ଶିବ ମିଶ୍ରଙ୍କ ସୃଜନ ସଂସାର

ସାହିତ୍ୟ ସଂସ୍କୃତିକୁ ନେଇ ତାଙ୍କର ସ୍ବପ୍ନ ଓ ଦୁନିଆ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମିନିଗଳ୍ପ ରଚନାରେ ତାଙ୍କର ରହିଛି ଭିନ୍ନ ପରିଚୟ । ଏମିତିରେ ଦୀର୍ଘ ୬ଦଶନ୍ଧି ଧରି ତାଙ୍କର କଲମ ଚାଳନାରେ ସୃଷ୍ଟି କରିଛନ୍ତି ଶତାଧିକ ଗଳ୍ପ, ମିନିଗଳ୍ପ, କବିତା ଓ ନାଟକ । ଏକାଧାରରେ ସେ ଜଣେ କଳାକାର, ନାଟ୍ୟକାର, କବି ଓ ଗାଳ୍ପିକ । ଏଥିଯୋଗୁ ତାଙ୍କୁ ବିଭିନ୍ନ ସଂସ୍ଥାରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଅବସରପ୍ରାପ୍ତ ଶିକ୍ଷାବିତ୍‌ ତଥା ଗାଳ୍ପିକ ଶିବ ମିଶ୍ର। ଘର ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଭଗବତୀପୁର ପାଟଣାରେ। ଜନ୍ମ ୨୪ା୮ା୧୯୫୨ମସିହାରେ। ପିତା ପଟ୍ଟଯୋଷୀ ଦୁର୍ଗା ମାଧବ ମିଶ୍ର ଓ ମା’ ସରୋଜିନୀ ଦେବୀ। ତାଙ୍କ ପାଠପଢା ରଘୁନାଥପୁର ପ୍ରାଥମିକ ସ୍କୁଲ ଓ ପରେ ବାଣପୁର ବଏଜ ହାଇସ୍କୁଲ ଓ ଏହାପରେ ଗୋଦାବରୀଶ ମହାବିଦ୍ୟାଳୟରେ ଗ୍ରାଜୁଏଶନ କରନ୍ତି। ସେ କୁହନ୍ତି ”ତିନିଦିଗେ ପାହାଡ଼ ପାଚେରି/ ଏକ ଦିଗେ ବିରାଟ ଜଳାର୍ଣ୍ଣବ ଅନନ୍ତ ଲହରି/ ଯା’ଉପରେ ସୂର୍ଯ୍ୟ ଆସେ ପହଁରି ପହଁରି/
ବୁଣେ ଯହିଁ ଆଲୁଅ ସକାଳର/ ସେହି ମୋର ଜନ୍ମଭୂମି ପ୍ରିୟ ବାଣପୁର“। ଯେଉଁଠାକୁ ଗଲେ ବାଟରେ ପଡିବ କେବେ ରୂପସୀ ଚିଲିକାର ପ୍ରାକୃତିକ ଶୋଭା ତ ପୁଣି କେବେ ଭାଲେରି ଓ ଘଣ୍ଟଶିଳା ପାହାଡ଼ ଉହାଡ଼ରେ ନଇଁଆସୁଥିବା ସୂର୍ଯ୍ୟର ରକ୍ତିମ ରୂପବର୍ଣ୍ଣାଳି। ଏହି ପରିବେଶ ହିଁ ମତେ ଲେଖିବା ପାଇଁ ଖୋରାକ ଯୋଗାଇଥିଲା। ଏହା ସହ ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ ଘଟଣା ଓ ପରିବେଶ ପରିସ୍ଥିତି ଯାହା ମୋ ମନକୁ ଛୁଇଁ ଯାଏ ତାକୁ ନେଇ ମୁଁ କାହାଣୀର ରୂପ ଦିଏ। ଯେତେବେଳେ ତାହା କାହାଣୀଭାବରେ ପ୍ରକାଶ ପାଏ ମୋତେ ଆତ୍ମତୃପ୍ତି ମିଳେ। ଅନେକ ସମୟରେ ମନରେ ଆପେ ଆପେ ହସଉକୁଟେ ତ କେବେ ଅଜଣା କାନ୍ଦରେ ଲୁହରେ ଆଖିପତା ଭିଜିଯାଏ। ଲାଗେ ସତେ ଯେମିତି ଗଳ୍ପର ଚରିତ୍ରମାନେ ମୋ ସହିତ ଆଳାପ କରନ୍ତି ଅଜସ୍ର ସଂଳାପର ନୀରବ ଶବ୍ଦରେ। ସେତେବେଳକୁ ମୋର କବିତା ଏବଂ କ୍ଷୁଦ୍ରଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥାଏ। ହଠାତ୍‌ ଦିନେ କେଜାଣି କାହିଁକି ମନ କହିଲା ମିନି ଗଳ୍ପ ଲେଖିବା ପାଇଁ। ଆଉ ମୁଁ ମୋର ପ୍ରଥମ କବିତା ରାତି ଏବଂ କେତୋଟି ମିନିଗଳ୍ପ ଲେଖିଥିଲି।
ଯେତେବେଳେ ପ୍ରିୟୁନିଭର୍‌ସିଟିରେ ପଢୁଥିଲି ସେତେବେଳେ କବିତା ଲେଖି ପୁରସ୍କୃତ ହୋଇଥିଲି। ପାଠ ପଢା ସରିବା ପରେ ଏକ ଖବରକାଗଜରୁ ବିଜ୍ଞାପନ ପଢି ଅଭିନେତା ହେବାର ନିଶାରେ କଟକ ଆସିଥିଲି। କଟକର ଜନତା ରଙ୍ଗମଞ୍ଚରେ ଅଭିନେତା ଭାବେ ଯୋଗ ଦେଇଥିଲି, ମାତ୍ର ଦିନ କେତେଟା ସେଠାରେ ଅଭିନୟ କରିଥିଲି । ମନ କହିଲା – ଗାଁକୁ ଫେରିଯିବାକୁ। ମୋ ବାପା ବୋଉଙ୍କର ମୁଁ ଥିଲି ଗୋଟିଏ ବୋଲି ପୁଅ। ସେମାନେ ମୋତେ ପାଖଛଡ଼ା କରିବାକୁ ଚାହୁଁ ନ ଥିଲେ କି ମୁଁ ତାଙ୍କଠାରୁ ଦୂରରେ ରହିବାକୁ ଇଚ୍ଛା କରୁ ନ ଥିଲି। ଫେରି ଆସିଲି ତାଙ୍କ ପାଖକୁ। ଗାଁ ର ବେସରକାରୀ ସ୍କୁଲରେ ଶିକ୍ଷକତା ବୃତ୍ତିକୁ ଆପଣେଇ ନେଲି। ସେଥିପାଇଁ ବୃତ୍ତିଗତ ତାଲିମ ବି ନେଲି। ସେହି ବେସରକାରୀ ସ୍କୁଲ ତା’ପରେ ସରକାରୀ ହେଲା। ପରେ ଅନ୍ତର କିଆରିକୁ ବଦଳି ହୋଇଥିଲି। ୨୦୧୦ ମସିହାରେ ମୁଁ ଚାକିରିରୁ ଅବସର ଗ୍ରହଣ କଲି। କଲେଜରେ ପଢ଼ିବା ବେଳେ କବିତା ଲେଖିବା ଆରମ୍ଭ ହୋଇଥିଲା। ଚାକିରି କରିବା ପରେ କବିତା ସହିତ ନାଟକ ଲେଖିଲି। କାଠଭୂତ, ପାପରଗଙ୍ଗା, ସମ୍ଭବାମି, ମୁଠାଏ ସକାଳ, ଚଉକି ଚକର, ପୁଣି କ୍ଷୁଦ୍ରଗଳ୍ପ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ, ମିନିଗଳ୍ପ ପ୍ରାୟ ୭ଶହରୁ ଅଧିକ ହେବ। ସେଥିମଧ୍ୟରୁ- କଥାକୁହା ଆଖି, ପିଲାଚୋର, ବାର୍ଦ୍ଧକ୍ୟଭତ୍ତା, ନଜର ଅଟକ ଆଦି ଖୁବ ଲୋକପ୍ରିୟ ହୋଇଛି। ଏହାଛଡା କେତେକ ହିନ୍ଦୀ ପୁସ୍ତକକୁ ବି ଅନୁବାଦ କରିଛି। ଯେମିତିକି ଗୀତାଞ୍ଜଳିର କେତୋଟି କବିତା। ଗାଁରେ, ବାହାରଗାଁରେ ଅନେକ ନାଟକରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ବି ଦେଇଛି। ତା’ମଧ୍ୟରେ ଲକ୍ଷେହୀରା, ବାଟବରଣ, ପରପୁରୁଷ, ମୟୂର ସିଂହାସନ, ମୁଁ ସଇତାନ କହୁଛି ଆଦି ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ନାଟକ। ପୁରସ୍କାରଭାବେ ଚିଲିକା ସାହିତ୍ୟ ସମାଜ, ବାଲୁଗାଁ, ବାଣପୁର, ନାଚୁଣୀକଲେଜ, ଶ୍ରୀଧର ଜ୍ଞାନବିକାଶକେନ୍ଦ୍ର ରାଉରକେଲା, ଅଭିପ୍ସା କଟକ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ମୋ ପରିବାର କହିଲେ ଦୁଇପୁଅ, ଗୋଟିଏ ଝିଅ ଓ ସ୍ତ୍ରୀଙ୍କୁ ନେଇ ଛୋଟ ସଂସାରଟିଏ । ତେବେ ପାଠକଙ୍କ ସେହ୍ନଶ୍ରଦ୍ଦା ମୋତେ ସର୍ବଦା ହୃଦୟଭରା ମାନସିକ ଶାନ୍ତି ଦେଇଥାଏ। ମୋ ସୃଜନ ସଂସାର ଏମିତି ଆଗକୁ ଆଗକୁ ବଢି ଚାଲିଛି। ଥକିପଡ଼ିନି ମୋ କଲମର ମୁନ। ମୋର ମନେପଡ଼େ ବାପାଙ୍କ କଥା। ହୋମିଓପାଥିକ ଚିକିତ୍ସକ ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ଥିଲା ଆମ ଅଞ୍ଚଳରେ। ତା’ ସହିତ ଗୀତିକବିତା ଏବଂ ନାଟକ ଲେଖୁଥିଲେ। ନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ। ତାଙ୍କ ପାଖରେ ଯେତେ ଗୁଣଥିଲା ତା’ର କାଣିଚାଏ ମାତ୍ର ଯଦି ମୋ ପାଖରେ ଥା’ନ୍ତା, ତେବେ ମୋ ଜୀବନ ଧନ୍ୟ ହୋଇଯାଇ ଥା’ନ୍ତା । ଜଣେ ଯୋଗ୍ୟ ବାପାଙ୍କର ଅଯୋଗ୍ୟ ପୁଅ ମୁଁ। ମୋ ବାପାଙ୍କ ଲାଗି ହିଁ ମୁଁ ସାହିତ୍ୟାନୁରାଗୀ ହୋଇପାରିଥିଲି। କାରଣ ମୁଁ ପାଠ ପଢୁଥିବା ବେଳେ ଦିନେ ବାପା କହିଲେ – ବଣକୁ ଯିବୁ,କୋଳି ଖାଇବୁ ?
ମୁଁ କହିଲି – ହଁ । ସିଏ ତ ଆଗରୁ ସେଇ ବଣକୁ ଯାଇଥିଲେ। ସେଇ ଆଡ଼କୁ ଆଙ୍ଗୁଠି ଦେଖାଇ ମୋତେ କହିଲେ- ଯା’।
ମୁଁ ଗଲି। ସେହି ବଣ ଫୁଲର ରଙ୍ଗ ଆଉ ଗନ୍ଧ ମୋତେ ଆକର୍ଷିତ କଲା। ଫଳର ସ୍ବାଦ ମୋତେ ବିମୋହିତ କଲା। ମୁଁ ଚାଲିଲି ଆଗକୁ ଆଗକୁ। ଏବେ ବି ଚାଲୁଛି ସୂର୍ଯ୍ୟ ମୋ ମଥା ଉପରୁ ତଳକୁ ଖସିଲେଣି।
ଏ କଥା ମୁଁ ଭଲ ଭାବରେ ଜାଣେ ଯେ ଯେଉଁମାନେ ଏଇ ବଣକୁ ଯାଆନ୍ତି, ସେମାନଙ୍କ ଭିତରୁ କେହି କେହି ସିଦ୍ଧ ସାଧକ ହୁଅନ୍ତି, ଆଉ କେହି କେହି ଯାଆନ୍ତି ବାଘ ଆଁକୁ। ମୁଁ ଜାଣେନି ମୋର ଗତି କେଉଁଠିକୁ। ତେବେ ବି ଚାଲିବି। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚାଲୁଥିବି, ସାହିତ୍ୟର ଏଇ ମନଲୋଭା ଶାଗୁଆ ବଣରେ।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri