କିମ୍‌ ଜଙ୍ଗ୍‌ ଉନ୍‌ଙ୍କ କାନ୍ଦ

ଲଳିତେନ୍ଦୁ ପଲାଉରୀ

କାନ୍ଦିଲେ ଉତ୍ତର କୋରିଆ ତାନାଶାହ ସୁପ୍ରିମ ଲିଡର କିମ୍‌ ଜଙ୍ଗ୍‌ ଉନ୍‌। ଜାତୀୟ ମାତୃ ଦିବସରେ ମହିଳାମାନଙ୍କୁ ସମ୍ବୋଧନ କରି ଭାବପ୍ରବଣ ହୋଇ ଲୁହ ଗଡ଼ାଇଲେ ଏହି ଶାସକ। ଦେଶବାସୀଙ୍କୁ ବାରମ୍ବାର ଭୟ ଓ ଆଶଙ୍କା ଭିତରେ ରଖିଆସୁଥିବା କିମ୍‌ ଜଙ୍ଗ୍‌ ଉନ୍‌ କାହିଁକି କାନ୍ଦିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ତର୍ଜାତୀୟ ନିୟମକାନୁନର ପରିପନ୍ଥୀ ତଥା ନିଜ ନାଗରିକଙ୍କ ଇଚ୍ଛାକୁ ଗୁରୁତ୍ୱ ନ ଦେଇ ନିଜ ଇଚ୍ଛାରେ ଦେଶକୁ ପରିଚାଳନା କରୁଥିବା ଏକଚ୍ଛତ୍ରବାଦୀ ଶାସକ କିମ୍‌ଙ୍କ ଏଭଳି ଭାବପ୍ରବଣତାର କାନ୍ଦ ଉତ୍ତର କୋରିଆବାସୀଙ୍କୁ ମଧ୍ୟ ଭାବୁକ କରି ଦେଇଥିଲା। ଆଉ କିମ୍‌ଙ୍କ କାନ୍ଦର କାରଣ ଥିଲା ଉତ୍ତର କୋରିଆର ଜନସଂଖ୍ୟା ଆଶାନୁରୂପକ ହ୍ରାସ, ଯାହାକି କିମ୍‌ଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଦେଶରେ ବୟସ୍କମାନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହିଳାମାନେ ଅଧିକରୁ ଅଧିକ ସନ୍ତାନ ଜନ୍ମ ଦେବାକୁ କିମ୍‌ ପରାମର୍ଶ ଦେଇଛନ୍ତି।
ଜାତିସଂଘର ଆକଳନ ବିଭିନ୍ନ ଅନ୍ତର୍ଜାତୀୟ କଟକଣା ଦେଇ ଯାଉଥିବା ଏହି ଦେଶରେ ମହିଳାମାନଙ୍କ ସନ୍ତାନ ଉତ୍ପନ୍ନ କ୍ଷମତା ୧.୭୯% ରହିଛି। ତେବେ ଦେଶରେ ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ସେମାନଙ୍କ ପ୍ରଜନନ ହାର ୨.୧% ରହିବା ଜରୁରୀ ବୋଲି ଜାତିସଂଘ ରିପୋର୍ଟରେ ଦର୍ଶାଇଛି, ଯାହାକି କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ବ୍ୟସ୍ତ କରିଦେଇଛି। ତେବେ ପଡ଼ୋଶୀ ଦକ୍ଷିଣ କୋରିଆରେ ମଧ୍ୟ ଜନସଂଖ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି। ଦକ୍ଷିଣ କୋରିଆରେ ପ୍ରଜନନ ହାର ୦.୭୮କୁ ହ୍ରାସ ପାଇଛି। ଜାପାନ ଭଳି ବିକଶିତ ଦେଶରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଚାଇନାର ଏକ ସନ୍ତାନ ନୀତି ମଧ୍ୟ ସେମାନଙ୍କ ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇଛି। ତେଣୁ ନିଜ ଦେଶର ଜନସଂଖ୍ୟାକୁ ନେଇ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଉଦ୍‌ବେଗ ପ୍ରକାଶ ସ୍ବାଭାବିକ। ତେବେ କିମ୍‌ଙ୍କ କାନ୍ଦ ଉତ୍ତର କୋରିଆବାସୀଙ୍କ ପାଇଁ ଏକ ନୂଆ ଘଟଣା ହୋଇଥିବା ବେଳେ ଅନେକ ଭିନ୍ନ ଢଙ୍ଗ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କିମ୍‌। ତିନି ପିଢ଼ି ଧରି ଉତ୍ତର କୋରିଆକୁ ଶାସନ କରି ଆସୁଥିବା କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ପରିବାର ବା ବାପା କିମ୍‌ ଜଙ୍ଗ୍‌-IIଙ୍କ ପରେ ୱାର୍କର୍ସ ପାର୍ଟି ଅଫ୍‌ କୋରିଆର ସର୍ବମୟ କର୍ତ୍ତା ହୋଇଛନ୍ତି କିମ୍‌। ୨୦୧୨ରେ ଦେଶର ସାମରିକ ଓ ବେସାମରିକ କ୍ଷମତା ହାତକୁ ନେଇ ନିଜକୁ ସୁପ୍ରିମ୍‌ ଲିଡରର ଆଖ୍ୟା ଦେଇଛନ୍ତି । ତାଙ୍କ ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟର ସୂଚନା ପାଇ ୨୦୧୩ରେ ନିଜର ପିଇସା ଜଙ୍ଗ୍‌-ସଙ୍ଗ୍‌-ଥାକେଙ୍କୁ ଫାୟାରିଂ ସ୍କ୍ବାଡ୍‌ ଦ୍ବାରା ହତ୍ୟା କରିବା ହେଉ କିମ୍ବା ସାବତ ଭାଇ କିମ୍‌-ଜଙ୍ଗ୍‌ ନାମଙ୍କୁ ୨୦୧୭ରେ କୋରିଆ ଏଜେଣ୍ଟମାନଙ୍କ ଦ୍ବାରା ମାଲେସିଆରେ ହତ୍ୟା ପଛରେ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ହାତଥିବା ଚର୍ଚ୍ଚା ହୁଏ। ଏପରିକି ନିଜ ଦେଶର ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ହଠାତ୍‌ ଗାଏବ କରାଇବା ଓ ପରେ ସେମାନଙ୍କୁ ହତ୍ୟା ପଛରେ ମଧ୍ୟ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସ୍ବତନ୍ତ୍ର ଟିମ୍‌ କାମ କରିଥାଏ। ସେଥିପାଇଁ ଜାତିସଂଘର ମାନବାଧିକାର ପରିଷଦ କିମ୍‌ଙ୍କ ବିରୋଧରେ ନିଷ୍ଠୁର ମାନବବାଦର ଉଲ୍ଲଂଘନ ମାମଲା ରୁଜୁ କରି ତାଙ୍କୁ ଚେତାବନୀ ଦେଇଛି।
ଏହା ମଧ୍ୟ ଚର୍ଚ୍ଚା ହୁଏ କି, କିମ୍‌ ଆପଣାଉଥିବା କୌଣସି ଅଭ୍ୟାସ କିମ୍ବା ଫ୍ୟାଶନ ଦେଶରେ କେହି ବି ନକଲ କଲେ କିମ୍ବା ଅନୁସରଣ କଲେ ତାଙ୍କୁ ମଧ୍ୟ ପ୍ରାଣଦଣ୍ଡ ଦେବାର ପ୍ରାବଧାନ କରନ୍ତି କିମ୍‌। ବିଶେଷକରି ନିଜେ ପିନ୍ଧୁଥିବା କଳା କୋର୍ଟ, ବାଳକଟା ଷ୍ଟାଇଲ ଯେପରି ଜଣେ ବି ଦେଶବାସୀ ଅନୁକରଣ ନ କରନ୍ତି, ସେଥିପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି କିମ୍‌। କିମ୍‌ଙ୍କର ପରିବାର ସମ୍ପର୍କରେ ବେଶି କିଛି ତଥ୍ୟ ବାହାରକୁ ଆସୁ ନ ଥିବା ବେଳେ ତାଙ୍କର ସବୁଠାରୁ ବିଶ୍ବସ୍ତ ଦ୍ବିତୀୟ କ୍ଷମତା କେନ୍ଦ୍ର ହେଉଛନ୍ତି କିମ୍‌ଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌। ଜାତିସଂଘ ପ୍ରଦତ୍ତ ନିୟମକାନୁନ ହେଉ କିମ୍ବା ଶକ୍ତିଶାଳୀ ଆମେରିକା ଧମକକୁ ମଧ୍ୟ କିମ୍‌ଙ୍କର ସାମାନ୍ୟ ଖାତିର ନାହିଁ । ୨୦୧୮ରେ ଜାତିସଂଘର ବାରଣ ସତ୍ତ୍ୱେ ପରମାଣୁ କାର୍ଯ୍ୟକ୍ରମ ଜାରି ରଖି ଚର୍ଚ୍ଚାକୁ ଆସିଥିଲେ ଉତ୍ତର କୋରିଆର ଏହି ଲିଡର। ତେଣୁ ଦେଶରେ ପରମାଣୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ହେଉ, ମହାକାଶକୁ ଗୁପ୍ତଚର ସାଟେଲାଇଟ ପ୍ରେରଣ ହେଉ କିମ୍ବା ବୁଲେଟ୍‌ ପ୍ରୁଫ୍‌ ଟ୍ରେନରେ ନିଜର ଯାତାୟାତ ହେଉ ଏସବୁ ପଛରେ କେବଳ କିମ୍‌ଙ୍କ ନିର୍ଦ୍ଦେଶ ହିଁ କାମ କରିଥାଏ। ଆଣବିକ ନିରସ୍ତ୍ରୀକରଣ ପ୍ରସଙ୍ଗରେ ୨୦୧୮ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପଡ଼ୋଶୀ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଇ ଇନଙ୍କ ସହ ସିଙ୍ଗାପୁର ସମିଟ୍‌ରେ ଯୋଗ ଦେଇଥିଲେ; ଯାହାକୁ ଦେଖି ବିଶ୍ବ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସିଙ୍ଗାପୁର ବୈଠକରେ ନିଆଯାଇଥିବା ସମ୍ମିଳିତ ନିଷ୍ପତ୍ତିକୁ କିମ୍‌ କାର୍ଯ୍ୟରେ ଲାଗୁ କରି ନ ଥିଲେ। ସାରା ବିଶ୍ବର ନୀତି ନିୟମକୁ ବେଖାତିର କରି ଏକ ଭିନ୍ନ ଦୃଷ୍ଟିଭଙ୍ଗୀକୁ ବିଶ୍ବାସ କରୁଥିବା କିମ୍‌ ଜଙ୍ଗ୍‌ ଉନ୍‌ ୨୦୧୧ ରେ ନିଜ ବାପାଙ୍କ ମୃତ୍ୟୁ ପରେ ଉତ୍ତର କୋରିଆ ଶାସନ ଭାର ସମ୍ଭାଳି ଆସୁଛନ୍ତି। ବିଶ୍ବ କଟକଣାକୁ ବେଖାତିର କରି ନିଜ ଦେଶରେ ଅଣୁଅସ୍ତ୍ର ନିର୍ମାଣ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଉତ୍ତର କୋରିଆକୁ ବିଶ୍ବର ଏକମାତ୍ର କରୋନା ସଂକ୍ରମଣ ମୁକ୍ତ ଦେଶ ବୋଲି ଗ୍ୟାରେଣ୍ଟି ସହ ଘୋଷଣା କରିଛନ୍ତି କିମ୍‌। ତେବେ ନର୍ଥ କୋରିଆରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନ ହେବାର ସତ୍ୟତା ଉପରେ ପ୍ରଶ୍ନବାଚୀ ରହିଥିବା ବେଳେ କିନ୍ତୁ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବଦଳରେ ଗୁପ୍ତ ସ୍ଥାନରେ ହତ୍ୟା କରାଯାଉଥିବା ଖବର ଚର୍ଚ୍ଚାରେ ଥିଲା। ୨୦୧୮ରେ ଫୋର୍ବସ ମାଗାଜିନରେ ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି। ଶେଷରେ ଏତିକି କୁହାଯାଇପାରେ, ଉତ୍ତର କୋରିଆ ଓ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସ୍ବଭାବକୁ ନେଇ ଆମେରିକା ଓ ପଡ଼ୋଶୀ ରାଷ୍ଟ୍ର ଦକ୍ଷିଣକୋରିଆ ଖୁସି ନାହାନ୍ତି। ଆମେରିକା ପଟୁ ଯୁଦ୍ଧ ଆଶଙ୍କା କରି କୋରିଆ ନ୍ୟାଶନାଲ ପାର୍ଟିକୁ ସମ୍ବୋଧନ କରି ଯୁଦ୍ଧ ପ୍ରସ୍ତୁତ ସହ ନିଜକୁ ପ୍ରସ୍ତୁତ ରଖିବାକୁ କୋରିଆ ସୈନ୍ୟ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି କିମ୍‌ ଜଙ୍ଗ୍‌ ଉନ୍‌।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri