ଯୁବତୀଙ୍କୁ ଗର୍ଭବତୀ କରି ସମ୍ପର୍କୀୟ କକା ଫେରାର

ସୁନ୍ଦରଗଡ,୬।୫: ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପର୍କୀୟ କକା ଗର୍ଭବତୀ କରି ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ଗ୍ରାମବାସୀଙ୍କ ସହିତ ମିଶି ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ୩୪ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ କଥାବାର୍ତ୍ତା କରିପାରନ୍ତି ନାହିଁ। ସେ ତାଙ୍କ ମା’ ଓ ବଡ ଭଉଣୀଙ୍କ ସହ ରହୁଥିଲେ। ମା’ ଓ ବଡ ଭଉଣୀ ମଜୁରୀ କାମ ପାଇଁ ବାହାରକୁ ଗଲା ବେଳେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ପ୍ରଲୋଭିତ କରି ବଳାତ୍କାର କରି ଆସୁଥିଲେ। ଯୁବତୀ ଜଣକ ୭ମାସର ଗର୍ଭବତୀ ଥିବା ଜଣାପଡିବା ପରେ ପୀଡିତାଙ୍କ ମା’ ଗ୍ରାମବାସୀଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଏ ନେଇ ଗ୍ରାମରେ ଏକ ବୈଠକ ହୋଇଥିଲା। ବୈଠକରେ ଅଭିଯୁକ୍ତ ଯୁବକ ଦୋଷ ସ୍ବୀକାର କରି ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଗ୍ରାମ ସଭାର ନିଷ୍ପତ୍ତିକୁ ନ ମାନି ଫେରାର୍‌ ହୋଇଯାଇଥିଲେ। ଶେଷରେ ପୀଡିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ସାମଗ୍ରୀ କ୍ରୟ ପ୍ରସଙ୍ଗ: ହାଇକୋର୍ଟରେ ମାମଲା

କଟକ ଅଫିସ,୮।୬: କୋଭିଡ-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀ ଯଥା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ଘେରୁଛନ୍ତି...

ବରଗଡ଼ ଜିଲାପାଳଙ୍କଠାରୁ ମିଳିଲା ନିର୍ଭର ପ୍ରତିଶ୍ରୁତି, ଅନଶନ କରିବେନି ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧୪।୮- ବରଗଡ଼ ଜିଲାରେ ଚୋରାମଦ କାରବାର ତଥା କୁଟିଆ ମଦ ଦୋକାନ ବନ୍ଦ ଦାବି ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ...

ମୌସୁମୀ ଦୁର୍ବଳ, ୯ ଯାଏ କାଁ ଭାଁ ବର୍ଷା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବହୀନ ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୯ ତାରିଖ...

ମୟୂରଭଞ୍ଜ ଜିଲାର ୧୧୭୦୮ଶ୍ରମିକଙ୍କ ହୋମ୍‌ କ୍ୱାରାଣ୍ଟାଇନ ସରିଲା

ବାରିପଦା ଅଫିସ, ୧୬ା୪- କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୩୧୭ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୨୨୨ଟି ସାମ୍ପୁଲ ନେଗେଟିଭ୍‌...

ଜୁଆ ଆଡ୍ଡାରେ ଚଢ଼ାଉ: ୯୬୫୦ ଟଙ୍କା, ୪ ବାଇକ୍‌ ଜବତ; ୪ କୋର୍ଟଚାଲାଣ

ଲୋଇସିଂହା,୬ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଅନ୍ତର୍ଗତ କଠିପାଲି ଛକଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ମଙ୍ଗଳବାର ଅପରାହ୍ନରେ ଲୋଇସିଂହା ପୋଲିସ...

ଲକ୍‌ଡାଉନକୁ କଡ଼ାକଡ଼ି କଲେ ତହସିଲଦାର

ବନ୍ତ, ୯।୪(ଡି.ଏନ.ଏ.)-କରୋନା ମହାମାରୀ ସାରା ବିଶ୍ୱକୁ ଭୟଙ୍କର ପରିସ୍ଥିତିକୁ ଟାଣି ନେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସମଗ୍ର ଦେଶକୁ...

ବାଲୁଗାଁ ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଖୋର୍ଦ୍ଧା ଅଫିସ, ୧୧।୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ଡିଭିଜନର ବାଲୁଗଁା ଡିଏଫ୍‌ଓ...

‘ବଂଶୀ’କୁ ଟାର୍ଗେଟ କଲା ‘ଅସ୍ତ୍ର’

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ସମୟରେ ଆକାଶରୁ...

Advertisement


Archives

Model This Week