):  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର...

ଯୁବପିଢ଼ିଙ୍କୁ ପଛରେ ପକାଇଦେବେ ୮୦ ବର୍ଷୀୟା ବୃଦ୍ଧା, ଶାଢ଼ି ପିନ୍ଧି ଚଲାଇଲେ ଟ୍ରାକ୍ଟର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର...

ଅପରେଶନ ପରେ କେମିତି ଅଛନ୍ତି ନବୀନ: ବଡ଼ ଭାଇ ପ୍ରେମ ପଟ୍ଟନାୟକ କହିଲେ…

ଭୁବନେଶ୍ୱର,୨୩।୬: ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, କହିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଅପରେଶନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରେମ୍‌।...

ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…

ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ...

ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା

ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ...

ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ…

ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri