ଅବଧିକୁ ୨ ବର୍ଷ ସରିଲାଣି, ବାଇପାସ୍‌ ରାସ୍ତା କାମ ସରୁନି

ପଟ୍ଟାମୁଣ୍ଡାଇ,୧୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବାଇପାସ୍‌ ରାସ୍ତା କାମର ଅବଧି ୨ ବର୍ଷ ହେବ ସରିଥିବା ବେଳେ ପ୍ର୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧା ହୋଇନାହିଁ। ଯେତିକି ବି ନିର୍ମାଣ ହୋଇଛି, ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଥିବା ଲୋକେ ଅଭିଯୋଗ ଉଠାଉଛନ୍ତି। ମାଟିଠାରୁ ଆରମ୍ଭ କରି ଗାର୍ଡଓ୍ବାଲ ଢଳେଇ କାମରେ ବହୁ ଅନିୟମିତତା ହୋଇଥିବା ବେଳେ ରାସ୍ତା କାମ ନିମ୍ନମାନର ହେଉଛି। ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏକାଧିକ ପ୍ରକଳ୍ପ କାର୍ଯ୍ୟରେ ଜଣେ ଠିକାସଂସ୍ଥା ଦୁର୍ନୀତି କରିଥିବା ଲୋକେ ଦାବି କରିଛନ୍ତି। ଅପରପକ୍ଷେ ଠିକାସଂସ୍ଥା ଦ୍ୱାରା ଅଞ୍ଚଳର ଏକାଧିକ ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ମାସ କେଇଟାରେ ଖରାପ ହୋଇଥିବା ପୂର୍ବରୁ ବହୁ ବାର ଧାରଣା ଆନ୍ଦୋଳନ ମଧ୍ୟ ହୋଇଛି। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାବେଳେ ଠିକାସଂସ୍ଥା ବହୁ କାର୍ଯ୍ୟ ହାତକୁ ନେଇ ଜେନତେନ ପ୍ରକାର କାମ କରୁଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଭିଜିଲାନ୍ସରେ ଦାବି କରିଛନ୍ତି।
ଲୋକଙ୍କ କହିବା ଅନୁଯାୟୀ, ଭିତରକନିକାକୁ ଏକ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ୨୦୨୩ରେ ୧୭.୨୯ କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ୨୧ କୋଟିକୁ ବୃଦ୍ଧି କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ଶିବ ପ୍ରସାଦ ପରିଡ଼ା ଟେଣ୍ଡର ପାଇ ବାଇପାସ୍‌ ରାସ୍ତାର କାର୍ଯ୍ୟ ଆରମ୍ଭ କରିଥିଲେ। ଚୁକ୍ତିନାମା ଅନୁଯାୟୀ, ପୁରୁଣା ବାଇପାସ୍‌ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ୪.୦୯୭ କି.ମି. ରାସ୍ତା ପାଇଁ ପ୍ରାୟ ୩୦.୯୭୯ ଘନମିଟର ମାଟି ବ୍ୟବହାର ନେଇ ଏଷ୍ଟିମେଟ୍‌ର ଥିବା ତତ୍କାଳୀନ ଯନ୍ତ୍ରୀ ସୂଚନା ଦେଇଥିଲେ। ମାତ୍ର ଠିକାସଂସ୍ଥା ଏହି ପ୍ରକଳ୍ପରେ ନିକଟସ୍ଥ ରାସ୍ତାପାଶର୍‌ବ, କେନାଲ, ନୟନଯୋରି ଓ ବିଲରୁ ମାଟି ଉଠାଇ ମସୁଧା କରି ବିଲ୍‌ ଉଠାଇ ନେଇଛନ୍ତି। ଏହି ପ୍ରକଳ୍ପରେ ବାଲିଆ ମାଟି ପରିବର୍ତ୍ତେ କେନାଲର ମାଟି ଓ ଦକ୍ଷିଣ ପାର୍ଶ୍ୱ ନୟନଯୋରିର ପଙ୍କକୁ ରାସ୍ତାରେ ପକାଇଥିବା ନେଇ ସେତେବେଳେ ଘୋର ଅଭିଯୋଗ ହୋଇଥିଲା, ଯାହା ରାସ୍ତା ଧସିବା ଓ ଫାଟିବା ସମ୍ଭାବନା ଅଧିକ ରହିଛି। କେନାଲ ପାର୍ଶ୍ୱକୁ ନିମ୍ନମାନର ୱାଲ୍‌ କରାଯାଇଛି। ଏଭଳି ପ୍ରକ୍ରିୟାରେ ରାସ୍ତା କାର୍ଯ୍ୟ କରିବାକୁ ନିୟମ ନ ଥିବା ବେଳେ ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କୁ ହାତବାରିସି କରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଆସୁଛି। କେନାଲ ଭିତରୁ ଠିକାଦାର ବେଆଇନ ମାଟି ଉଠାଇ ନେଇଛନ୍ତି। କେନାଲ ଭିତରେ ଆଉ ଏକ ନୂତନ ଧାର ସୃଷ୍ଟି ହୋଇଛି। ଫଳରେ ପାଟ କେନାଲ ଓ କଲଭର୍ଟରୁ ଜମିକୁ ଜଳ ପରିଚାଳନା ହୋଇପାରୁନି। ଚଳିତ ଖରିଫ ଋତୁରେ ୧୦ ହଜାର ହେକ୍ଟର ଚାଷଜମିକୁ କେନାଲ ଜଳ ପରିଚାଳନା ହେବାରେ ତ୍ରୁଟି ବାହାରିଥିଲା। ଏପରି ଚାଷଜମିକୁ ଜଳ ଯୋଗାଣ ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ସ୍ଥାନୀୟ ଚାଷୀ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା କାମର ଅବଧି ୨୧ ଫେବୃଆରୀ ୨୦୨୪ ଥିବାବେଳେ ୨ ବର୍ଷ ହେବ ଶେଷ ହୋଇସାରିଛି।
କଂଗ୍ରେସ ନେତା ମଳୟ ଦାସ, ସତ୍ୟପ୍ରିୟ ସାମଲ କହିଛନ୍ତି, ଉକ୍ତ ଠିକାସଂସ୍ଥା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅନେକ ରାସ୍ତା କାର୍ଯ୍ୟ କରିଥିବାବେଳେ ପ୍ରତ୍ୟେକ ପ୍ରକଳ୍ପ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଆସୁଛି। ପଟ୍ଟାମୁଣ୍ଡାଇ-ରାଜନଗର ଘେରିବନ୍ଧ ରାସ୍ତା ୨୧ କୋଟିରେ ଉକ୍ତ ସଂସ୍ଥା କରିଥିଲେ ମଧ୍ୟ ତାହା ଅଳ୍ପ ଦିନରେ ଖରାପ ହୋଇଗଲା, ଯାହାକୁ ନେଇ ବହୁବାର ଧାରଣା ଆନ୍ଦୋଳନ ମଧ୍ୟ ହୋଇଥିଲା। ସେହିପରି ମାଳିବସାରୁ ଗଣ୍ଡାକିଆ ରାସ୍ତା ଅନୁପଯୋଗୀ ହୋଇ ରହିଛି। ୨୦୨୫ରେ କଖାରୁଣି ପୋଲଠାରୁ ଗଣ୍ଡାକିଆ କେନାଲର ଦକ୍ଷିଣ ପାର୍ଶ୍ୱ ରାସ୍ତା କାମ ପ୍ରାୟ ୧୧ କୋଟି ବ୍ୟୟରେ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ଠିକାସଂସ୍ଥା କରିଥିଲା। ହେଲେ ତାହା ଏବେ ଅନେକ ସ୍ଥାନରେ ଖାଲଖମା ହୋଇପଡ଼ିଛି। ଉକ୍ତ ରାସ୍ତାରେ ସମ୍ପ୍ରତି ଗୋଟିଏ ବି ଗାଡ଼ି ଯାତାୟାତ କରିପାରୁନାହିଁ। ସେହିପରି ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ରାସ୍ତାର ଅବସ୍ଥା ବର୍ଷକ ଭିତରେ ଖାଲଖମାରେ ଭର୍ତ୍ତି ହୋଇଗଲାଣି। ଉକ୍ତ ଠିକାସଂସ୍ଥାର ମନମୁଖି କାର୍ଯ୍ୟ ତଦନ୍ତସାପେକ୍ଷ। ଏଥିପ୍ରତି ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ କେନାଲ ପୋତିବାକୁ ଠିକାଦାରଙ୍କୁ କୁହାଯିବ ଓ ଅନ୍ୟ ରାସ୍ତା ସବୁ ମରାମତି କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri