Posted inଖେଳ

ଦ୍ୱିତୀୟ ପାଳି ଆରମ୍ଭ କଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ଟିଜର୍‌ ଜାରି ହୋଇଛି। ଏହି ଟିଜର୍‌କୁ ହରଭଜନ ନିଜ ଟୁଇଟର୍‌ରେ ଶେୟାର କରିଛନ୍ତି। ଫିଲ୍ମର ଟିଜରରେ ହରଭଜନଙ୍କ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଆକ୍ସନ ହିରୋ ଅର୍ଜୁନ ମଧ୍ୟ ଏହି ୁ ଫିଲ୍ମରେ ଅଛନ୍ତି। ଏହି ଫିଲ୍ମରେ ଅର୍ଜୁନ ଭିଲେନ ଭୂମିକାରେ ନଜର ଆସିଥିବାବେଳେ ହରଭଜନ ମୁଖ୍ୟ ଭୂମିକାରେ ନଜର ଆସିବେ।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଲି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍‌ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍‌ ହାସଲ କରିଛନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି ପ୍ରମୁଖ କ୍ରିକେଟରମାନେ ପରଦାରେ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି। ହରଭଜନ ପ୍ରଥମ କ୍ରିକେଟର ଭାବେ କୌଣସି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ପାଇଁ ଏମିତି କିଛି କରି ଦେଖାଇଲେ ବଡ ପ୍ରଶଂସକ

ଚେନ୍ନାଇ,୧୫।୧୦:ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ(ସିଏସ୍‌କେ)କୁ ପାଓ୍ବାର ହାଉସ୍‌ କୁହାଯାଏ। ଏହି ଟୁର୍ନାମେଣ୍ଟରେ ଦଳ ତିନିଥର ଟାଇଟେଲ୍‌ ଜିତିଛି। ସିଏସ୍‌କେ ପ୍ରତ୍ୟେକଥର ପ୍ଲେ ଅଫରେ ପହଞ୍ଚି। କିନ୍ତୁ...

ତୃତୀୟ ଟି୨୦: ଅଗରଙ୍କୁ ୬ ଉଇକେଟ, ଅଷ୍ଟ୍ରେଲିଆ ବିଜୟୀ

ଓ୍ବେଲିଂଟନ,୪।୩(ଏପି): ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଦମ୍‌ଦାର ବ୍ୟାଟିଂ ଓ ପରେ ଆଷ୍ଟନ ଅଗରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି୨୦...

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ...

ନାଡ଼ାଲଙ୍କୁ ରେକର୍ଡ ଦ୍ୱାଦଶ ଟାଇଟଲ

ପ୍ୟାରିସ୍‌,୧୦।୬(ଏଏଫ୍‌ପି)- କ୍ଳେ କୋର୍ଟର ରାଜା ସ୍ପେନ୍‌ ତାରକା ରାଫାଲ ନାଡାଲ ଇତିହାସ ସୃଷ୍ଟି କରିଛନ୍ତି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ରେ ଏଥର ସେ...

ବାଂଲାଦେଶ ସଫଳତା ପଛରେ ଜାଫରଙ୍କ ହାତ

ନୂଆଦିଲ୍ଲୀ,୧୨।୨- ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବାଂଲାଦେଶ ଫାଇନାଲରେ ଗତଥରର ଚାମ୍ପିୟନ ଭାରତକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରି...

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ...

ହେଲମେଟ୍‌ରେ ବଲ୍‌ ବାଜିବା ସତ୍ତ୍ୱେ ରମଜାନ ପାଳିଲେ ଖେଳାଳି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ସହ ୨୦୧୯ ଆଇସିସି ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ୍‌ରେ ଭିନ୍ନ ଘଟଣା...

କାହିଁକି ରାଇନାଙ୍କ ଅବସରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନି ବିସିସିଆଇ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୀମିତ ଓଭର କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ସୁରେଶ ରାଇନା ଭାରତର...

Ten Cric Info
Advertisement


Archives

Model This Week

Why Dharitri