ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ…

ଆଲୋକର ପର୍ବ ଦୀପାବଳି। ଏହି ଦିନଟିକୁ ସମସ୍ତେ ଦୀପ, ମହମବତି ଓ ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍‌ ଜଳାଇ, ବାଣଫୁଟାଇ ବେଶ୍‌ ଧୁମଧାମରେ ପାଳନ କରିଥା’ନ୍ତି। ପିଠା, ମିଠା ବଣ୍ଟନର ଆନନ୍ଦରେ ବିଭୋର ହୋଇଥା’ନ୍ତି। ପ୍ରତିବର୍ଷ ଭାରତ ବର୍ଷରେ ଏହି ପର୍ବ ପାଳନ କରାଯାଇଥାଏ। ଏହା ପଛରେ ମଧ୍ୟ ରହିଛି ବିଭିନ୍ନ କିମ୍ବଦନ୍ତୀ। ଦୀପାବଳି ପର୍ବର ରହିଛି ସୁନ୍ଦର ଅର୍ଥ। ଦୀପ ଅର୍ଥ ଆଲୋକ ଓ ଆବଳି ଅର୍ଥ ଅନବରତ ଆଲୋକ। ଜଗତରୁ ଅନ୍ଧକାର ରୂପକ ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତି ଦୂର ହୋଇ ଆଲୋକ ରୂପକ ଶାନ୍ତି ଛାୟା ବିଛେଇ ହୋଇ ରହୁ। ଏହାହିଁ ଦୀପାବଳି ପର୍ବର ମୁଖ୍ୟ ଲକ୍ଷ୍ୟ। ରାଷ୍ଟ୍ରଭକ୍ତ, ସମାଜସେବୀମାନେ ରାଷ୍ଟ୍ର ତଥା ଦେଶର ଉନ୍ନତି ପାଇଁ ଏବଂ ସମାଜରୁ ଶତ୍ରୁ, ଅସତ୍ୟ, ଅନ୍ୟାୟକୁ ପରାଜିତ କରି ସତ୍ୟର ଆଗମନ ନିମନ୍ତେ ଦୀପ ଜାଳି ଭଗବାନ୍‌ଙ୍କ ନିକଟରେ କାମନା କରିଥା’ନ୍ତି। ପରିବାରର ଲୋକମାନେ ମଧ୍ୟ ନିଜ ଆତ୍ମୀୟଙ୍କ ଶୁଭ ମନାସି ଜାଳିଥାନ୍ତି ଦୀପାଳି। ଏହି ଦିନକୁ ଆତ୍ମା ସାକ୍ଷାତ୍‌କାର ଦିନ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ। ମଣିଷ ଭିତରେ ଥିବା ସୁପ୍ତ ଚେତନାକୁ ଜାଗ୍ରତ କରିବାର ଏହା ଏକ ଅନୁପମ ପର୍ବ।
ଆମର ଆଭାମଣ୍ଡଳକୁ ବିଶୁଦ୍ଧ ଓ ପରିବେଶ ସ୍ବଚ୍ଛତା ପ୍ରତି ସତର୍କ ହେବା ପାଇଁ ମଧ୍ୟ ସନ୍ଦେଶ ଦେଇଥାଏ ଏହି ପର୍ବ। ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ଦେବା ନିମିତ୍ତ ଏହିଦିନ ପିଣ୍ଡଦାନ କରାଯାଇଥାଏ। ପିଣ୍ଡଦାନ ପରେ ସେମାନେ ପିତୃଲୋକ ଗମନ କରନ୍ତି ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପିଣ୍ଡଦାନ ପରେ ପିପେଇ ଡକାଯାଏ। କାଉଁରିଆ କାଠି, ବେରୁଆ ଓ ଘିଅରେ ପ୍ରସ୍ତୁତ ହୋଇଥାଏ ପିପେଇ କାଠି। ଏଥିରେ ଅଗ୍ନି ସଂଯୋଗ କରାଯାଇ ବଡ଼ବଡ଼ୁଆଙ୍କୁ ଆହ୍ବାନ କରାଯାଇଥାଏ। ସେମାନେ ଆଲୋକରେ ଦିବ୍ୟଲୋକ ଗମନ କରନ୍ତୁ ବୋଲି ଲୋକମାନେ ପିପେଇ ଡାକି କାମନା କରିଥା’ନ୍ତି। ପିପେଇ ଡାକରେ ମଧ୍ୟ ରହିଛି ଏକ ସୁନ୍ଦର ବନ୍ଦନା। ବନ୍ଦନାଟି ଏହିପରି- ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚରେ ଗଡ଼ଗଡ଼ଉଥାଅ। ରାମାୟଣ ପୃଷ୍ଠାରୁ ଜଣାପଡ଼େ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ରାକ୍ଷସ ରାବଣକୁ ବଧ କରି ଜନକନନ୍ଦନୀ ସୀତାଙ୍କୁ ତା’ କବଳରୁ ଉଦ୍ଧାର କରିଥିଲେ। ଏହି ଦିନ ତାଙ୍କ ବନବାସର ଚଉଦ ବର୍ଷ ପୂରିଯାଇଥିବାରୁ ସେ ଅଯୋଧ୍ୟା ଫେରି ଆସିଥିଲେ। ଅଯୋଧ୍ୟା ନଗରବାସୀ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ରାଜକୁମାର ରାମଚନ୍ଦ୍ରଙ୍କୁ। ତାଙ୍କୁ ଫେରିବା ଦେଖି ନଗରବାସୀ ଆନନ୍ଦରେ ବିଭୋର ହୋଇ ପାଳନ କରିଥିଲେ ବିଜୟର ଦିବସ। ରଙ୍ଗବେରଙ୍ଗର ଆଲୋକରେ ଅଯୋଧ୍ୟା ନଗରୀ ନେଇଥିଲା ନୂଆ ରୂପ। ଏହା ସହ ନଗରବାସୀ ଦୀପ ଜାଳି, ବାଣ ଫୁଟାଇ ସ୍ବାଗତ କରିଥିଲେ ରଘୁକୁଳ ତିଳକ ରାମଚନ୍ଦ୍ର, ଲକ୍ଷ୍ମଣ ଓ ଜନକନନ୍ଦନୀ ସୀତାଙ୍କୁ। ସେଦିନ ଏହି ଦିନଟିକୁ ଦୀପାବଳି ବୋଲି ନାମକରଣ କରାଯାଇଥିଲା। ସେହିଦିନଠାରୁ ହିଁ ଏହି ଦିନରେ ଦୀପାବଳି ପାଳନ କରିଆସୁଛନ୍ତି ଦେଶର କୋଣ ଅନୁକୋଣର ଲୋକମାନେ। ଦୀପାବଳିକୁ ନେଇ ମହାଭାରତରେ ମଧ୍ୟ ରହିଛି ଏକ ସୁନ୍ଦର କାହାଣୀ। ପାଣ୍ଡବ ପାଞ୍ଚ ଭାଇ ତାଙ୍କ ଆତ୍ମୀୟ କୌରବ ଶହେ ଭାଇଙ୍କ ଦ୍ୱାରା ଏକ ବାଜିରେ ପରାଜିତ ହୋଇଥିଲେ। ସର୍ତ୍ତ ଅନୁଯାୟୀ, ପଞ୍ଚ ପାଣ୍ଡବ ୧୩ ବର୍ଷ ପାଇଁ ନିଜ ଜନ୍ମସ୍ଥାନରୁ ନିର୍ବାସିତ ହୋଇଥିଲେ। ଯେଉଁଦିନ ୧୩ ବର୍ଷ ପୂରଣ ହୋଇଥିଲା, ପଞ୍ଚପାଣ୍ଡବ, ତାଙ୍କ ମା’ ଓ ସ୍ତ୍ରୀଙ୍କ ସହ ଫେରିଥିଲେ ଜନ୍ମସ୍ଥାନ ହସ୍ତିନାପୁରକୁ। ଏହି ଦିନ ହିଁ ହୋଇଥିଲା କାର୍ତ୍ତିକ ଅମାବାସ୍ୟା। ସେଦିନ ହସ୍ତିନାପୁରବାସୀ ନଗରକୁ ଆଲୋକରେ ସଜାଇ, ଦୀପ ଜାଳି ଓ ବାଣ ଫୁଟାଇ ପଞ୍ଚପାଣ୍ଡବ, ତାଙ୍କ ମା’ ଓ ପତ୍ନୀ ଦ୍ରୌପଦୀଙ୍କୁ ସ୍ବାଗତ କରିଥିଲେ।
ଦୀପାବଳି ଦିନ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ପୁରାଣ କିମ୍ବଦନ୍ତୀ ଅନୁଯାୟୀ, ଦେବତା ଓ ଅସୁରଙ୍କ ମଧ୍ୟରେ ମଣିଷଙ୍କ ପରି ମୃତ୍ୟୁ ଘଟୁଥିଲା। କିନ୍ତୁ ସେମାନେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଥିଲେ। ଏଥିପାଇଁ ସେମାନଙ୍କୁ ଦରକାର ଥିଲା ସମୁଦ୍ରରେ ଥିବା ଅମୃତ। ଏହି ଅମୃତ ସେବନରେ ହିଁ ମୃତ୍ୟୁକୁ ଜୟ କରିହେବ। ଏଥିପାଇଁ ସେମାନେ ଆରମ୍ଭ କରିଥିଲେ ସମୁଦ୍ର ମନ୍ଥନ। ସମୁଦ୍ର ମନ୍ଥନରୁ ବହୁ ଦୈବିକ ବସ୍ତୁ ବାହାରିଥିଲା। ହେଲେ ଦେବତା ଓ ରାକ୍ଷସ ଯେଉଁ ଅମୃତ ପାଇଁ ସମୁଦ୍ର ମନ୍ଥନ କରୁଥିଲେ, ଉକ୍ତ ଅମୃତକୁ ସାଙ୍ଗରେ ଧରି ସମୁଦ୍ରଙ୍କ ଝିଅ ମହାଲକ୍ଷ୍ମୀ ଆସିଥିଲେ। ସତେ ଯେପରି କାର୍ତ୍ତିକ ଅମାବାସ୍ୟା ରାତିରେ ନୂଆ ଜହ୍ନର ରୂପ ନେଇ ଲକ୍ଷ୍ମୀ ଆବିର୍ଭାବ ହେଲେ। ଭଗବାନ୍‌ ବିଷ୍ଣୁ ତାଙ୍କୁ ବିବାହ କଲେ। ଦୀପ୍ତିମାନ ଆଲୋକରେ ଆଲୋକମୟ ହୋଇଗଲା ସାରାଜଗତ। ଏହି ପବିତ୍ର ଦିନଟିକୁ ପ୍ରତିବର୍ଷ ଲୋକେ ଦୀପ, ଧୂପ, ପିଠା, ମିଠା ଓ ପଣା ଦେଇ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଆରାଧନା କରିଥା’ନ୍ତି। ଏହି ଦିନଟିକୁ କେତେକେ ମଧ୍ୟ ଲକ୍ଷ୍ମୀଙ୍କ ଜନ୍ମଦିନ ବୋଲି ମାନନ୍ତି। କାର୍ତ୍ତିକ ଅମାବାସ୍ୟା ଦିନ ଭଗବାନ୍‌ ବିଷ୍ଣୁ ବାମନ ଅବତାର ନେଇ ବଳିକୁ ପାତାଳକୁ ଚାପି ଦେଇଥିଲେ। ମହାବଳି ବିଷ୍ଣୁଙ୍କ ଦ୍ୱାରା ପରାଜିତ ହୋଇଥିବାରୁ ଲୋକମାନେ ଏହିଦିନକୁ ବେଶ୍‌ ଧୁମ୍‌ଧାମରେ ପାଳନ କରିଥିଲେ। ରାକ୍ଷସ ନରକାସୁରକୁ ମଧ୍ୟ ଭଗବାନ୍‌ ବିଷ୍ଣୁ ଦୀପାବଳି ପୂର୍ବଦିନ ବଧ କରିଥିଲେ। ନରକାସୁର ଦ୍ୱାରା ବନ୍ଦୀଥିବା ନାରୀମାନଙ୍କୁ ଦୀପାବଳି ଦିନ ମୁକ୍ତି ମିଳିଥିଲା। ଏହି ଖୁସିରେ ସେମାନେ ଏହିଦିନରେ ଦୀପ, ଧୂପ ଦେଇ ଭଗବାନ୍‌ ବିଷ୍ଣୁଙ୍କୁ ପୂଜା କରିଥିଲେ। ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାପଡ଼େ, ଏକ ଯୁଦ୍ଧରେ ଦେବତାମାନେ ରାକ୍ଷସଙ୍କଠୁ ପରାଜିତ ହୋଇଥିଲେ। ରାକ୍ଷସମାନଙ୍କ ପ୍ରାଦୁର୍ଭାବ ପୃଥିବୀପୃଷ୍ଠରେ ବୃଦ୍ଧି ପାଇଲା। ଲୋକମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ସ୍ବର୍ଗ ଓ ମର୍ତ୍ତ୍ୟକୁ ରାକ୍ଷସଙ୍କ କବଳରୁ ରକ୍ଷା କରିବା ପାଇଁ ମା’ଦୁର୍ଗା ସାଜିଲେ ମା’କାଳୀ। ମା’କାଳୀ ସମସ୍ତ ରାକ୍ଷସଙ୍କୁ ମାରି ସାରିବା ପରେ ନିଜର ନିୟନ୍ତ୍ରଣ ହରାଇଥିଲେ। ତାଙ୍କ ସାମ୍ନାରେ ଯିଏ ପଡ଼ିଲା, ତାଙ୍କ ଜୀବନ ଗଲା। ମା’କାଳୀଙ୍କ ରାଗ ଶାନ୍ତ କରିବା ପାଇଁ ସ୍ବୟଂ ଭଗବାନ୍‌ ଶିବଶଙ୍କର ଦ୍ୱାରବନ୍ଧରେ ଶୋଇପଡ଼ିଲେ। ମା’ବାହାରି ଯିବା ସମୟରେ ତାଙ୍କ ପ୍ରଥମ ପାଦ ପଡ଼ିଥିଲା ତାଙ୍କ ସ୍ବାମୀ ଶିବଶଙ୍କରଙ୍କ ଉପରେ। ସ୍ବାମୀଙ୍କ ଉପରେ ପାଦ ପଡ଼ିଥିବା ଦେଖି ମା’ଜିଭ କାମୁଡ଼ି ଅଟକି ଯାଇଥିଲେ। ଏହି ସୁନ୍ଦର ରୂପକୁ ଦେବଲୋକ ଓ ଭକ୍ତଗଣ ବିଭିନ୍ନ ନୈବେଦ୍ୟରେ ପୂଜା କରିଥିଲେ। ସେ ଦିନ ଥିଲା କାର୍ତ୍ତିକ ଅମାବାସ୍ୟା। ଏଣୁ ଦୀପାବଳିରେ ମା’କାଳୀଙ୍କୁ ପୂଜା କରାଯାଏ।
ଅତୀତର ମହାନ୍‌ ପରମ୍ପରାପୁଷ୍ଟ ଦୀପାବଳି ଓ ବର୍ତ୍ତମାନର ଆଭିଜାତ୍ୟପୂର୍ଣ୍ଣ ବାଣଫୁଟା ପର୍ବ ଦୀପାବଳି ପାଳନ ବ୍ୟବସ୍ଥାକୁ ତୁଳନା କଲେ ଆମେ କିପରି ଏହି ମହାନ୍‌ ପର୍ବର ଉଚ୍ଚ ସଂସ୍କୃତିଠାରୁ ଦୂରେଇ ଯାଉଛୁ, ତାହା ସ୍ପଷ୍ଟ ହୋଇଥାଏ । ପର୍ବ ପାଳନର ଆନନ୍ଦ ମଧ୍ୟରେ ଯଦି ଦୁଃଖ ଆସିଲା, ମଣିଷଙ୍କ ସମେତ ଧରାପୃଷ୍ଠରେ ବସବାସ କରୁଥିବା ଅସଂଖ୍ୟ ଜାତିର ଜୀବଜନ୍ତୁ ଭୟାତୁର ଓ କ୍ଷତିଗ୍ରସ୍ତ ହେଲେ, ପକ୍ଷୀ, କୀଟପତଙ୍ଗ ଆତଙ୍କିତ ହେଲେ, ତେବେ ଏଭଳି ଉତ୍ସବ ପାଳନ ମାଧ୍ୟମରେ ଆମେ ଲାଭ କରୁଛେ କି କ୍ଷତି ଆଣୁଛେ ତାହା ଏବର ପରିପ୍ରେକ୍ଷୀରେ ଗୁରୁତ୍ୱର ସହ ବିଚାର କରିବା କଥା। ଆଜିର ଏହି ପବିତ୍ର ଦିବସରେ ଆସନ୍ତୁ ସେହି ମହାନ୍‌ ଜ୍ୟୋତିକୁ ସ୍ବାଗତ କରିବା ଓ ବିଶ୍ୱରୁ ଅଜ୍ଞାନର ଅମା ଅନ୍ଧକାର ଦୂରେଇଦେବା ପାଇଁ ପ୍ରାର୍ଥନା କରି କାହାକୁ କ୍ଷତି ପହଞ୍ଚାଇବାଠାରୁ ଦୂରେଇ ରହି ଦୀପାବଳି ଉତ୍ସବ ପାଳନ କରିବାକୁ ଶପଥ ନେବା। ଦୀପାବଳିର ପବିତ୍ର ସନ୍ଧ୍ୟାରେ ପ୍ରଜ୍ୱଳିତ ପ୍ରଦୀପକୁ ସ୍ବାଗତ କରି କହିବା – ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟା…’।

ଡା. ଉମେଶ ଚନ୍ଦ୍ର ପାତ୍ର
– ପ୍ରତିଋତ୍ୱିକ ଓ ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ, ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?