ବାର୍ଡ ଫ୍ଲୁ: ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୮।୧(ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ୧୨୦ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। କୁକୁଡ଼ାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ ରାଜ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ଦେଖାଦେଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି।
କୁକୁଡ଼ାଙ୍କ ମୃତ୍ୟୁ ହେବା ଖବର ମିଳିବା ପରେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଲାସ୍ତରୀୟ ରାପିଡ ଆକ୍ସନ ଟିମ୍‌ ସଦସ୍ୟମାନେ ସେଠାର ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି। ମୃତ କୁକୁଡ଼ା ମଧ୍ୟରୁ ୫ଟିକୁ ପରୀକ୍ଷଣ ନିମନ୍ତେ ଫୁଲନଖର ସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଥିଲା। ତେବେ କୌଣସି ନମୁନାରେ ବାର୍ଡ ଫ୍ଲୁର ଲକ୍ଷଣ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ବାକି କୁକୁଡ଼ାଙ୍କୁ ଗଭୀର ଗାତରେ ବିଶୋଧନ ପ୍ରୟୋଗ କରି ପୋତି ଦିଆଯାଇଛି। କୁକୁଡା ଫାର୍ମ ପରିସରକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ରାପିଡ ଆକ୍ସନ ଟିମ୍‌ର ସଦସ୍ୟମାନେ ବିଶୋଧନ କରିଛନ୍ତି। ଏଥିସହିତ ପାର୍ଶ୍ୱବର୍ତ୍ତୀ ସ୍ଥାନଗୁଡିକରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ନିମନ୍ତେ ପଠାଯାଇଛି। ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ତତ୍ପର ଅଛନ୍ତି। ଜନସାଧାରଣ ଭୟଭୀତ ନ ହୋଇ ମାଂସ ଓ ଅଣ୍ଡା ଭଲଭାବେ ସିଝାଇ ଖାଇବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ବାର୍ଡ ଫ୍ଲୁର ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ ଅଗ୍ରାଧିକାରଭିତ୍ତିରେ ରୋଗ ନିୟନ୍ତ୍ରଣ ଓ ନିରୀକ୍ଷଣ ନିମନ୍ତେ ପଦକ୍ଷେପ ନେବାକୁ ସତର୍କ କରାଯାଇଛି। ରାଜ୍ୟ ସରକାର ବିଦେଶାଗତ ପକ୍ଷୀଙ୍କ ଅସ୍ବାଭାବିକ ମୃତ୍ୟୁ ଉପରେ ନଜର ରଖିଛନ୍ତି। ପ୍ରତ୍ୟେକ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ବାର୍ଡ ଫ୍ଲୁ ସମ୍ବନ୍ଧୀୟ ପ୍ରସ୍ତୁତି, ନିୟନ୍ତ୍ରଣ ଓ ନିରୋଧ ଯୋଜନା ସମ୍ପାଦନ ପାଇଁ ଏସ୍‌ଓପି ଜାରି କରାଯାଇଛି। ଏଥିସହିତ ନମୁନା ପରୀକ୍ଷଣକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଲକାତା ଠାରେ ଥିବା ଆଞ୍ଚଳିକ ପ୍ରାଣୀ ରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପଠାଯାଇଛି। ଏ ପର୍ଯ୍ୟନ୍ତ ୧୧୦୦ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। କୌଣସି ଠାରେ ରୋଗ ପ୍ରକାଶ ପାଇ ନାହିଁ। ଗୁରୁବାର ୩୦୦ ନମୁନା ସଂଗ୍ରହ କରାଯାଇଛି। ଏଥିସହିତ କଟକସ୍ଥିତ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ (ରୋଗ ନିୟନ୍ତ୍ରଣ)ଙ୍କ ତତ୍ତ୍ୱାବଧାନରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ (ଫୋନ ନଂ.-୦୬୭୧-୨୪୧୪୩୧୦)କାର୍ଯ୍ୟ କରୁଛି। ରାଜ୍ୟର ଜନସାଧାରଣ, ଚାଷୀ, କୁକୁଟପାଳନ ଉଦ୍ୟୋଗୀ ଓ ବ୍ୟବସାୟୀମାନେ ପକ୍ଷୀମଡ଼କ ବିଷୟରେ ନିକଟସ୍ଥ ପ୍ରାଣୀ ଚିକିତ୍ସକ କିମ୍ବା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁ (ଆଭିଆନ ଇନ୍‌ଫ୍ଲୁଏଞ୍ଜା) ସନ୍ଦେହ କରାଯାଉଥିବା କୌଣସି ସ୍ଥାନକୁ ଗସ୍ତ କରିବା ନିମନ୍ତେ ରାଜ୍ୟସ୍ତରରେ ୯ଟି ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରାଯାଇଛି। ଏଥିନିମନ୍ତେ ପ୍ରତି ଜିଲା ଗସ୍ତରେ ମଧ୍ୟ ୧୦ରୁ ୧୫ ରାପିଡ ଆକ୍ସନ ଟିମ୍‌ ଗଠନ କରିବା ପାଇଁ ସମସ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଉତ୍ପାଦିତ କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକୁଟଜାତ ପଦାର୍ଥ ଖାଇବା ସମ୍ପୂର୍ଣ୍ଣ ସୁରକ୍ଷିତ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri