ଅବଧିକୁ ୨ ବର୍ଷ ସରିଲାଣି, ବାଇପାସ୍‌ ରାସ୍ତା କାମ ସରୁନି

ପଟ୍ଟାମୁଣ୍ଡାଇ,୧୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବାଇପାସ୍‌ ରାସ୍ତା କାମର ଅବଧି ୨ ବର୍ଷ ହେବ ସରିଥିବା ବେଳେ ପ୍ର୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧା ହୋଇନାହିଁ। ଯେତିକି ବି ନିର୍ମାଣ ହୋଇଛି, ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଥିବା ଲୋକେ ଅଭିଯୋଗ ଉଠାଉଛନ୍ତି। ମାଟିଠାରୁ ଆରମ୍ଭ କରି ଗାର୍ଡଓ୍ବାଲ ଢଳେଇ କାମରେ ବହୁ ଅନିୟମିତତା ହୋଇଥିବା ବେଳେ ରାସ୍ତା କାମ ନିମ୍ନମାନର ହେଉଛି। ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏକାଧିକ ପ୍ରକଳ୍ପ କାର୍ଯ୍ୟରେ ଜଣେ ଠିକାସଂସ୍ଥା ଦୁର୍ନୀତି କରିଥିବା ଲୋକେ ଦାବି କରିଛନ୍ତି। ଅପରପକ୍ଷେ ଠିକାସଂସ୍ଥା ଦ୍ୱାରା ଅଞ୍ଚଳର ଏକାଧିକ ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ମାସ କେଇଟାରେ ଖରାପ ହୋଇଥିବା ପୂର୍ବରୁ ବହୁ ବାର ଧାରଣା ଆନ୍ଦୋଳନ ମଧ୍ୟ ହୋଇଛି। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାବେଳେ ଠିକାସଂସ୍ଥା ବହୁ କାର୍ଯ୍ୟ ହାତକୁ ନେଇ ଜେନତେନ ପ୍ରକାର କାମ କରୁଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଭିଜିଲାନ୍ସରେ ଦାବି କରିଛନ୍ତି।
ଲୋକଙ୍କ କହିବା ଅନୁଯାୟୀ, ଭିତରକନିକାକୁ ଏକ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ୨୦୨୩ରେ ୧୭.୨୯ କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ୨୧ କୋଟିକୁ ବୃଦ୍ଧି କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ଶିବ ପ୍ରସାଦ ପରିଡ଼ା ଟେଣ୍ଡର ପାଇ ବାଇପାସ୍‌ ରାସ୍ତାର କାର୍ଯ୍ୟ ଆରମ୍ଭ କରିଥିଲେ। ଚୁକ୍ତିନାମା ଅନୁଯାୟୀ, ପୁରୁଣା ବାଇପାସ୍‌ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ୪.୦୯୭ କି.ମି. ରାସ୍ତା ପାଇଁ ପ୍ରାୟ ୩୦.୯୭୯ ଘନମିଟର ମାଟି ବ୍ୟବହାର ନେଇ ଏଷ୍ଟିମେଟ୍‌ର ଥିବା ତତ୍କାଳୀନ ଯନ୍ତ୍ରୀ ସୂଚନା ଦେଇଥିଲେ। ମାତ୍ର ଠିକାସଂସ୍ଥା ଏହି ପ୍ରକଳ୍ପରେ ନିକଟସ୍ଥ ରାସ୍ତାପାଶର୍‌ବ, କେନାଲ, ନୟନଯୋରି ଓ ବିଲରୁ ମାଟି ଉଠାଇ ମସୁଧା କରି ବିଲ୍‌ ଉଠାଇ ନେଇଛନ୍ତି। ଏହି ପ୍ରକଳ୍ପରେ ବାଲିଆ ମାଟି ପରିବର୍ତ୍ତେ କେନାଲର ମାଟି ଓ ଦକ୍ଷିଣ ପାର୍ଶ୍ୱ ନୟନଯୋରିର ପଙ୍କକୁ ରାସ୍ତାରେ ପକାଇଥିବା ନେଇ ସେତେବେଳେ ଘୋର ଅଭିଯୋଗ ହୋଇଥିଲା, ଯାହା ରାସ୍ତା ଧସିବା ଓ ଫାଟିବା ସମ୍ଭାବନା ଅଧିକ ରହିଛି। କେନାଲ ପାର୍ଶ୍ୱକୁ ନିମ୍ନମାନର ୱାଲ୍‌ କରାଯାଇଛି। ଏଭଳି ପ୍ରକ୍ରିୟାରେ ରାସ୍ତା କାର୍ଯ୍ୟ କରିବାକୁ ନିୟମ ନ ଥିବା ବେଳେ ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କୁ ହାତବାରିସି କରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଆସୁଛି। କେନାଲ ଭିତରୁ ଠିକାଦାର ବେଆଇନ ମାଟି ଉଠାଇ ନେଇଛନ୍ତି। କେନାଲ ଭିତରେ ଆଉ ଏକ ନୂତନ ଧାର ସୃଷ୍ଟି ହୋଇଛି। ଫଳରେ ପାଟ କେନାଲ ଓ କଲଭର୍ଟରୁ ଜମିକୁ ଜଳ ପରିଚାଳନା ହୋଇପାରୁନି। ଚଳିତ ଖରିଫ ଋତୁରେ ୧୦ ହଜାର ହେକ୍ଟର ଚାଷଜମିକୁ କେନାଲ ଜଳ ପରିଚାଳନା ହେବାରେ ତ୍ରୁଟି ବାହାରିଥିଲା। ଏପରି ଚାଷଜମିକୁ ଜଳ ଯୋଗାଣ ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ସ୍ଥାନୀୟ ଚାଷୀ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା କାମର ଅବଧି ୨୧ ଫେବୃଆରୀ ୨୦୨୪ ଥିବାବେଳେ ୨ ବର୍ଷ ହେବ ଶେଷ ହୋଇସାରିଛି।
କଂଗ୍ରେସ ନେତା ମଳୟ ଦାସ, ସତ୍ୟପ୍ରିୟ ସାମଲ କହିଛନ୍ତି, ଉକ୍ତ ଠିକାସଂସ୍ଥା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅନେକ ରାସ୍ତା କାର୍ଯ୍ୟ କରିଥିବାବେଳେ ପ୍ରତ୍ୟେକ ପ୍ରକଳ୍ପ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଆସୁଛି। ପଟ୍ଟାମୁଣ୍ଡାଇ-ରାଜନଗର ଘେରିବନ୍ଧ ରାସ୍ତା ୨୧ କୋଟିରେ ଉକ୍ତ ସଂସ୍ଥା କରିଥିଲେ ମଧ୍ୟ ତାହା ଅଳ୍ପ ଦିନରେ ଖରାପ ହୋଇଗଲା, ଯାହାକୁ ନେଇ ବହୁବାର ଧାରଣା ଆନ୍ଦୋଳନ ମଧ୍ୟ ହୋଇଥିଲା। ସେହିପରି ମାଳିବସାରୁ ଗଣ୍ଡାକିଆ ରାସ୍ତା ଅନୁପଯୋଗୀ ହୋଇ ରହିଛି। ୨୦୨୫ରେ କଖାରୁଣି ପୋଲଠାରୁ ଗଣ୍ଡାକିଆ କେନାଲର ଦକ୍ଷିଣ ପାର୍ଶ୍ୱ ରାସ୍ତା କାମ ପ୍ରାୟ ୧୧ କୋଟି ବ୍ୟୟରେ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ଠିକାସଂସ୍ଥା କରିଥିଲା। ହେଲେ ତାହା ଏବେ ଅନେକ ସ୍ଥାନରେ ଖାଲଖମା ହୋଇପଡ଼ିଛି। ଉକ୍ତ ରାସ୍ତାରେ ସମ୍ପ୍ରତି ଗୋଟିଏ ବି ଗାଡ଼ି ଯାତାୟାତ କରିପାରୁନାହିଁ। ସେହିପରି ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ରାସ୍ତାର ଅବସ୍ଥା ବର୍ଷକ ଭିତରେ ଖାଲଖମାରେ ଭର୍ତ୍ତି ହୋଇଗଲାଣି। ଉକ୍ତ ଠିକାସଂସ୍ଥାର ମନମୁଖି କାର୍ଯ୍ୟ ତଦନ୍ତସାପେକ୍ଷ। ଏଥିପ୍ରତି ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ କେନାଲ ପୋତିବାକୁ ଠିକାଦାରଙ୍କୁ କୁହାଯିବ ଓ ଅନ୍ୟ ରାସ୍ତା ସବୁ ମରାମତି କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?