ଭିନ୍ନ ଏଇ ଟୁଥ୍‌ପେଷ୍ଟ

ସକାଳ ହେଲେ ଲୋଡ଼ାହୁଏ ଟୁଥ୍‌ବ୍ରଶ୍‌ ଆଉ ଟୁଥ୍‌ପେଷ୍ଟ। ଯଦି ଟୁଥ୍‌ପେଷ୍ଟର ସ୍ବାଦ ଭଲ, ତେବେ ବ୍ରଶ୍‌ କରିବାକୁ ଭଲ ଲାଗେ। ଆଉ ଫ୍ରେଶ୍‌ ଅନୁଭବ ହୁଏ। ତେବେ ଜାଣନ୍ତି କି ଏମିତି ବି କିଛି ଭିନ୍ନସ୍ବାଦର ଟୁଥ୍‌ପେଷ୍ଟ ଅଛି, ଯାହା ସମ୍ପର୍କରେ ଅନେକେ ହୁଏତ ଜାଣି ନ ଥିବେ। ଜାଣନ୍ତୁ ସେ ସମ୍ପର୍କରେ ଓ ବାଛିନିଅନ୍ତୁ କେଉଁଟିରେ ଆପଣ ବ୍ରଶ୍‌ କରିବାକୁ ଚାହିଁବେ…

ଚକୋଲେଟ୍‌ ଟୁଥ୍‌ପେଷ୍ଟ: ପିଲାମାନଙ୍କୁ ଦିନରେ ଥରେ ବ୍ରଶ୍‌ କରିବାକୁ ବି କଷ୍ଟ ଲାଗେ। ତେଣୁ ସେମାନେ କିଭଳି ଖୁସିରେ ଖୁସିରେ ବ୍ରଶ୍‌ କରିବେ ସେଥିଲାଗି ତିଆରି କରାଯାଇଛି ‘ଟ୍ୟାନର୍ସ ଟେଷ୍ଟି ପେଷ୍ଟ’, ଯାହାର ସ୍ବାଦ ଚକୋଲେଟ୍‌ ପରି। ପିଲାମାନଙ୍କୁ ଚକୋଲେଟ୍‌ କେତେ ପସନ୍ଦ ତାହା ତ ସମସ୍ତେ ଜାଣନ୍ତି। ତେଣୁ ଏଇ ଟୁଥ୍‌ପେଷ୍ଟରେ ପିଲାମାନେ ନିଶ୍ଚୟ ଖୁସିରେ ବ୍ରଶ୍‌ କରିବେ। ଉକ୍ତ ଟୁଥ୍‌ପେଷ୍ଟକୁ ତିଆରି କରିଛନ୍ତି ଜାନେଲେ ହୋଲ୍ଡେନ୍‌। ଏହା ପ୍ରାକୃତିକ ସାମଗ୍ରୀରେ ତିଆରି। ତେଣୁ ଏହାକୁ ଢୋକିଲେ ବି ପିଲାଙ୍କର କୌଣସି କ୍ଷତି ହେବନାହିଁ।
ଚାରକୋଲ ଟୁଥ୍‌ପେଷ୍ଟ: ଚାରକୋଲ ବା କାଠ କୋଇଲାକୁ ପାଟିରେ ଦେବାକୁ କେହିବି ପସନ୍ଦ କରିବେ ନାହିଁ। ହେଲେ ଦାନ୍ତ ସଫା କରିବାରେ ଏହା ମ୍ୟାଜିକ୍‌ ପରି କାମ କରେ। ତେଣୁ ଦାନ୍ତକୁ ଚମକଦାର ଧଳା କରିବା, ଦାନ୍ତ ମାଢ଼ିରୁ ମଇଳା ବାହାର କରିବା ପାଇଁ ଚାରକୋଲ୍‌ ଟୁଥ୍‌ପେଷ୍ଟ ତିଆରି କରାଯାଇଛି।
ସାମ୍ପେନ ଫ୍ଲେଭର ଟୁଥ୍‌ପେଷ୍ଟ: ପିଲାଙ୍କ ମନକୁ ଛୁଇଁଲାଭଳି ଟୁଥ୍‌ପେଷ୍ଟ ତ ଦେଖିଲେ। ଏବେ ଜାଣିବା ବଡ଼ଙ୍କ ମନକୁ ପାଇଲାଭଳି ଟୁଥ୍‌ପେଷ୍ଟ। ସାମ୍ପେନ ପିଇବାକୁ ଅନେକେ ପସନ୍ଦ କରନ୍ତି। ଖାସ୍‌ ସେମାନଙ୍କ ପାଇଁ ଏହି ସାମ୍ପେନ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ। ଏହାର ଟ୍ୟୁବ୍‌ର ମୂଲ୍ୟ ହେଉଛି ୧୦ ଡଲାର।
ସ୍କଚ୍‌ ଟୁଥ୍‌ପେଷ୍ଟ: ସିକ୍ସ ଫ୍ରୁଟ୍‌ କମ୍ପାନୀର ଏହି ଟୁଥ୍‌ପେଷ୍ଟ ମଧ୍ୟ ଖାସ୍‌ ବୟସ୍କଙ୍କ ପାଇଁ। କାରଣ ଏହାର ସ୍ବାଦ ସ୍କଚ୍‌ ପରି।
ବାକୋନ୍‌ ଟୁଥ୍‌ପେଷ୍ଟ: ଯେଉଁମାନଙ୍କୁ ବାକୋନ(ଘୁଷୁରି ମାଂସ) ପସନ୍ଦ ସେମାନେ ଏହାକୁ ଟ୍ରାଏ କରିପାରିବେ। ପୂରା ବାକୋନ୍‌ର ସ୍ବାଦ ଏହି ଟୁଥ୍‌ପେଷ୍ଟରୁ ମିଳେ।
କପ୍‌କେକ୍‌ ଟୁଥ୍‌ପେଷ୍ଟ: ଛୋଟପିଲାଙ୍କ ମନପସନ୍ଦର ଆଉ ଏକ ଟୁଥ୍‌ପେଷ୍ଟ ହେଉଛି କପ୍‌କେକ୍‌ ଟୁଥ୍‌ପେଷ୍ଟ। ଏହାକୁ ନେଇ ବ୍ରଶ୍‌ କଲାବେଳେ କପ୍‌ କେକ୍‌ ଖାଇବା ପରି ଅନୁଭବ ହେବ। ତେଣୁ ପିଲାମାନେ ବେଶ୍‌ ଖୁସିରେ ଏଥିରେ ବ୍ରଶ୍‌ କରିବେ।
ପିକଲ୍‌ ଟୁଥ୍‌ପେଷ୍ଟ: ପିକଲ୍‌ ବା ଆଚାର ଝିଅମାନଙ୍କୁ ବହୁତ ପସନ୍ଦ। ତେଣୁ ଏହି ଫ୍ଲେଭର୍‌ର ଟୁଥ୍‌ପେଷ୍ଟ ଖାସ୍‌କରି ଝିଅମାନଙ୍କ ପାଇଁ କହିଲେ ଭୁଲ୍‌ ହେବନାହିଁ।
କଫି ଟୁଥ୍‌ପେଷ୍ଟ: ଆପଣ ଜଣେ କଫି ଲଭର୍‌ କି? ଯଦି ହଁ, ତେବେ କଫି ଫ୍ଲେଭର୍‌ର ଏହି ଟୁଥ୍‌ପେଷ୍ଟ ଆପଣଙ୍କ ସକାଳକୁ ନିଶ୍ଚୟ ଫ୍ରେଶ୍‌ କରିଦେବ।
କୋକାକୋଲା ଟୁଥ୍‌ପେଷ୍ଟ: ଖରାଦିନେ ଅନେକେ କୋକାକୋଲା ସଫ୍ଟ ଡ୍ରିଙ୍କ୍‌ ପିଇବାକୁ ପସନ୍ଦ କରନ୍ତି। ତେଣୁ ଯେଉଁମାନେ କୋକାକୋଲା ପ୍ରିୟ ସେମାନେ ଏହାକୁ ଟ୍ରାଏ କରିପାରିବେ। ଏହା ଅଲ୍ଟ୍ରା କ୍ୟାଭିଟି ପ୍ରୋଟେକ୍ସନ ମଧ୍ୟ ଦିଏ ।
ଓରିଓ ଟୁଥ୍‌ପେଷ୍ଟ: ଛୋଟପିଲାଙ୍କର ଓରିଓ ବିସ୍କୁଟ୍‌ ବହୁତ ପ୍ରିୟ। ତେଣୁ ଓରିଓ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ ପାଇଲେ ସେମାନେ ବେଶ୍‌ ଖୁସିରେ ବ୍ରଶ୍‌ କରିବେ।
ଆଇସ୍‌କ୍ରିମ୍‌ ଟୁଥ୍‌ପେଷ୍ଟ: ବେବି ବ୍ଲିଙ୍ଗ୍‌ ନାମକ ଏକ ଟୁଥ୍‌ପେଷ୍ଟ କମ୍ପାନୀ ଆଣିଛି ଭାନିଲା ଆଇସ୍‌କ୍ରିମ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ। ଏଇ ଟୁଥ୍‌ପେଷ୍ଟ ତ ଛୋଟରୁ ବଡ଼ ସମସ୍ତଙ୍କୁ ଭଲ ଲାଗିବ।
ଫ୍ଲେଭରଲେସ୍‌ ଟୁଥ୍‌ପେଷ୍ଟ: ଆମେ ଏଠି ବିଭିନ୍ନ ଫ୍ଲେଭର୍‌ର ଟୁଥ୍‌ପେଷ୍ଟ କଥା କହିଲୁ। ହେଲେ ଏମିତି ବି ଏକ ଟୁଥ୍‌ପେଷ୍ଟ ଅଛି ଯାହାର ନା ଅଛି ସ୍ବାଦ, ନା ରଙ୍ଗ ନା ବାସ୍ନା। ଏହା କେବଳ ଏକ ପ୍ଲେନ୍‌ ପେଷ୍ଟ। ଆଉ ଏହାର ନାଁ ହେଉଛି ନିହିଲିଷ୍ଟ ଟୁଥ୍‌ପେଷ୍ଟ।
ଟୁ ଓ୍ବେ ଟୁଥ୍‌ପେଷ୍ଟ: ନା ଏହା ଅଜବ ଫ୍ଲେଭର୍‌ର ନା କୌଣସି ଅଜବ ସାମଗ୍ରୀରେ ତିଆରି। ତଥାପି ଏହା ଅଜବ। ଆଉ ଏହାକୁ ଆହୁରି ଅଜବ କରାଏ ଏହାର ଟ୍ୟୁବ୍‌। ଉକ୍ତ ଟୁଥ୍‌ପେଷ୍ଟ ଟ୍ୟୁବ୍‌ର ଦୁଇଟି ମୁହଁ ଅଛି। ଅର୍ଥାତ୍‌ ଏହି ଟ୍ୟୁବ୍‌ର ଦୁଇ ପାର୍ଶ୍ୱରୁ ପେଷ୍ଟ ବାହାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri