Posted inଖେଳ

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ମହମ୍ମଦ ଶାମି

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ମହମ୍ମଦ ଶାମି ଇତିହାସ ରଚିଛନ୍ତି। ସେ ଜାକେର ଅଲିଙ୍କ ରୂପରେ ତାଙ୍କର ୨୦୦ତମ ଦିନିକିଆ ଉଇକେଟ ପୂରଣ କରିଥିଲେ। ସେ ମିଚେଲ ଷ୍ଟାର୍କଙ୍କ ପରେ ଦ୍ୱିତୀୟ ବୋଲର ଭାବରେ ଦିନିକିଆ ଫର୍ମାଟରେ ଦ୍ରୁତତମ ୨୦୦ ଉଇକେଟ ହାସଲ କରିଛନ୍ତି।

ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ ହେଉଛି ମହମ୍ମଦ ଶାମିଙ୍କ ୧୦୪ତମ ଦିନିକିଆ ମ୍ୟାଚ। ଏହି ମ୍ୟାଚ୍‌ରେ ପ୍ରଥମ ଓଭରରେ ଶାମି ଗୋଟିଏ ଉଇକେଟ ନେଇଥିଲେ। ସେ ସୌମ୍ୟ ସରକାରଙ୍କୁ ଶୂନ୍ୟରେ ବୋଲ୍ଡ କରିଥିଲେ। ପାୱାରପ୍ଲେରେ ହିଁ ସେ ମେହିଦି ହାସନଙ୍କ ରୂପରେ ଆଉ ଏକ ବଡ଼ ଉଇକେଟ ନେଇଥିଲେ।

ଜାକେର ଅଲି ୬୮ ରନ କରିବା ପରେ ଖେଳୁଥିଲେ। ୪୩ତମ ଓଭରର ଚତୁର୍ଥ ବଲ୍‌ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ କରାଇ ଶାମି ତାଙ୍କର ୨୦୦ତମ ଦିନିକିଆ ଉଇକେଟ ପୂରଣ କରିଥିଲେ। ଶାମି ୨୦୦ ଦିନିକିଆ ଉଇକେଟ ନେବାରେ ଦ୍ୱିତୀୟ ଦ୍ରୁତତମ ବୋଲର ହୋଇଥିଲେ। ପ୍ରଥମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ସେ ୧୦୨ ମ୍ୟାଚ ଖେଳି ଏହି ସଂଖ୍ୟା ହାସଲ କରିଛନ୍ତି। ଶାମି ୧୦୪ଟି ମ୍ୟାଚ୍ରେ ୨୦୦ ଉଇକେଟ ପୂରଣ କରିଥିଲେ।

୨୦୦ ଉଇକେଟ ନେବାରେ ୮ମ ଭାରତୀୟ ବୋଲର।

ଭାରତ ପାଇଁ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଅନିଲ କୁମ୍ବଲେ। ସେ ୨୭୧ଟି ମ୍ୟାଚ ଖେଳି ୩୩୭ ରନ କରିଛନ୍ତି।

୧. ଅନିଲ କୁମ୍ବଲେ (୩୩୭)
୨. ଜଭଗଲ ଶ୍ରୀନାଥ (୩୧୫)
୩. ଅଜିତ ଅଗରକର (୨୮୮)
୪. ଜାହିର ଖାନ (୨୮୨)
୫. ହରଭଜନ ସିଂହ (୨୬୯)
୬. କପିଳ ଦେବ (୨୫୩)
୭. ରବିନ୍ଦ୍ର ଜାଡେଜା (୨୨୬)

୮. ମହମ୍ମଦ ଶାମି (୨୦୦)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?