ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.) : କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ହଳଦିଆ ପଞ୍ଚାୟତ ଇଟାମୁଣ୍ଡୁଲି ଗ୍ରାମରେ ଜଣେ ବୋହୂଙ୍କୁ ଶ୍ୱଶୁର ବଳାତ୍କାର ଉଦ୍ୟମ କରିବା ଥାନାରେ ଅଭିଯୋଗ ହୋଇଛି। ଏହି ଲଜ୍ଜାକର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୁରୁବାର ସକାଳୁ ବୋହୂକୁ ଏକାକୀ ପାଇ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ଶ୍ୱଶୁର। ଘରର ଅନ୍ୟ ସମସ୍ତେ ଶୋଇଥିବା ବେଳେ ବୋହୂ ସକାଳୁ ଉଠି ଘରକାମ କରୁଥିଲେ। ଏହି ସମୟରେ ଶ୍ୱଶୁର ବୋହୂଙ୍କୁ ବଳାତ୍କାର ଉଦ୍ୟମ କରିବାରୁ ବୋହୂ ପାଟି କରିଥିଲେ। ଫଳରେ ପରିବାରର ଅନ୍ୟମାନେ ଉଠିପଡ଼ିଥିଲେ। ଏନେଇ ବୋହୂ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶ୍ୱଶୁରକୁ ଥାନାକୁ ଡାକି ପଚରା ଉଚରା କରୁଛି। ଥାନା ଅଧିକାରୀ ରଞ୍ଜନ ପ୍ରଧାନ ତଦନ୍ତ କରୁଥିବା କହିଛନ୍ତି। ମାମଲା ରୁଜୁ ହୋଇ ନାହିଁ । ଶ୍ୱଶୁର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ବୋହୂ କହିଛନ୍ତି ମୋ’ ଉପରେ ଶ୍ୱଶୁର ଏହା ପୂର୍ବରୁ ବହୁବାର ନିର୍ଯାତନା ଓ ବଳାତ୍କାର ଉଦ୍ୟମ କରିଛନ୍ତି। ମୁଁ ପୋଲିସର ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛି। ମୋତେ ନ୍ୟାୟ ନ ମିଳିଲେ ମୁଁ ମରିଯିବି ବୋଲି ବୋହୂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ଆଇରନ୍‌ ବୋଝେଇ ଡମ୍ପର

ଯୋଡ଼ା,୧୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଗୁରୁବେଡ଼ା ଛକଠାରେ ଶନିବାର ରାତିରେ ଏକ ଆଇରନ୍‌ ବୋଝେଇ ଡମ୍ପରରେ ନିଆଁଲାଗି ସଂପୂର୍ଣ୍ଣ ଜଳିଯାଇଛି । ଡ୍ରାଇଭର...

୨୫ ଲକ୍ଷ ଟଙ୍କାର କଫ ସିରଫ ଜବତ: ୪ ଗିରଫ

ବରଗଡ ଅଫିସ,୧୫।୧୦-ବରଗଡ ଜିଲା ସୋହେଲା ଥାନା ପୋଲିସ ବୁଧବାର ହଲଦୀପାଲି ଛକରେ ଚଢାଉ କରି ଏକ କଫ ସିରଫ ବୋଝେଇ ଏକ ପିକଅପ୍‌ ଭ୍ୟାନକୁ ଜବତ...

ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉ

ପୁରୀ ଅଫିସ, ୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କୋଟି କୋଟି ମଣିଷଙ୍କ ଦେବତା। ତାଙ୍କ ବିନା ପୁରୀ, ଓଡ଼ିଶା କିମ୍ବା ଭାରତର ପରିଚୟ ନାହିଁ। ତେଣୁ...

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ ‘୫୫ନଂ. ଏନ୍‌ଏଚ୍‌ କାମ ଶୀଘ୍ର ସାର’

ଢେଙ୍କାନାଳ ଅଫିସ, ୮।୧୨ –  ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶନିବାର ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି।...

ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା...

ପ୍ରକଳ୍ପ ହସ୍ତାନ୍ତର ନ ହେଉଣୁ ଟାଙ୍କିରୁ ଗଳୁଛି ପାଣି

ଉମରକୋଟ,୧୯ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଜଳ ଜୀବନ ମିଶନରେ ପାନୀୟ ଜଳ ପ୍ରକଳ୍ପ କରାଯାଉଛିି। ହେଲେ ତଳସ୍ତରରେ ଏଥିରେ ଦୁର୍ନୀତି...

ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ

ବ୍ରହ୍ମପୁର ଅଫିସ,୮ା୪:  ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ଶୁକ୍ରବାର ନିର୍ବାଚନ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ। ୧୧ଟାରୁ...

ମାତିଲେ ସାଇବର ଠକ

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲାରେ ପୁଣି ମାତିଛନ୍ତି ସାଇବର ଠକ। ସେମାନଙ୍କ ଶିକାର ହୋଇଛନ୍ତି ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଅନ୍ୟ ଜଣେ ମହିଳା। କ୍ରେଡିଟ୍‌...

Advertisement
Archives

Model This Week