ବେଦାନ୍ତ ଖଣିରୁ ଜଳ ନମୁନା ସଂଗ୍ରହ କଲା ସିପିସିବି

ଯାଜପୁର ଅଫିସ,୧୭ା୯: ବେଦାନ୍ତ ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ପ୍ରାୟ ୧୫ ଲକ୍ଷ ଘନମିଟର ବର୍ଜ୍ୟଜଳ ଡମଶାଳା ନାଳାକୁ ବିନା ଟ୍ରିଟମେଣ୍ଟରେ ଛାଡ଼ିବା ମାମଲାରେ ସିପିସିବି(ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ) ତଦନ୍ତ ଆରମ୍ଭ କରିଛି। ଗୁରୁବାର ଅପରାହ୍ନ ପ୍ରାୟ ୧୧ଟାରେ ସିପିସିବିର ବୈଜ୍ଞାନିକ(ବି) ଜ୍ଞାନପ୍ରସାଦ ସିଂଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଓସ୍ତପାଳ ଖଣି ପରିସରରୁ ପାଣି ଓ ମାଟି ନମୁନା ସଂଗ୍ରହ କରିଛନ୍ତି। ଏହାସହ ବେଦାନ୍ତର ବିବାଦୀୟ ଅସୁରକ୍ଷିତ ଡମ୍ପିଂୟାର୍ଡ ପରିସରକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିବା ସୂଚନା ମିଳିଛି। ଏହି ଅବସରରେ ସୁକିନ୍ଦାସ୍ଥିତ ରାମ୍‌କି ଏନ୍‌ଭାଏରୋ ଇଞ୍ଜିନିୟର୍ସ ଲିମିଟେଡର ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ବାୟୁ ଓ ଜଳ ପ୍ରଦୂଷଣ ଅଭିଯୋଗ ଉପରେ ମଧ୍ୟ ସେମାନେ ତଦନ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଏଥିରେ ସାମିଲ ହୋଇଥିଲେ। ତେବେ ଏସ୍‌ପିସିବି ପକ୍ଷରୁ ବିଭିନ୍ନ ଛୋଟବଡ଼ ଶିଳ୍ପ, କାରଖାନା, ଖାଦାନ ଇତ୍ୟାଦିକୁ କନ୍‌ସେଣ୍ଟ ଟୁ ଅପରେଟ ସଂକ୍ରାନ୍ତରେ ଇ-ଡେସ୍‌ପାଚରେ ଜିଲାପାଳଙ୍କୁ ନିୟମିତ ଭାବେ ସୂଚିତ କରୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଲୁଚାଇ ରଖାଯାଇଥିବା ଚର୍ଚ୍ଚା ହେଉଛି।
ଓସ୍ତପାଳ କ୍ରୋମାଇଟ ଖଣିକୁ ବେଦାନ୍ତ ଲିଃ କମ୍ପାନୀ ଲିଜ୍‌ ନେଇ ଗତ ଅକ୍ଟୋବର ୨୦୨୦ରୁ ଖଣିଜ ପଦାର୍ଥ ଉତ୍ତୋଳନ କାମ ଆରମ୍ଭ କରିଥିଲା। ତେବେ ଦୀର୍ଘଦିନ ଧରି ଉତ୍ତୋଳନ କାମ ବନ୍ଦ ରହିଥିବାରୁ ଖଣି ଭିତରେ ବିପୁଳ ପରିମାଣର ବିଷାକ୍ତ ବର୍ଜ୍ୟଜଳ ଜମି ରହିଥିଲା। ଏହି କ୍ରମରେ ପ୍ରାୟ ୧୫ ଲକ୍ଷ ଘନମିଟର ବିଷାକ୍ତ ପାଣିକୁ ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ) ଜରିଆରେ ବିଶୋଧନ ନ କରି ଡମଶାଳା ନାଳାରେ ଛଡାଯାଇଥିଲା। ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ୍‌ରେ ଆର୍‌.କେ. ସିଂ ଏନେଇ ଅଭିଯୋଗ କରିଥିଲେ। ଏହାପରେ ଏସ୍‌ପିସିବି ଜରିଆରେ ଏହି ଅଭିଯୋଗର ତଦନ୍ତ ହୋଇଥିଲେ ହେଁ ବେଦାନ୍ତକୁ ସୁହାଇଲା ଭଳି ରିପୋର୍ଟ ସିପିସିବିଠାରେ ଦାଖଲ ହୋଇଥିଲା। ସେତେବେଳେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ରେ ଇଟିପି ବାହାରେ ବର୍ଜ୍ୟଜଳ ଛଡାଯିବାକୁ ନେଇ ଆଲୋଚନା ହୋଇଥିଲା। ଏହାପରେ ଅଭିଯୋଗକାରୀ ସିଂ ପୁଣି ଥରେ ୬ା୭ା୨୦୨୧ରେ ଅନୁରୂପ ଭାବେ ସିପିସିବିରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, ବେଦାନ୍ତ ଖଣିର ବର୍ଜ୍ୟଜଳ ସିଧାସଳଖ ଡମଶାଳା ନାଳାରେ ଛଡାଯାଇଥିବା ପ୍ରମାଣିତ ହୋଇ ସାରିଛି। ଏହି ବେଦାନ୍ତ ଖଣିର କର୍ମଚାରୀ ଓ ଅଧିକାରୀଙ୍କ ହ୍ବାଟ୍ସଆପ୍‌ ଗ୍ରୁପରୁ ଜଳଜଳ ହୋଇ ଦିଶୁଛି। ସ୍ପଷ୍ଟ ପ୍ରମାଣ ରହିଥିଲେ ହେଁ ତଦନ୍ତ ଅଧିକାରୀ ଜାଣିଶୁଣି ସେଥିରୁ ଦୂରେଇ ରହିଥିଲେ। ତେଣୁ ଏହାର ଉପଯୁକ୍ତ ଭାବେ ନିରପେକ୍ଷ ତଦନ୍ତ କରିବାକୁ ସେ ସିପିସିବିକୁ ଅନୁରୋଧ କରିଥିଲେ। ଏହି ଅଭିଯୋଗକୁ ରେଜିଷ୍ଟ୍ରିଭୁକ୍ତ କରାଯାଇ ସିପିସିବିର ଡିଏଚ୍‌-ପିଆର୍‌-ଡିଭିଜନ ପକ୍ଷରୁ ଏମ୍‌.କେ. ଚୌଧୁରୀ ତାଙ୍କ ପତ୍ରସଂଖ୍ୟା ସିବି/ପିଆର/ପିଜି/୨୦୨୧-୨୨/୧୩ା୭ା୨୦୨୧ରେ ଏସ୍‌ପିସିବିର ସଦସ୍ୟ ସଚିବଙ୍କୁ ଉକ୍ତ ମାମଲା ସଂକ୍ରାନ୍ତରେ ଜବାବ ତଲବ କରିଥିଲେ। ତେବେ ସିପିସିବିର ଏହି ଜବାବ ତଲବ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କୁ କୌଣସି ପ୍ରଭାବ ପକାଇ ନ ଥିଲା। ଦୀର୍ଘ ୨ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ସିପିସିବିର ପତ୍ର ଅନୁସାରେ କୌଣସି ଉତ୍ତର ଏଯାଏ ମିଳିନାହିଁ ବୋଲି ଅଭିଯୋଗକାରୀ ସିଂ ଅଭିଯୋଗ କରିଥିଲେ। ଏଥିରୁ କେବଳ ରାଜ୍ୟ ନୁହେଁ, କେନ୍ଦ୍ରସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ବେଦାନ୍ତ ଖଣି କମ୍ପାନୀ ମାସିକିଆ ଚାନ୍ଦା ଦେଇ ମୁହଁ ବନ୍ଦ କରୁଛନ୍ତି ଏବଂ ଏହା ଗଣତନ୍ତ୍ର ପ୍ରତି ସାଂଘାତିକ ବିପଦ; ଯାହାକି ବେଦାନ୍ତର ତତ୍କାଳୀନ ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର(ସିଇଓ) ପି.ଜି. ସୁରେଶ କୁମାରଙ୍କୁ ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଦେଇଥିବା ଇ-ମେଲରୁ ସ୍ପଷ୍ଟ ହୋଇସାରିଛି ବୋଲି ଅଭିଯୋଗକାରୀ ସିଂ ପ୍ରକାଶ କରିଛନ୍ତି। ଏବେ ମଧ୍ୟ ଅଭିଯୋଗକାରୀଙ୍କୁ କୌଣସି ସୂଚନା ନ ଦେଇ ସିପିସିବିର ତଦନ୍ତ ମୂଲ୍ୟହୀନ ହୋଇପାରେ ବୋଲି ସିଂ ସନ୍ଦେହ ପ୍ରକଟ କରିଛନ୍ତି। ପ୍ରଦୂଷିତ ଡମଶାଳା ଜଳର ପ୍ରଭାବରେ ଜୀବଜନ୍ତୁ ଓ ମାଛ ମରୁଥିବାର ଗୁରୁତର ଅଭିଯୋଗ ରହିଥିବାରୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଅଞ୍ଚଳବାସୀ ଏକ ବଡ଼ ବିପଦର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ । ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri