ଖୋର୍ଦ୍ଧା ଲଜ୍‌ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ

ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ ଟାଉନ ପୋଲିସ ବ୍ରହ୍ମପୁରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ବ୍ରହ୍ମପୁର ଗୋଳନ୍ଥରା ଥାନା ହଳଦିଆପଦର ବଡ଼ସାହିର ତାପସ ପଣ୍ଡା(୨୫)। ତାଙ୍କ ସାଥିରେ ଥିବା ସହଯୋଗୀଙ୍କୁ ପୋଲିସ ଅଟକ ରଖିଥିବା ବେଳେ ବାଇକ୍‌କୁ ଜବତ କରିଛି। ଲଜ୍‌ ମାଲିକଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ବେଳେ ତାପସ ରହୁଥିବା ଲଜର ରୁମକୁ ସିଲ କରି ତଦନ୍ତ ଚଳାଇଛି। ଅନ୍ୟପଟେ ତାପସଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ତାପସଙ୍କ ସମ୍ପର୍କୀୟ ଦାଦା ସରୋଜଙ୍କ କହିବାନୁଯାୟୀ, ତାପସ ବୁଧବାର ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ଅଛି ବୋଲି ମା’ ସସ୍ମିତାଙ୍କୁ କହି ପୂର୍ବାହ୍ନ ୧୧ଟାରେ ବାଇକ(ଓଡିି୦୭ଏଇ ୯୯୧୩)ରେ ଆସିଥିଲେ। ବାଇକ୍‌କୁ ଷ୍ଟେଶନରେ ରଖି ଟ୍ରେନରେ ଯିବ ବୋଲି କହି ସାଢ଼େ ୪ଟାରେ ସେ ମୋ ସହ ଭିଡିଓ କଲରେ କଥା ହୋଇଥିଲେ। ତେବେ ଅପରାହ୍ନ ୫ଟା ପରଠାରୁ ଫୋନ ସୁଇଚ୍‌ ଅଫ ଆସିଥିଲା। ତାଙ୍କ ମା’ ତାପସଙ୍କ ମୋବାଇଲକୁ ବାରମ୍ବାର କଲ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିଲା। ତେବେ ଗୁରୁବାର ପୂର୍ବାହ୍ନ ୧୧ଟାରେ ତାପସଙ୍କ ସାଥିରେ ଥିବା ସହଯୋଗୀଙ୍କ ଫୋନ ଆସିଥିଲା। ତାପସଙ୍କ ଦେହ ଖରାପ ଅଛି, ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ବୁଧବାର ଖୋର୍ଦ୍ଧାର ଏକ ଲଜରେ ରହିଥିଲେ। ରାତିରେ ବିରିୟାନିି ଆଣି ଖାଇଥିଲେ। ସକାଳୁ ସେ ବାହାରୁ ଚା’ ଧରି ଆସିଥିଲେ। ତାପସଙ୍କୁ ବାରମ୍ବାର ଉଠାଇବା ସତ୍ତ୍ୱେ ସେ ଉଠି ନ ଥିଲେ। ଏନେଇ ସେ ଲଜ ମାଲିକଙ୍କୁ ଜଣାଇବା ପରେ ଉଭୟ ତାପସଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମୃତ୍ୟୁର ୪ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ସନ୍ଦେହ କରିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସରୋଜ ଗଣମାଧ୍ୟମରେ କହିଛନ୍ତି। ପରିବାର ଲୋକଙ୍କଠାରୁ ଖବରପାଇ ଅନ୍ୟପଟେ ତାପସଙ୍କ ଅନ୍ୟଜଣେ ସମ୍ପର୍କୀୟ ଦାଦା ସୁବାସ ଏବଂ କୈଳାଶ ଅପରାହ୍ନ ୪ଟାରେ ଖୋର୍ଦ୍ଧା ମେଡିକାଲରେ ପହଞ୍ଚିଥିଲେ। ପରେ ସୁବାସ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଏ ସମ୍ପର୍କରେ ଥାନାଧିକାରୀ ଉମାଶଙ୍କର ସିଂ କହିଛନ୍ତିି, ସୁବାସଙ୍କ ଅଭିଯୋଗକ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?