ସାକ୍ଷୀଙ୍କ ଆତ୍ମହତ୍ୟା ନେଇ ଉଦ୍‌ବେଗ ପ୍ରକାଶ କଲେ କୋର୍ଟ

କଟକ ଅଫିସ, ୨୩ା୧୨:ହାତୀମୃତ୍ୟୁକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ହାଇକୋର୍ଟ। ଗୁରୁବାର ଶୁଣାଣି ବେଳେ ହାଇକୋର୍ଟ ଶିମିଳିପାଳ ହାତୀ ମୃତ୍ୟୁ ମାମଲାରେ ଜଣେ ସାକ୍ଷୀ ଆତ୍ମହତ୍ୟା କରିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ସେନେଇ ଶିମିଳିପାଳ କ୍ଷେତ୍ର ଅଧିକାରୀଙ୍କଠାରୁ ଜାଣିବାକୁ ଚାହିଁଛନ୍ତି। ଏଥିସହ ଉକ୍ତ ମାମଲାର ଚାର୍ଜଶିଟ୍‌ ତୁରନ୍ତ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ମିଳିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୧୮ ତାରିଖକୁ ଧାର୍ଯ୍ୟ କରଛନ୍ତି।
ପ୍ରକାଶ ଯେ, ଗୁରୁବାର ଶୁଣାଣିବେଳେ ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ ଡ. ରମଣ ସୁକୁମାର ଓଡ଼ିଶାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ହାତୀ କରିଡର ଉପରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସମ୍ବଲପୁର ଓ ମହାନଦୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହାତୀଙ୍କ ଚଳାଚଳ ପାଇଁ ଅତିରିକ୍ତ ପୋଲ ନିର୍ମାଣର ଆବଶ୍ୟକତା ଥିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅଞ୍ଚଳରେ ରାଜ୍ୟର ୭୦ରୁ ୭୫% ହାତୀ ରହୁଥିବାବେଳେ ଏହି ସଂଖ୍ୟା ୨ହଜାର ବୋଲି ସେ ଦର୍ଶାଇଥିଲେ। ଡ. ସୁକୁମାରଙ୍କ ପାଓ୍ବାର ପଏଣ୍ଟ ତଥ୍ୟକୁ ରେକର୍ଡ ଭାବେ ରଖିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ଜଏଣ୍ଟ ଟାସ୍କ ଫୋର୍ସର ମୁଖ୍ୟ ବନ ସଂରକ୍ଷକ ଡ. ମନୋଜ ନାୟାର ଓ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କ୍ଷେତ୍ର ଅଧିକାରୀ ଏବଂ ବ୍ୟକ୍ତିଗତ ଭାବେ ଆଡଭୋକେଟ ଜେନେରାଲ ଓ ଆବେଦନକାରୀଙ୍କ ସିନିୟର କାଉନ୍‌ସେଲ ଉପସ୍ଥିତ ହୋଇ ଓଡ଼ିଶାରେ ସୁରକ୍ଷିତ ଭାବେ ହାତୀ ଚଳପ୍ରଚଳ କରିବା ନିମନ୍ତେ ଆବଶ୍ୟକ ପ୍ରସ୍ତାବ ପ୍ରଦାନ କରିଥିଲେ। ମୁଖ୍ୟ ବନ ସଂରକ୍ଷକ ଡ. ନାୟାର ହାତୀ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ଆକ୍ସନ ପ୍ଲାନରେ ଏସବୁ ରହିଥିବା ହାଇକୋର୍ଟଙ୍କୁ ଅବଗତ କରିଥିଲେ।
ଏଥିସହ ଡିସେମ୍ବର ୨୧ତାରିଖରେ ଦାଖଲ କରାଯାଇଥିବା ସତ୍ୟପାଠରେ ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ଗଜସାଥୀ ଯୋଜନା ସମ୍ପର୍କରେ ଉଲ୍ଲେଖ ରହିଛି। ଗଜସାଥୀ ଭାବେ ୧୧୭୭ ଗ୍ରାମରୁ ୫୪୫୭ ଜଣ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାର ସବିଶେଷ ତାଲିକା ସତ୍ୟପାଠରେ ସାମିଲ କରାଯାଇଛି। ଏଥିସହ ଜନ ସୁରକ୍ଷା ଗଜ ରକ୍ଷା ନାମକ ଯୋଜନାରେ ଜନସାଧାରଣଙ୍କୁ ସାମିଲ କରାଯାଇ ସୋଲାର ବାଡ଼ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି ଯେଉଁଥିରେ ରାଜ୍ୟ ସରକାର ୯୦% ଖର୍ଚ୍ଚ ବହନ କରିବେ। ଆହୁରି ମଧ୍ୟ ବିଦ୍ୟୁତ୍‌ ଆଘାତରୁ ହାତୀ ଓ ବନ୍ୟପ୍ରାଣୀଙ୍କୁ ରକ୍ଷା କରିବା ନିମନ୍ତେ ୩,୮୧୪ କିଲୋମିଟର ଖୋଲା ବିଦ୍ୟୁତ ତାର ମଧ୍ୟରୁ ୨,୩୫୪ କିଲୋମିଟର ତାରକୁ କେବୁଲରେ ପରିଣତ କରାଯାଇଛି। ଏହାବାଦ୍‌ ବିପଦ ଥିବା ଆହୁରି ୪,୪୪୪ କିଲୋମିଟର ଖୋଲା ବିଦ୍ୟୁତ୍‌ ତାର ଓ ୩୧,୦୦୦ ବିଦ୍ୟୁତ ସ୍ଥଳକୁ ଚିହ୍ନଟ କରାଯାଇଛି। ତଥ୍ୟ ମୁତାବକ ୧୯ଟି ବନ ଡିଭିଜନର ୩୨ଟି ରେଞ୍ଜକୁ ହାତୀ-ମଣିଷ ଲଢ଼େଇର ସର୍ବାଧିକ ବିପଦସଙ୍କୁଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ହାତୀଙ୍କ ନିମନ୍ତେ ପରିସଂସ୍ଥାର ଉନ୍ନତିକରଣ କରାଯିବ। ଏଥିରେ ନୂତନ ଭାବେ ୩୪ଟି ଜଳାଶୟ ନିର୍ମାଣ, ୨୬ଟି ଜଳାଶୟର ପୁନରୁଦ୍ଧାର, ୪୪ଟି ଜଳ ଅମଳ ସଂସ୍ଥା, ୨୦୦ ହେକ୍ଟର ଅଞ୍ଚଳରେ ବୁଦାଳିଆ ଘାସ ଚାଷ ଓ ବାଉଁଶ ଗଛ ସୃଷ୍ଟି ନିମନ୍ତେ ୧ ଲକ୍ଷ ବାଉଁଶ ମଞ୍ଜି ବଲ ରୋପଣ କରାଯିବ। ଏଥିସହ ହାତୀ କରିଡରର ନକ୍ସା ବଦଳାଯିବ। ଏନେଇ ଭାରତ ସରକାରଙ୍କ ଅବଗତ କରାଯାଇଛି। ଶିମିଳିପାଳ-କୁଲଡିହା-ହ୍ରଦଗଡ଼ ପାରମ୍ପରିକ ହାତୀ କରିଡରକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଥିବା ଡ. ନାୟାର ସତ୍ୟପାଠରେ ଦର୍ଶାଇଛନ୍ତି। ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ୩ ବନ ଅଧିକାରୀଙ୍କୁ ଗିରଫ କରି ଉଦଳା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri