Posted inଖେଳ

ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍‌: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ

ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର ପାଳି ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୦୫ରେ ଜୟପୁରରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ୧୪୫ ବଲରୁ ୧୮୩ ରନ ସଂଗ୍ରହ କରିଥିବାବେଳେ ବିରାଟ କୋହଲି ୨୦୧୨ରେ ଢାକାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୪୮ ବଲରୁ ୧୮୩ ରନ ସଂଗ୍ରହ କରିଥିଲେ।
୧୮୫ ରନ୍‌ର ଅପରାଜିତ ଇନିଂସରେ ୨୧ ଚୌକା ଓ ୭ ଛକା ମାରି ପୃଥ୍ବୀ ଶ’ ସମସ୍ତ ହୃଦୟ ଜିତିଥିଲେ। କେବଳ ଏତିକି ନୁହେଁ ସେ ସୌରାଷ୍ଟ୍ରକୁ ୯ ଉଇକେଟରେ ପରାସ୍ତ କରି ବିଜୟ ହଜାରେ ଟ୍ରଫିର ଦିନିକିଆ କ୍ରିକେଟ ଚାମ୍ପିଅନସିପର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ପୃଥ୍ବୀ ଶ’ ମଧ୍ୟ ତୃତୀୟ ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri