ସାକ୍ଷୀଙ୍କ ଆତ୍ମହତ୍ୟା ନେଇ ଉଦ୍‌ବେଗ ପ୍ରକାଶ କଲେ କୋର୍ଟ

କଟକ ଅଫିସ, ୨୩ା୧୨:ହାତୀମୃତ୍ୟୁକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ହାଇକୋର୍ଟ। ଗୁରୁବାର ଶୁଣାଣି ବେଳେ ହାଇକୋର୍ଟ ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ଜଣେ ସାକ୍ଷୀ ଆତ୍ମହତ୍ୟା କରିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ସେନେଇ ଶିମିଳିପାଳ କ୍ଷେତ୍ର ଅଧିକାରୀଙ୍କଠାରୁ ଜାଣିବାକୁ ଚାହିଁଛନ୍ତି। ଏଥିସହ ଉକ୍ତ ମାମଲାର ଚାର୍ଜଶିଟ୍‌ ତୁରନ୍ତ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ମିଳିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୧୮ ତାରିଖକୁ ଧାର୍ଯ୍ୟ କରଛନ୍ତି।
ପ୍ରକାଶ ଯେ, ଗୁରୁବାର ଶୁଣାଣିବେଳେ ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ ଡ. ରମଣ ସୁକୁମାର ଓଡ଼ିଶାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ହାତୀ କରିଡର ଉପରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସମ୍ବଲପୁର ଓ ମହାନଦୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହାତୀଙ୍କ ଚଳାଚଳ ପାଇଁ ଅତିରିକ୍ତ ପୋଲ ନିର୍ମାଣର ଆବଶ୍ୟକତା ଥିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅଞ୍ଚଳରେ ରାଜ୍ୟର ୭୦ରୁ ୭୫% ହାତୀ ରହୁଥିବାବେଳେ ଏହି ସଂଖ୍ୟା ୨ହଜାର ବୋଲି ସେ ଦର୍ଶାଇଥିଲେ। ଡ. ସୁକୁମାରଙ୍କ ପାଓ୍ବାର ପଏଣ୍ଟ ତଥ୍ୟକୁ ରେକର୍ଡ ଭାବେ ରଖିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ଜଏଣ୍ଟ ଟାସ୍କ ଫୋର୍ସର ମୁଖ୍ୟ ବନ ସଂରକ୍ଷକ ଡ. ମନୋଜ ନାୟାର ଓ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କ୍ଷେତ୍ର ଅଧିକାରୀ ଏବଂ ବ୍ୟକ୍ତିଗତ ଭାବେ ଆଡଭୋକେଟ ଜେନେରାଲ ଓ ଆବେଦନକାରୀଙ୍କ ସିନିୟର କାଉନ୍‌ସେଲ ଉପସ୍ଥିତ ହୋଇ ଓଡ଼ିଶାରେ ସୁରକ୍ଷିତ ଭାବେ ହାତୀ ଚଳପ୍ରଚଳ କରିବା ନିମନ୍ତେ ଆବଶ୍ୟକ ପ୍ରସ୍ତାବ ପ୍ରଦାନ କରିଥିଲେ। ମୁଖ୍ୟ ବନ ସଂରକ୍ଷକ ଡ. ନାୟାର ହାତୀ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ଆକ୍ସନ ପ୍ଲାନରେ ଏସବୁ ରହିଥିବା ହାଇକୋର୍ଟଙ୍କୁ ଅବଗତ କରିଥିଲେ।
ଏଥିସହ ଡିସେମ୍ବର ୨୧ତାରିଖରେ ଦାଖଲ କରାଯାଇଥିବା ସତ୍ୟପାଠରେ ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ଗଜସାଥୀ ଯୋଜନା ସମ୍ପର୍କରେ ଉଲ୍ଲେଖ ରହିଛି। ଗଜସାଥୀ ଭାବେ ୧୧୭୭ ଗ୍ରାମରୁ ୫୪୫୭ ଜଣ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାର ସବିଶେଷ ତାଲିକା ସତ୍ୟପାଠରେ ସାମିଲ କରାଯାଇଛି। ଏଥିସହ ଜନ ସୁରକ୍ଷା ଗଜ ରକ୍ଷା ନାମକ ଯୋଜନାରେ ଜନସାଧାରଣଙ୍କୁ ସାମିଲ କରାଯାଇ ସୋଲାର ବାଡ଼ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି ଯେଉଁଥିରେ ରାଜ୍ୟ ସରକାର ୯୦% ଖର୍ଚ୍ଚ ବହନ କରିବେ। ଆହୁରି ମଧ୍ୟ ବିଦ୍ୟୁତ୍‌ ଆଘାତରୁ ହାତୀ ଓ ବନ୍ୟପ୍ରାଣୀଙ୍କୁ ରକ୍ଷା କରିବା ନିମନ୍ତେ ୩,୮୧୪ କିଲୋମିଟର ଖୋଲା ବିଦ୍ୟୁତ ତାର ମଧ୍ୟରୁ ୨,୩୫୪ କିଲୋମିଟର ତାରକୁ କେବୁଲରେ ପରିଣତ କରାଯାଇଛି। ଏହାବାଦ୍‌ ବିପଦ ଥିବା ଆହୁରି ୪,୪୪୪ କିଲୋମିଟର ଖୋଲା ବିଦ୍ୟୁତ୍‌ ତାର ଓ ୩୧,୦୦୦ ବିଦ୍ୟୁତ ସ୍ଥଳକୁ ଚିହ୍ନଟ କରାଯାଇଛି। ତଥ୍ୟ ମୁତାବକ ୧୯ଟି ବନ ଡିଭିଜନର ୩୨ଟି ରେଞ୍ଜକୁ ହାତୀ-ମଣିଷ ଲଢ଼େଇର ସର୍ବାଧିକ ବିପଦସଙ୍କୁଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ହାତୀଙ୍କ ନିମନ୍ତେ ପରିସଂସ୍ଥାର ଉନ୍ନତିକରଣ କରାଯିବ। ଏଥିରେ ନୂତନ ଭାବେ ୩୪ଟି ଜଳାଶୟ ନିର୍ମାଣ, ୨୬ଟି ଜଳାଶୟର ପୁନରୁଦ୍ଧାର, ୪୪ଟି ଜଳ ଅମଳ ସଂସ୍ଥା, ୨୦୦ ହେକ୍ଟର ଅଞ୍ଚଳରେ ବୁଦାଳିଆ ଘାସ ଚାଷ ଓ ବାଉଁଶ ଗଛ ସୃଷ୍ଟି ନିମନ୍ତେ ୧ ଲକ୍ଷ ବାଉଁଶ ମଞ୍ଜି ବଲ ରୋପଣ କରାଯିବ। ଏଥିସହ ହାତୀ କରିଡରର ନକ୍ସା ବଦଳାଯିବ। ଏନେଇ ଭାରତ ସରକାରଙ୍କ ଅବଗତ କରାଯାଇଛି। ଶିମିଳିପାଳ-କୁଲଡିହା-ହ୍ରଦଗଡ଼ ପାରମ୍ପରିକ ହାତୀ କରିଡରକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଥିବା ଡ. ନାୟାର ସତ୍ୟପାଠରେ ଦର୍ଶାଇଛନ୍ତି। ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ୩ ବନ ଅଧିକାରୀଙ୍କୁ ଗିରଫ କରି ଉଦଳା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?