ଝାରସୁଗୁଡ଼ା, ବରଗଡ଼ରୁ ଜବତ ନକଲି ଔଷଧ ୟୁପିରୁ ଆସିଛି

ଭୁବନେଶ୍ୱର, ୨୮।୧୨ (ବ୍ୟୁରୋ): ବାହାର ରାଜ୍ୟରୁ ଓଡ଼ିଶାକୁ ବ୍ୟାପିଛି ନକଲି ଔଷଧ ର଼୍ୟାକେଟ। ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଏସବୁ ଔଷଧ ଆମଦାନୀ କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲାରୁ ବିପୁଳ ନକଲି ଔଷଧ ଜବତ ହେବା ସହ ଏସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ତେବେ ନିକଟରେ ଝାରସୁଗୁଡ଼ା ଓ ବରଗଡ଼ରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତରପ୍ରଦେଶରୁ ଆସିଥିବା ଜଣାପଡିଛି। ସେଠାରେ ଏକାଧିକ ଫାର୍ମା କମ୍ପାନୀ ନକଲି ଔଷଧ ତିଆରି କରୁଥିବାବେଳେ ବଡ଼ ବଡ଼ ଗୋଦାମ ମଧ୍ୟ ରହିଛି। ଓଡ଼ିଶା ସରକାରଙ୍କ ସୂଚନା ଆଧାରରେ ଉତ୍ତରପ୍ରଦେଶ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସୂଚନା ମିଳିଛି। ଝାରସୁଗୁଡ଼ାର ଅମିତ ମେଡିକାଲ ଏଜେନ୍ସି ଏବଂ ବରଗଡ଼ର ବିକାଶ ଆଣ୍ଡ୍‌ କୋରୁ ୧ଲକ୍ଷ ୭୦ ହଜାର ଟଙ୍କାର ନକଲି ମେଡିସିନ୍‌ ଜବତ ହୋଇଥିଲା। ଜବତ ସମସ୍ତ ମେଡିସିନ୍‌ ଉତ୍ତର ପ୍ରଦେଶ ବାରାଣସୀର ୩ଟି ଫାର୍ମରୁ ପ୍ରସ୍ତୁତ ହୋଇଥିବା ମୁଖ୍ୟ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ମେଡ଼ିସିନ ପ୍ରସ୍ତୁତ କରୁଥିବା ସମ୍ପୃକ୍ତ ଫାର୍ମର ଡ୍ରଗ୍‌ ଲାଇସେନ୍ସ ରଦ୍ଦ ହୋଇଥିବା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏସବୁ ନକଲି ଔଷଧ ରାଜ୍ୟର ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଆଶଙ୍କା କରାଯାଉଥିବାରୁ ସେସବୁକୁ ଜବତ ସହ ରାଜ୍ୟରୁ ଏହି ବେଆଇନ କାରବାରକୁ ବନ୍ଦ କରିବା ପାଇଁ ଚଢ଼ାଉକୁ ଜୋର୍‌ଦାର କରାଯିବାକୁ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ, ଗତ ୨୩ ତାରିଖରେ କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଥିଲା। କଟକ ପୁରୀଘାଟସ୍ଥିତ ଏମ୍‌ଏଚ୍‌ ଫାର୍ମାସ୍ୟୁଟିକାଲ୍‌ ଷ୍ଟୋର୍‌ରୁ ୧୧ ପ୍ରକାରର ସନ୍ଦେହାତ୍ମକ ଔଷଧ ଜବତ କରାଯାଇଥିଲା। ଏସବୁର ମୂଲ୍ୟ ପ୍ରାୟ ୨୩.୨୩ଲକ୍ଷ ଟଙ୍କା ହେବ। ଏହି ନକଲି ଔଷଧଗୁଡ଼ିକ ମଧ୍ୟ ଉତ୍ତର ପ୍ରଦେଶରୁ ଆସିଥିବା ଜଣାପଡ଼ିଥିଲା। ତେଣୁ ନକଲି ଔଷଧ ଆମଦାନୀରେ ଉତ୍ତରପ୍ରଦେଶ ରାଜ୍ୟର ଏକ ବଡ଼ ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ନକଲି ଔଷଧର ଆମଦାନୀ ଏବଂ ଯୋଗାଣକୁ ବନ୍ଦ କରିବା ଏବଂ ଧରାପଡ଼ିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୋଧରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri