କାଉଣ୍ଟର ଦସ୍ତଖତ ଜାଲ୍‌ ଥିଲା

ନୟାଗଡ଼ ଅଫିସ,୨୧।୮: ଜାଲ୍‌ ଦସ୍ତଖତରେ ୮୦କୋଟି ଟଙ୍କା ଆତ୍ମସାତ୍‌ ହୋଇଥିବା ତତ୍କାଳୀନ ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଅଭିଯୋଗ କରିଥିଲେ ା ଯାହାକୁ ନେଇ ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ବେହେରାଙ୍କୁ ପଦଚ୍ୟୁତ କରାଯାଇଥିଲା। ହେଲେ ଯାଞ୍ଚ ପରେ ଶାନ୍ତିଲତାଙ୍କ ସେହି ଅଭିଯୋଗ ସତ୍ୟ ବୋଲି ଏବେ ପ୍ରମାଣିତ ହୋଇଛି। ଉପଜିଲାପାଳ ଲଗ୍ନଜିତ ରାଉତ ଉକ୍ତ ଅଭିଯୋଗର ତଦନ୍ତ କରିବା ପରେ ଜାଲ ଦସ୍ତଖତରେ ଟଙ୍କା ଉଠାଣ କରାଯାଇ ଉନ୍ନୟନ କାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଛନ୍ତି। ଏନେଇ ଉପଜିଲାପାଳ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହାପରେ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ସମେତ ବିଡିଓ, ହେଡ କ୍ଲର୍କ, କ୍ୟାସିୟରଙ୍କ ପାଇଁ ଅଡୁଆ ବଢ଼ିଛି ।
ସୂଚନା ଅନୁଯାୟୀ,୨୦୧୭ ପଞ୍ଚାୟତ ନିର୍ବାଚନରେ ଭାପୁର ବ୍ଲକକୁ ବିଜେଡି ନିଜ ଦଖଲରେ ରଖିଥିଲା। ଶାନ୍ତିଲତା ବେହେରା ଅଧ୍ୟକ୍ଷା ଓ ଗୟାଧର ପରିଡ଼ା ଉପାଧ୍ୟକ୍ଷ ହୋଇଥିଲେ । ଅଧ୍ୟକ୍ଷା ବେହେରା ଉପାଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସରକାରୀ କାର୍ଯ୍ୟାଳୟକୁ ବ୍ଲକ ଉପାଧ୍ୟକ୍ଷ ନିଜ ଦଖଲରେ ରଖିବା, ବ୍ଳକ ଅଫିସକୁ ନ ଆସିବାକୁ ଅଧ୍ୟକ୍ଷାଙ୍କୁ ଧମକ ଦେବା, ସରକାରୀ କାର୍ଯ୍ୟରେ ଉପାଧ୍ୟକ୍ଷ ସବୁ ସମୟରେ ବାଧା ଦେବା, ଜାଲ ଦସ୍ତଖତ ଓ ଜାଲ ଲେଟର ପ୍ୟାଡକୁ ବ୍ୟବହାର କରି ୮୦ କୋଟି ଟଙ୍କାର ଫଲ୍‌ସ ବିଲ୍‌ କରାଇ ଅଧ୍ୟକ୍ଷାଙ୍କୁ ଫସାଇବା ନେଇ ଫତେଗଡ଼ ଥାନାରେ ଜୁଲାଇ ୧୧ରେ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା ଧମକ ଦିଆଯିବା ସହ ଜାତିଆଣ ଆକ୍ଷେପ ସହିବାକୁ ପଡୁଛି ବୋଲି ଅଧ୍ୟକ୍ଷା ଅଭିଯୋଗରେ ଦର୍ଶାଇଥିଲେ । ଅଧ୍ୟକ୍ଷାଙ୍କ ଅଭିଯୋଗ ପରେ ଉପାଧ୍ୟକ୍ଷଙ୍କ ଗୋଷ୍ଠୀ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଗତ ୧୭ତାରିଖରେ ଅନାସ୍ଥା ଭୋଟରେ ଅଧ୍ୟକ୍ଷା ବେହେରା ହାରିଯିବା ପରେ ତାଙ୍କୁ ପଦଚ୍ୟୁତ କରାଯାଇଥିଲା।
ଏନେଇ ଉପଜିଲାପାଳ ରାଉତ କୁହନ୍ତି, ଭାପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷା ବେହେରା କରିଥିବା ଅଭିଯୋଗର ତଦନ୍ତ ଭାର ମୋତେ ଜିଲାପାଳ ଦେଇଥିଲେ । ମୁଁ ଭାପୁର ବ୍ଲକକୁ ଯାଇ ତଦନ୍ତ କରିଛି । ବ୍ଲକରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ୨୦ରୁ ୩୦ଟି କେଶ ରେକର୍ଡ ନମୁନା ନେଇ ଯାଞ୍ଚ କରିଥିଲି। ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲିଆତି କରାଯାଇଥିବା ଯାଞ୍ଚରେ ଜଣାପଡିଥିଲା । ଏହି ଜାଲ ଦସ୍ତଖତ କେଉଁ ଲେବୁଲରେ ହୋଇଛି ତା’ର ମଧ୍ୟ ତଦନ୍ତ କରାଯାଇଛି । ଜେଇ, ମୁଖ୍ୟ କିରାଣୀଙ୍କ ଫାଇଲ ମୁମେଣ୍ଟରେ ଯେଉଁମାନେ ରହିଥାନ୍ତି ସେମାନଙ୍କୁ ପଚରାଉଚୁରା କରାଯାଇଛି । ଏପରିକି ସେମାନଙ୍କ ଲିଖିତ ଷ୍ଟେଟମେଣ୍ଟ ନେଇଛି। ଗତ ୧୩ ତାରିଖରେ ତଦନ୍ତ ରିପୋର୍ଟ ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀଙ୍କୁ ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଉପଜିଲାପାଳ କହିଛନ୍ତି । ଏ ସଂକ୍ରାନ୍ତରେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ବେହେରା କୁହନ୍ତି, ମୋର ଅଭିଯୋଗକୁ ଜିଲା ପ୍ରଶାସନ ଓ ପୋଲିସ ଗୁରୁତ୍ୱ ଦେଇନାହିଁନ୍ତି ା ମୁଁ କୌଣସି କ୍ଷେତ୍ରରେ ନ୍ୟାୟ ପାଇ ନାହିଁ। ଅନାସ୍ଥାରେ ମୋତେ ବିଦା କଲା ପରେ ଜାଲଦସ୍ତଖତ ଅଭିଯୋଗର ପ୍ରମାଣ ମିଳିଛି ା ତଥାପି ଜିଲାପାଳ ଚୁପ୍‌ ବସିଛନ୍ତି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri