ଭାଇ ବାହାଘରରେ ମହିଳା ତହସିଲଦାରଙ୍କ ନୃତ୍ୟ, ଭିଡିଓ ଭାଇରାଲ

ତିର୍ତ୍ତୋଲ,୨୪ା୫ (ଡି.ଏନ୍‌.ଏ.):ଭାଇ ବାହାଘର ସମୟରେ ଜଣେ ମହିଳା ତହସିଲଦାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ସେ ଯାଜପୁର ଜିଲାର ଜଣେ ତହସିଲଦାର ହୋଇଥିବାବେଳେ ଶୁକ୍ରବାର ରାତିରେ ଭାଇଙ୍କ ବାହାଘର ବରଯାତ୍ରୀ ଦଳ ସହ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ ଜଗନ୍ନାଥପୁର ଗ୍ରାମକୁ ଆସିଥିଲେ। ମାତ୍ର ଏହି ସମୟରେ କୋଭିଡ୍‌ ନିୟମ ମାନିବାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ। ଲକ୍‌ଡାଉନ୍‌ ସମୟରେ ବିବାହ ଉତ୍ସବରେ କେବଳ ୨୫ଜଣ ଯୋଗଦେବା ପାଇଁ ନିୟମ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଇ ବରଯାତ୍ରୀ ଦଳରେ ଶତାଧିକ ଲୋକ ସାମିଲ ହୋଇଥିଲେ। କାହା ମୁହଁରେ ମାସ୍କ ନ ଥିବା ବେଳେ କେହି ସାମାଜିକ ଦୂରତ୍ୱ ମାନି ନ ଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଏପରି କି ସମ୍ପୃକ୍ତ ତହସିଲଦାର ମଧ୍ୟ କୌଣସି ନିୟମ ନ ମାନି ନାଚଗୀତରେ ମସ୍‌ଗୁଲ୍‌ ଥିବା ଜଣାପଡ଼ିଛି। ତାଙ୍କ ବ୍ୟତୀତ ଉକ୍ତ ବରଯାତ୍ରୀ ଦଳରେ ବହୁ ହାଇପ୍ରୋଫାଇଲ ଲୋକ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଜଗନ୍ନାଥପୁର ବଜାରଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଣ ଫୁଟାଇ, ଡିଜେ ବଜାଇ ଶୋଭାଯାତ୍ରା କରିଥିଲେ। ଖବରପାଇ ତିର୍ତ୍ତୋଲ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି। ସାଧାରଣ ଲୋକ ନିୟମ ଭାଙ୍ଗିଲେ ପୋଲିସ ମାଡ଼ମାରି ଜରିମାନା ଆଦାୟ କରୁଥିବା ବେଳେ ଏଠାରେ ଚୁପ କାହିଁକି ରହିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ତିର୍ତ୍ତୋଲ ଏସ୍‌ଡିପିଓ ଦୀପକ କୁମାର ଜେନା କହିଛନ୍ତି, ରବିବାର ସମ୍ପୃକ୍ତ ଗ୍ରାମକୁ ଏକ ପୋଲିସ ଟିମ୍‌ ଯାଇ ଘଟଣାର ତଦନ୍ତ କରିଛିି। ଉକ୍ତ ବିବାହ ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଏନେଇ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri