Posted inଖେଳ

ଜେଲ୍‌ ଗଲେ ଏହି କ୍ରିକେଟର୍‌

ସିଡନୀ,୨।୩: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଲୁକ ପୋମର୍ସବାକଙ୍କୁ ଅ ଡ୍ରଗ୍ସ ଏବଂ ଚୋରି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୨୪ରୁ ଫେବୃୟାରୀ ୧୬ ମଧ୍ୟରେ ଦକ୍ଷିଣ ପର୍ଥ, ସ୍କାର୍ବୋରୋ ଏବଂ କାଠଯୋଡି ଅଞ୍ଚଳରୁ ଲୁକ ଅଳଙ୍କାର, ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ଡ୍ରଗ କାରବାରରେ ସେ ଜଡିତ ଥିବା ଅଭିଯୋଗ ହୋଇଛି। ତେବେ ଗତ ସପ୍ତାହରେ ସେ ଏହି ମାମଲାରେ ପର୍ଥ କୋର୍ଟରୁ ଜାମିନ ପାଇଥିଲେ। କିନ୍ତୁ ପାଞ୍ଚ ହଜାର ଡଲାରର ବ୍ୟକ୍ତିଗତ ଗ୍ୟାରେଣ୍ଟି ଜମା ନକରିବାରୁ ତାଙ୍କୁ ଜେଲରେ ରହିବାକୁ ପଡିବ।
ଲୁକ ଅଷ୍ଟ୍ରେଲିଆ ପାଇଁ ମାତ୍ର ଗୋଟିଏ ଟି -୨୦ ମ୍ୟାଚ ଖେଳିଛନ୍ତି। ୨୦୦୭ରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ସେ ଆଇପିଏଲ ମଧ୍ୟ ଖେଳିଛନ୍ତି। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ପୋମରବାକ କିଙ୍ଗସ ଏକାଦଶ ପଞ୍ଜାବ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଆଇପିଏଲ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୧୨୨ ଷ୍ଟ୍ରାଇକ ରେଟ୍‌ରେ ୩୦୨ ରନ ସ୍କୋର କରିଥିଲେ। ତେବେ ଆଇପିଏଲ ସମୟରେ ମଧ୍ୟ ତାଙ୍କ ନାମ ବିବାଦ ସହ ଜଡିତ ରହିଛି। ଆଇପିଏଲ ସମୟରେ ସେ ଜଣେ ଆମେରିକୀୟ ମହିଳା ଏବଂ ତାଙ୍କ ଶ୍ୱଶୁରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କୁ ଦିଲ୍ଲୀ ପୋଲିସ ମଧ୍ୟ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୃଥ୍ବୀଙ୍କ ଦ୍ୱିଶତକ

ବଦୋଦରା,୧୧।୧୨- ଭାରତୀୟ ଦଳ ପାଇଁ ଟେଷ୍ଟ ଖେଳିସାରିଥିବା ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଷ୍ଟାଇଲରେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ବରୋଦା ବିପକ୍ଷରେ ଚାଲିଥିବା ରଣଜୀ...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ...

ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ...

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ଦୋହା, ୨୪।୪-ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି।...

ଟାଇଟଲରୁ ସାନିଆଙ୍କ ଅଲିମ୍ପିକ୍ସ ବର୍ଷ ଆରମ୍ଭ

ହୋବାର୍ଟ,୧୮।୧- ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି...

ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ, ଜାଣନ୍ତି କାହିଁକି

ନଭେମ୍ବର ୧୫, ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ। କାହିଁକି ଜାଣନ୍ତି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ହିଁ ଅନ୍ତର୍ଜାତୀୟ...

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ...

ଟୋକିଓ ଅଲିମ୍ପିକ୍ସ: ମଶାଲ ରାଲିରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ଟୋକିଓ,୨୩।୪(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ୩ ମାସ ବାକି ରହିଛି। ଅଲିମ୍ପିକ୍ସ ମଶାଲ ରାଲିରେ ପ୍ରଥମ କରୋନା ପଜିଟିଭ୍‌ କେସ୍‌ ପଦାକୁ ଆସିଛି।...

Ten Cric Info
Advertisement


Archives

Model This Week

Why Dharitri