ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍‌ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ

ତୁମୁଡିବନ୍ଧ,୨୧ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍‌ ମାଡ଼ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୋହନଙ୍କ ଝିଅ ଓ ତାଙ୍କ ପ୍ରେମିକ ମିଶି ଏଭଳି କାଣ୍ଡ ଘଟାଇଛନ୍ତି। ଗୋଟିଏ ପଟେ ପ୍ରେମରେ ବାଧା, ଅନ୍ୟପଟେ ଗୁଣିଗାରେଡ଼ି ସନ୍ଦେହ ଯୋଗୁ ସେମାନେ ମୋହନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ପୋଲିସ ଅଭିଯୁକ୍ତା ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ସେହି ଗ୍ରାମର ବିଜୟ ମାଝୀଙ୍କୁ ରବିବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଏସିଡ୍‌ ମାଡ଼ରେ ଗୁରୁତର ମୋହନ ଓ ତାଙ୍କ ପୁଅ ଅନୁଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳିଙ୍କ ମା’ଙ୍କ ମୃତ୍ୟୁ ପରେ ମୋହନ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଘରେ ଅଶାନ୍ତି ଲାଗି ରହିବାରୁ ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ଗାଁରେ ଏକ ଅଲଗା ଘରେ ରହୁଥିଲେ। ଇତିମଧ୍ୟରେ ବିଜୟଙ୍କ ସହ ପୁଷ୍ପାଞ୍ଜଳି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ମୋହନ ଏହାକୁ ଗ୍ରହଣ କରି ପାରୁ ନ ଥିଲେ। ତେଣୁ ବାପାଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ଅପରପକ୍ଷରେ ଅସୁସ୍ଥତାରୁ ଦେଢ଼ମାସ ପୂର୍ବେ ବିଜୟଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୋହନ ଗୁଣିଗାରେଡି କରି ମା’ଙ୍କୁ ମାରିଦେଇଥିବା ବିଜୟଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ପୁଷ୍ପାଞ୍ଜଳିଙ୍କ ସହ ମିଶି ମୋହନଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ସେମାନେ ଏସିଡ୍‌ ପିଙ୍ଗି ମୋହନଙ୍କୁ ଜୀବନରେ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ଏସିଡ୍‌ କେଉଁଠୁ ଆସିବ, ଆଉ କିପରି ଫିଙ୍ଗାଯିବ ତାହା ମଧ୍ୟ ଯୋଜନା ହୋଇଥିଲା । ବିଜୟ କୋଲକତାରୁ ଏସିଡ୍‌ ଆଣି ପୁଷ୍ପାଞ୍ଜଳିଙ୍କୁ ଦେଇଥିଲେ। ପୁଷ୍ପାଞ୍ଜଳି ସୁଯୋଗ ଦେଖି ଗତ ଶୁକ୍ରବାର ରାତି ପ୍ରାୟ ୨ଟାରେ ବାପା ତାଙ୍କ ପାଖରେ ଶୋଇଥିବା ସାବତ ଭାଇ ଅନୁଜଙ୍କ ଉପରେ ପୂର୍ବ ଯୋଜନା ପ୍ରକାରେ ଏସିଡ୍‌ ଫିଙ୍ଗି ଦୌଡ଼ି ପଳାଇ ଯାଇଥିଲେ। ଏସିଡ୍‌ ଆକ୍ରମଣ ନେଇ ମୋହନଙ୍କ ଦ୍ୱିତୀୟ ସ୍ତ୍ରୀ ରୁକ୍ମଣୀ ପନ୍ଦର ଦେଇଥିବା ଏତଲା ଆଧାରରେ ତୁମୁଡିବନ୍ଧ ପୋଲିସ ୧୩୪/୨୪ ନମ୍ବରରେ ମାମଲା ରୁଜୁ କରିଥିଲା।

ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ କନ୍ଧମାଳ ଡିଏସ୍‌ପି କମଳ କୁମାର ପଣ୍ଡା, ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ଓ ତୁମୁଡିବନ୍ଧ ଭାରପ୍ରାପ୍ତ ଥାନାଧିକାରୀ ଆଶୁତୋଷ ଜେନା ତଦନ୍ତ ଆରମ୍ଭ କରିଥିଲେ। ସେମାନେ ଶନିବାର ସନ୍ଦେହରେ ବିଜୟଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରିବା ପରେ ସେ ଗୋଟିଏ ପରେ ଗୋଟିଏ ଘଟଣା କହିଥିଲେ। ରବିବାର ପୁଷ୍ପାଞ୍ଜଳିଙ୍କୁ ଥାନାକୁ ଆଣି ଜେରା କରାଯିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବୌଦ୍ଧରୁ ୬ ଜଣିଆ ସାଇଣ୍ଟିଫିକ ଟିମ୍‌ ତୁମୁଡିବନ୍ଧ ଥାନାକୁ ଆସି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଘର ନିକଟରେ ମାଟିତଳେ ପୋତା ଯାଇଥିବା ବଳକା ଏସିଡ୍‌ ବୋତଲ , ମୋହନ ଶୋଇଥିବା ଖଟରେ ଏସିଡ୍‌ ମାଡ଼ରେ ପୋଡିଯାଇ ପଡି ରହିଥିବା ଚଦର ଓ କମ୍ବଳଗୁଡିକୁ ଜବତ କରାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri