Posted inରାଜ୍ୟ

ହସୁଛି ବିଲାତି, କାନ୍ଦୁଛି ଚାଷୀ, କିଲୋ ଦୁଇ ଟଙ୍କାରେ ହଉଛି ବିକ୍ରି

କେନ୍ଦୁଝର,୨୦ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଲାତି ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ହେଁ କାୈଣସି ପ୍ରତିକାର କରାଯାଉନଥିବାରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ବଜାରରେ ଉଚିତ ମୂଲ୍ୟ ମିଳୁନଥିବାରୁ ଜମି ବାଡିରେ ବିଲାତି ପଚୁଛି। ତୋଳିବା ପାଇଁ ପାରିଶ୍ରମିକ ମୂଲ୍ୟ ମିଳୁନଥିବାରୁ ଜମିବାଡିରେ ବିଲାତି ପଚୁଛି।

ଅନ୍ୟପକ୍ଷରେ ଚାଷୀ ସକାଳୁ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସିରହୁଥିବା ବେଳେ କେତେକ ଚାଷୀ ବିଲାତି ଧରି ହାଟବଜାରରେ ବେପାରୀ, ଖାଉଟି ଙ୍କ ଅପେକ୍ଷାରେ ଟ୍ରେ ଧରି ବସୁଛନ୍ତି। ବଜାରରେ ଟ୍ରେ ରେ ୨୫/୩୦ କିଲୋ ବିଲାତି ମୂଲ୍ୟ ୪୦ ରୁ ୫୦ ଟଙ୍କା ରେ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି।

ପ୍ରକାଶ ଯେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଟିକରପଡା, ରାଜବନ୍ଧ, ନୂଆଗାଁ, ରାଇସୁଆଁ, ମହାଦେଇଯୋଡା, ପଦ୍ମପୁର ଆଦି ଅଂଚଳରେ ବିଲାତି ଚାଷ ଅଧିକ ହୋଇଥାଏ। ଏହା ଛଡା ମଇଦାନକେଲ, କାଠବାରି ଆଦି ଅଂଚଳରେ ମଧ୍ୟ ଚାଷୀ ମାନେ ବିଲାତି ଚାଷ କରିଥାନ୍ତି। ଏବେ ବିଲାତି ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ମାନେ ନଷ୍ଟ ହୋଇଯିବା ଭୟରେ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଶୀତଳ ଭଣ୍ଡାର ଥିଲେ ଏହି ବିଲାତି ଆଉ କିଛି ମାସ ଧରି ସାଇତି ରଖାଯାଇ ପାରନ୍ତା ଏବଂ ପରେ ଭଲ ମୂଲ୍ୟ ପାଇପାରନ୍ତେ ବୋଲି ଚାଷୀ ମାନେ କହିଛନ୍ତି। ସେହିପରି ବାହର ବେପାରୀ ମାନେ ଆସି ବିଲାତି ନେଇ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରିପାରନ୍ତେ। ଫଳରେ ଚାଷୀ ଓ ବେପାରୀ ଭଲ ରୋଜଗାର କରିପାରନ୍ତେ ବୋଲି ମତପ୍ରକାଶ ପାଉଛି।

ଏହା ଛଡା ଫୁଲ କୋବି, ବନ୍ଧା କୋବି, ଧନିଆ ପତ୍ର, ଶାଗ ଆଦି ମଧ୍ୟ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବନ୍ଧା କୋବି ଗୋଟା ୫ ଟଙ୍କାରୁ ୧୦ ଟଙ୍କା ରେ ବିକ୍ରି କରୁଥିବା ବେଳେ ଫୁଲ କୋବି ୧୦ ରୁ ୨୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ବାହାର ଜିଲାରୁ ମୂଲ୍ୟ କୋବି ଆସୁଥିବାରୁ କୋବି ଚାଷୀ ମାନେ ବିକ୍ରି କରିପାରୁନାହାଁନ୍ତି।

ସେହିପରି ଶାଗ ୨୦ ଟଙ୍କା ୪/୫ ବିଡା ବଦଳରେ ୧୦ ବିଡା ପର୍ୟ୍ୟନ୍ତ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଶୀତଳ ଭଣ୍ଡାର ଥିଲେ ଅନ୍ୟ ଏହି ସବୁ କୁ ଅଧିକ ସମୟ ପର୍ୟ୍ୟନ୍ତ ସାଇତି ରଖାଯାଇପରିଥାନ୍ତା ବୋଲି ଚାଷୀ ମାନେ ମତବ୍ୟକ୍ତ କରୁଛନ୍ତି। ସେହିପରି ଉପଯୁକ୍ତ ପରିଚାଳନା ଅଭାବରୁ ଏକ ସଂଗରେ ଚାଷୀ ମାନେ ଗୋଟିଏ ପ୍ରକାରର ଚାଷ କରୁଥିବା ଏବଂ ଉତ୍ପାଦିତ ପନିପରିବା କୁ ନିଅଣ୍ଟିଆ ଜିଲାକୁ ପଠାଇ ବିକ୍ରି ବଟା କରିବାର ସୁବିଧା କରାଯାଉନଥିବାରୁ ଏଭଳି ସମସ୍ୟା ପ୍ରତ୍ୟେକ ବର୍ଷ ଉପୁଜିଛି ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri