ସମ୍ବଲପୁର ଜିଲାର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ସମ୍ବଲପୁର,୧୨।୮(ବ୍ୟୁରୋ): ସମ୍ବଲପୁର ଜିଲାରେ ପ୍ରଥମ କରୋନା ଯୋଦ୍ଧା ରେଙ୍ଗାଲି ଥାନାର କନଷ୍ଟେବଳ ପେଟ୍ରସ ଟିଗା (୪୦)ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ସେ ହଠାତ୍‌ ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ବୁର୍ଲା ମେଡିକାଲ ନିଆଯାଇଥିଲା। ସେଠାରେ କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ ତୁରନ୍ତ ବୁର୍ଲା କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥଲା। ଅପରାହ୍ନରେ ରିଜର୍ଭ ପଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଜୟନାରାୟଣ ପଙ୍କଜ, ଜିଲାପାଳ ଶୁଭମ୍‌ ସକ୍‌ସେନା, ଏସ୍‌ପି କନୱର ବିଶାଳ ସିଂ, ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପେଟ୍ରସ ଅଗଷ୍ଟ ୭ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ ଚିକିତ୍ସା ପାଇଁ ଅଇଁଠାପାଲି ମେଡିକାଲକୁ ଆସିଥିଲେ। ତାଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସେ ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

ହାତରେ ଗୋଟିଏ ଉଇକେଟ୍‌, ଦରକାର ୮୮ ରନ୍‌; ତଥାପି ହାର୍‌ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’

ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି…

‘ମନ୍‌ କି ବାତ୍‌’ର ୧୨ ବର୍ଷର ଯାତ୍ରା

ନୂଆଦିଲ୍ଲୀ, ୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨ବର୍ଷର ଯାତ୍ରାକୁ ଏକ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କରିଛନ୍ତି।…

୯ମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଏନ୍‌ସିଇଆର୍‌ଟି ଆରମ୍ଭ କଲା ୨୦ ଘଣ୍ଟିଆ ଏଆଇ ମଡ୍ୟୁଲ

ନୂଆଦିଲ୍ଲୀ, ୨୬ା୧୦: ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏବେ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ କମ୍ପ୍ୟୁଟେଶନାଲ ଥିଙ୍କିଙ୍ଗ(ସିଟି) ଏବଂ ଏଆଇ ଉପରେ ଆଧାରିତ ଏକ ୨୦ ଘଣ୍ଟିଆ ପ୍ରାରମ୍ଭିକ…

ଖାର୍ଗେଙ୍କ ‘ମୋଦି କା ବାପ୍‌’ ମନ୍ତବ୍ୟକୁ ନେଇ ପାଟନା କାର୍ଯ୍ୟକ୍ରମରେ ହଙ୍ଗାମା

ପାଟନା, ୨୬ା୧୦: ବିହାରର ପାଟନାଠାରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମ୍ବୋଧନ ସମୟରେ ହଙ୍ଗାମା ଘଟିଛି। ଏହି ସମୟରେ ଯେତେବେଳେ ଶ୍ରୋତାଙ୍କ…

ସାରା ୟୁରୋପରେ ବିକ୍ଷୋଭର ଝଡ଼

ପ୍ୟାରିସ୍‌,୨୬ା୧୦: ମହଙ୍ଗାମାଡ଼, ଜୀବନଧାରଣ ବ୍ୟୟ ବୃଦ୍ଧି, ବାସଗୃହ ସମସ୍ୟା ଏବଂ ସରକାରୀ ନୀତି ବିରୋଧରେ ସାରା ଫ୍ରାନ୍ସରେ ଉଠିଥିବା ବିରୋଧ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ପ୍ୟାରିସ୍‌…

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?