ଭିନ୍ନ ଏଇ ଟୁଥ୍‌ପେଷ୍ଟ

ସକାଳ ହେଲେ ଲୋଡ଼ାହୁଏ ଟୁଥ୍‌ବ୍ରଶ୍‌ ଆଉ ଟୁଥ୍‌ପେଷ୍ଟ। ଯଦି ଟୁଥ୍‌ପେଷ୍ଟର ସ୍ବାଦ ଭଲ, ତେବେ ବ୍ରଶ୍‌ କରିବାକୁ ଭଲ ଲାଗେ। ଆଉ ଫ୍ରେଶ୍‌ ଅନୁଭବ ହୁଏ। ତେବେ ଜାଣନ୍ତି କି ଏମିତି ବି କିଛି ଭିନ୍ନସ୍ବାଦର ଟୁଥ୍‌ପେଷ୍ଟ ଅଛି, ଯାହା ସମ୍ପର୍କରେ ଅନେକେ ହୁଏତ ଜାଣି ନ ଥିବେ। ଜାଣନ୍ତୁ ସେ ସମ୍ପର୍କରେ ଓ ବାଛିନିଅନ୍ତୁ କେଉଁଟିରେ ଆପଣ ବ୍ରଶ୍‌ କରିବାକୁ ଚାହିଁବେ…

ଚକୋଲେଟ୍‌ ଟୁଥ୍‌ପେଷ୍ଟ: ପିଲାମାନଙ୍କୁ ଦିନରେ ଥରେ ବ୍ରଶ୍‌ କରିବାକୁ ବି କଷ୍ଟ ଲାଗେ। ତେଣୁ ସେମାନେ କିଭଳି ଖୁସିରେ ଖୁସିରେ ବ୍ରଶ୍‌ କରିବେ ସେଥିଲାଗି ତିଆରି କରାଯାଇଛି ‘ଟ୍ୟାନର୍ସ ଟେଷ୍ଟି ପେଷ୍ଟ’, ଯାହାର ସ୍ବାଦ ଚକୋଲେଟ୍‌ ପରି। ପିଲାମାନଙ୍କୁ ଚକୋଲେଟ୍‌ କେତେ ପସନ୍ଦ ତାହା ତ ସମସ୍ତେ ଜାଣନ୍ତି। ତେଣୁ ଏଇ ଟୁଥ୍‌ପେଷ୍ଟରେ ପିଲାମାନେ ନିଶ୍ଚୟ ଖୁସିରେ ବ୍ରଶ୍‌ କରିବେ। ଉକ୍ତ ଟୁଥ୍‌ପେଷ୍ଟକୁ ତିଆରି କରିଛନ୍ତି ଜାନେଲେ ହୋଲ୍ଡେନ୍‌। ଏହା ପ୍ରାକୃତିକ ସାମଗ୍ରୀରେ ତିଆରି। ତେଣୁ ଏହାକୁ ଢୋକିଲେ ବି ପିଲାଙ୍କର କୌଣସି କ୍ଷତି ହେବନାହିଁ।
ଚାରକୋଲ ଟୁଥ୍‌ପେଷ୍ଟ: ଚାରକୋଲ ବା କାଠ କୋଇଲାକୁ ପାଟିରେ ଦେବାକୁ କେହିବି ପସନ୍ଦ କରିବେ ନାହିଁ। ହେଲେ ଦାନ୍ତ ସଫା କରିବାରେ ଏହା ମ୍ୟାଜିକ୍‌ ପରି କାମ କରେ। ତେଣୁ ଦାନ୍ତକୁ ଚମକଦାର ଧଳା କରିବା, ଦାନ୍ତ ମାଢ଼ିରୁ ମଇଳା ବାହାର କରିବା ପାଇଁ ଚାରକୋଲ୍‌ ଟୁଥ୍‌ପେଷ୍ଟ ତିଆରି କରାଯାଇଛି।
ସାମ୍ପେନ ଫ୍ଲେଭର ଟୁଥ୍‌ପେଷ୍ଟ: ପିଲାଙ୍କ ମନକୁ ଛୁଇଁଲାଭଳି ଟୁଥ୍‌ପେଷ୍ଟ ତ ଦେଖିଲେ। ଏବେ ଜାଣିବା ବଡ଼ଙ୍କ ମନକୁ ପାଇଲାଭଳି ଟୁଥ୍‌ପେଷ୍ଟ। ସାମ୍ପେନ ପିଇବାକୁ ଅନେକେ ପସନ୍ଦ କରନ୍ତି। ଖାସ୍‌ ସେମାନଙ୍କ ପାଇଁ ଏହି ସାମ୍ପେନ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ। ଏହାର ଟ୍ୟୁବ୍‌ର ମୂଲ୍ୟ ହେଉଛି ୧୦ ଡଲାର।
ସ୍କଚ୍‌ ଟୁଥ୍‌ପେଷ୍ଟ: ସିକ୍ସ ଫ୍ରୁଟ୍‌ କମ୍ପାନୀର ଏହି ଟୁଥ୍‌ପେଷ୍ଟ ମଧ୍ୟ ଖାସ୍‌ ବୟସ୍କଙ୍କ ପାଇଁ। କାରଣ ଏହାର ସ୍ବାଦ ସ୍କଚ୍‌ ପରି।
ବାକୋନ୍‌ ଟୁଥ୍‌ପେଷ୍ଟ: ଯେଉଁମାନଙ୍କୁ ବାକୋନ(ଘୁଷୁରି ମାଂସ) ପସନ୍ଦ ସେମାନେ ଏହାକୁ ଟ୍ରାଏ କରିପାରିବେ। ପୂରା ବାକୋନ୍‌ର ସ୍ବାଦ ଏହି ଟୁଥ୍‌ପେଷ୍ଟରୁ ମିଳେ।
କପ୍‌କେକ୍‌ ଟୁଥ୍‌ପେଷ୍ଟ: ଛୋଟପିଲାଙ୍କ ମନପସନ୍ଦର ଆଉ ଏକ ଟୁଥ୍‌ପେଷ୍ଟ ହେଉଛି କପ୍‌କେକ୍‌ ଟୁଥ୍‌ପେଷ୍ଟ। ଏହାକୁ ନେଇ ବ୍ରଶ୍‌ କଲାବେଳେ କପ୍‌ କେକ୍‌ ଖାଇବା ପରି ଅନୁଭବ ହେବ। ତେଣୁ ପିଲାମାନେ ବେଶ୍‌ ଖୁସିରେ ଏଥିରେ ବ୍ରଶ୍‌ କରିବେ।
ପିକଲ୍‌ ଟୁଥ୍‌ପେଷ୍ଟ: ପିକଲ୍‌ ବା ଆଚାର ଝିଅମାନଙ୍କୁ ବହୁତ ପସନ୍ଦ। ତେଣୁ ଏହି ଫ୍ଲେଭର୍‌ର ଟୁଥ୍‌ପେଷ୍ଟ ଖାସ୍‌କରି ଝିଅମାନଙ୍କ ପାଇଁ କହିଲେ ଭୁଲ୍‌ ହେବନାହିଁ।
କଫି ଟୁଥ୍‌ପେଷ୍ଟ: ଆପଣ ଜଣେ କଫି ଲଭର୍‌ କି? ଯଦି ହଁ, ତେବେ କଫି ଫ୍ଲେଭର୍‌ର ଏହି ଟୁଥ୍‌ପେଷ୍ଟ ଆପଣଙ୍କ ସକାଳକୁ ନିଶ୍ଚୟ ଫ୍ରେଶ୍‌ କରିଦେବ।
କୋକାକୋଲା ଟୁଥ୍‌ପେଷ୍ଟ: ଖରାଦିନେ ଅନେକେ କୋକାକୋଲା ସଫ୍ଟ ଡ୍ରିଙ୍କ୍‌ ପିଇବାକୁ ପସନ୍ଦ କରନ୍ତି। ତେଣୁ ଯେଉଁମାନେ କୋକାକୋଲା ପ୍ରିୟ ସେମାନେ ଏହାକୁ ଟ୍ରାଏ କରିପାରିବେ। ଏହା ଅଲ୍ଟ୍ରା କ୍ୟାଭିଟି ପ୍ରୋଟେକ୍ସନ ମଧ୍ୟ ଦିଏ ।
ଓରିଓ ଟୁଥ୍‌ପେଷ୍ଟ: ଛୋଟପିଲାଙ୍କର ଓରିଓ ବିସ୍କୁଟ୍‌ ବହୁତ ପ୍ରିୟ। ତେଣୁ ଓରିଓ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ ପାଇଲେ ସେମାନେ ବେଶ୍‌ ଖୁସିରେ ବ୍ରଶ୍‌ କରିବେ।
ଆଇସ୍‌କ୍ରିମ୍‌ ଟୁଥ୍‌ପେଷ୍ଟ: ବେବି ବ୍ଲିଙ୍ଗ୍‌ ନାମକ ଏକ ଟୁଥ୍‌ପେଷ୍ଟ କମ୍ପାନୀ ଆଣିଛି ଭାନିଲା ଆଇସ୍‌କ୍ରିମ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ। ଏଇ ଟୁଥ୍‌ପେଷ୍ଟ ତ ଛୋଟରୁ ବଡ଼ ସମସ୍ତଙ୍କୁ ଭଲ ଲାଗିବ।
ଫ୍ଲେଭରଲେସ୍‌ ଟୁଥ୍‌ପେଷ୍ଟ: ଆମେ ଏଠି ବିଭିନ୍ନ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ କଥା କହିଲୁ। ହେଲେ ଏମିତି ବି ଏକ ଟୁଥ୍‌ପେଷ୍ଟ ଅଛି ଯାହାର ନା ଅଛି ସ୍ବାଦ, ନା ରଙ୍ଗ ନା ବାସ୍ନା। ଏହା କେବଳ ଏକ ପ୍ଲେନ୍‌ ପେଷ୍ଟ। ଆଉ ଏହାର ନାଁ ହେଉଛି ନିହିଲିଷ୍ଟ ଟୁଥ୍‌ପେଷ୍ଟ।
ଟୁ ଓ୍ବେ ଟୁଥ୍‌ପେଷ୍ଟ: ନା ଏହା ଅଜବ ଫ୍ଲେଭର୍‌ର ନା କୌଣସି ଅଜବ ସାମଗ୍ରୀରେ ତିଆରି। ତଥାପି ଏହା ଅଜବ। ଆଉ ଏହାକୁ ଆହୁରି ଅଜବ କରାଏ ଏହାର ଟ୍ୟୁବ୍‌। ଉକ୍ତ ଟୁଥ୍‌ପେଷ୍ଟ ଟ୍ୟୁବ୍‌ର ଦୁଇଟି ମୁହଁ ଅଛି। ଅର୍ଥାତ୍‌ ଏହି ଟ୍ୟୁବ୍‌ର ଦୁଇ ପାର୍ଶ୍ୱରୁ ପେଷ୍ଟ ବାହାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri