ମନମୋହୁଛି ଶିଶିର ସରସ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବରମୁଣ୍ଡା ପଡ଼ିଆରେ ଆୟୋଜିତ ଶିଶିର ସରସ ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ବଢ଼ୁଛି। ଦିନ ୧୧ରୁ ରାତି ୯ଯାଏଁ ରାଜଧାନୀବାସୀ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ଖାଦ୍ୟର ମଜା ନେବା ସହ ବିଭିନ୍ନ ଘର ସଜାଇବା ସାମଗ୍ରୀ ସହ ଉପକରଣ କିଣୁଛନ୍ତି। ପଞ୍ଚାୟତିରାଜ ବିଭାଗ ଏବଂ ଓରମାସ୍‌ ପକ୍ଷରୁ ଆୟୋଜିତ ମେଳାରେ ପ୍ରତି ସନ୍ଧ୍ୟାରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଦର୍ଶକ ଏହାର ଭରପୂର ମଜା ନେଉଛନ୍ତି । ସେହିପରି ସେଲ୍‌ଫି ଜୋନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି।

ଚାହିଦାରେ ଡାଲ ବାଟି ଚୁର୍‌ମା
ରାଜ୍ୟ ତଥା ରାଜ୍ୟ ବାହାରୁ ପଡ଼ିଥିବା ୨୮ଟି ଷ୍ଟଲର ବିଭିନ୍ନ ଖାଦ୍ୟର ସ୍ବାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷକରି ରାଜସ୍ଥାନର ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ଜମୁଛି। ଲୋକେ ଆଳୁ ଟିକ୍କି, ବିକାନିର ଜିଲାପି, ରାବି ଘେୱର, ମୁଗ ହାଲୁଆ, ଡାଲ ବାଟି ଚୁର୍‌ମା ଆଦିର ବେଶ ଚାହିଦା ରହିଛି। ଆପ୍ନୋ ରାଜସ୍ଥାନ ଷ୍ଟଲର ବ୍ୟବସାୟୀ ରାଜସ୍ଥାନର ପାରମ୍ପରିକ ବେଶ ପୋଷାକରେ ଖାଦ୍ୟ ପରଷୁଛନ୍ତି। ପ୍ରତିଥର ପରି ଏଥର ମଧ୍ୟ ଆଳୁ ଟିକ୍କି ଓ ଘେୱର ଖାଇବାକୁ ଲୋକଙ୍କ ଅଧିକ ଆଗ୍ରହ ରହିଛି। ୨ଟି ଆଳୁ ଟିକ୍କିର ଦାମ ୧୦୦ ଟଙ୍କା ଥିବା ବେଳେ ଘେୱର ଖଣ୍ଡ ପ୍ରତି ୧୦୦ ଟଙ୍କା, କଚୁ ଗୋଟିକୁ ୫୦ ଟଙ୍କା ଓ ମୁଗ ଡାଲି ୧୫୦ ଗ୍ରାମକୁ ୫୦ ଟଙ୍କା, ଚୁର୍‌ମା ଦାମ ଗୋଟିକୁ ୪୦ ଟଙ୍କା ରହିଛି। ତେବେ ଏହି ଫୁଡ୍‌ କୋର୍ଟରେ ସ୍ମୋକ ବିସ୍କୁଟ, ମିଲେଟ ଚା’, ଚକୋଲେଟ ସିଙ୍ଗ, ଚିକେନ ଟିକ୍କାକୁ ମଧ୍ୟ ଗ୍ରାହକ ବେଶ୍‌ ପସନ୍ଦ କରୁଛନ୍ତି।

ହକି ପାଭିଲିୟନରେ ପିଲାଙ୍କ ଫଟୋ ଉଠା
ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମନ ପସନ୍ଦର ଖାଦ୍ୟ ଖାଇ ମେଳା ବୁଲିବାକୁ କୁନିକୁନି ପିଲାମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ସେଲଫି ଜୋନ୍‌ ଓ ହକି ପାଭିଲିୟନ ପିଲାଙ୍କୁ ଅଧିକ ଆକୃଷ୍ଟ କରୁଛି। ହକି ଷ୍ଟିକ୍‌ ହାତରେ ଧରି ବଲ୍‌ ଗଡ଼ାଇବା ପାଇଁ ପିଲାମାନେ ଦୌଡ଼ି ଯାଉଛନ୍ତି। କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ହକି ପାଭିଲିୟନରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି।

ଆକର୍ଷଣ ସାଜୁଛି ଡୋକ୍ରା କାଷ୍ଟିଂ

୨୪ଟି ରାଜ୍ୟ ଓ ଓଡ଼ିଶାର ୩୦ ଜିଲାର ସବୁବର୍ଗର ବ୍ୟବସାୟୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ଏସ୍‌ଏଚ୍‌ଜି ସମେତ ଅନେକ ସରକାରୀ ଉଦ୍ୟୋଗ ଓ ପ୍ରତିଷ୍ଠାନ ଏବଂ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି। ବିଶେଷ କରି ଡୋକ୍ରା କାଷ୍ଟିଂ ଷ୍ଟଲରେ ଗ୍ରାହକଙ୍କ ଗହଳି ରହୁଛି। ବିଭିନ୍ନ ଜୀବଜନ୍ତୁ, ଗଛଲତା, ଉପକରଣକୁ ନିଖୁଣ ଭାବେ ପ୍ରସ୍ତୁତ କରାଯାଉଥିବା ବେଳେ ଘର ସଜାଇବାରେ ଏହାକୁ ଆଜିକାଲି ଲୋକ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ରାଜଧାନୀରେ ବିଭିନ୍ନ ସମୟରେ ଲାଗୁଥିବା ମେଳାରେ ମହିଳା ବ୍ୟବସାୟୀମାନେ ଏହି ଷ୍ଟଲ ଲଗାଉଥିବା ବେଳେ ଶିଶିର ସରସ ମେଳାରେ ଅପେକ୍ଷାକୃତ ଅଧିକ ଲାଭବାନ ହେଇପାରିଥିବା ଢେଙ୍କାନାଳର ମା’ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri