ଜଣାପଡ଼ିଲା ହାତୀ ମୃତ୍ୟୁର ପୁରା ଘଟଣା: କାହିଁକି କେମିତି  ଗୁଳି କରିଥିଲେ କହିଲେ …

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଣିଆପଲ୍ଲୀରେ ଗତ ଶନିବାର ଏକ ଦନ୍ତା ହାତୀର  ମୃତୁ ଘଟିଥିଲା। ସୋମବାର  ଉକ୍ତ ଘଟଣାର ରହସ୍ୟ ବନ ବିଭାଗ ଉନ୍ମୋଚିତ କରିଛି। ଜଣେ ଶିକାରୀ ନିଜ ଫସଲକୁ ସୁରକ୍ଷା କରିବାକୁ ଯାଇ ହାତୀକୁ ଗୁଳିକରି ମାରିଥିବା ଜଣାପଡିଛି । ବନ ବିଭାଗ ଅଭିଯୁକ୍ତ ଉମାକାନ୍ତ ପ୍ରଧାନ (୫୦)ଙ୍କୁ ଗିରଫ କରିବା ପରେ ରହସ୍ୟ ଉନ୍ମୋଚିତ ହୋଇଛି। ଏହି ମାମଲାରେ ବନ ବିଭାଗ ଅଭିଯୁକ୍ତଙ୍କଠାରୁ ୨ଟି ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ, ଗୁଳି, ବିସ୍ଫୋରକ ଦ୍ରବ୍ୟ, ପାଲ ପ୍ରମୁଖ ଜିନିଷ ଜବତ କରିଛି ବୋଲି ଡିଏଫ ଓ ହିମାଂଶୁ ଶେଖର ମହାନ୍ତି  ସନ୍ଧ୍ୟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ବନ ବିଭାଗ ଅଭିଯୁକ୍ତଙ୍କୁ ରିମାଣ୍ଡରରେ ୩ ଦିନ ଆଣି ଘଟଣାର ଅଧିକ ତଦନ୍ତ ଚଳାଇବା ଯୋଜନା ରଖିଛି। ତେଣୁ ଏନେଇ କୋର୍ଟରେ ଆବେଦନ କରାଯାଇଛି । ଏ ନେଇ ଓଆର ୪୩୨ /୨୫ ରେ ଏକ ମାମଲା ରୁଜୁ ହୋଇଛି। ଖବରଦାତା ସମ୍ମିଳନୀରେ ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, ବନପାଳ ବବୁଲ ସେଠୀ, ଟୁନା ମଲ୍ଲିକ, ଅନୁପ ବିଷୋୟୀ, ରାଜେନ୍ଦ୍ର ଦଳେଇ, ବନରକ୍ଷୀ ବିଶ୍ୱଜିତ୍‌ ହୋତା, ପ୍ରଦ୍ୟୁମ୍ନ ବିଷୋୟୀ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ରାତିରେ ୨୪ ଟିକିଆ ହାତୀପଲ ବାଣିଆପଲ୍ଲୀ ଜଙ୍ଗଲରେ ଥିଲେ। ସେଥିମଧ୍ୟରୁ ୨ ଟି ହାତୀ ଫସଲ ଖାଇବାକୁ ଜମି ଆଡ଼େ ଯାଇଥିଲେ। ଏ ନେଇ ଉମାକାନ୍ତ ଜାଣି ଜମିକୁ ବନ୍ଧୁକ ଓ ବୋମା ଧରି ଯାଇଥିଲେ। ରାତି ପ୍ରାୟ ୯ ଟା ସମୟରେ ଦୁଇଟି ହାତୀ ଉମାକାନ୍ତଙ୍କ ଧାନ ଫସଲ ଖାଇବାକୁ ଆସିଥିଲେ। ଜମିରେ ପୁର୍ବରୁ ଜଗି ରହିଥିବା ଉମାକାନ୍ତ ପ୍ରଥମେ ହାତୀକୁ ଘଉଡ଼ାଇବା ପାଇଁ ୨ ଟି ବୋମା ମାଡ କରିଥିଲେ। କିନ୍ତୁ ହାତୀଦ୍ବୟ ଜଙ୍ଗଲକୁ ଫେରିଯିବା ବଦଳରେ ହିଂସ୍ର ହୋଇ ଓଲୋଟା ଆତଙ୍କ ରଚିଥିଲା। ଏହି ସମୟରେ ଉମାକାନ୍ତ ବନ୍ଧୁକରୁ ଗୁଳି ଚଳାଇଥିଲା। ଫଳରେ ଦନ୍ତା ହାତୀର ସମ୍ମୁଖ ଭାଗ ବାମ ଗୋଡ ଉପରକୁ ଗୁଳି ଲାଗିଥିଲା। ହାତୀଟି ପ୍ରାଣ ବିକଳରେ ଜଙ୍ଗଲକୁ ପ୍ରାୟ ୫୦୦ ମିଟର ଦୌଡ଼ି ଯାଇ ସେଠୀ ଟଳି ପଡ଼ିଥିଲା। ପରେ ଉମାକାନ୍ତ ଘରକୁ ଫେରି ବନ୍ଧୁକକୁ ଘର ସମ୍ମୁଖ ଜମିରେ ଲୁଚାଇ ରଖିଥିଲେ। ଶନିବାର ସକାଳେ ବନ ବିଭାଗ ହାତୀ ମରିଥିବା ସୂଚନା ପାଇଥିଲା। ପରେ ଭୁବନେଶରରୁ ଜେ ଟି ଏଫ ଟିମ ଆସି ଘଟଣାର ତଦନ୍ତ କରିଥିଲା। ଏଥିସହ ୪ ଜଣିଆ ପ୍ରାଣୀ ବିଶେଷଜ୍ଞ ହାତୀର ବ୍ୟବଚ୍ଛେଦ କରିଥିଲେ। ଏହି ସମୟରେ ହାତୀକୁ ଗୁଳି ହୋଇଥିବା ଜଣାପଡିଥିଲା। ଏଚ୍‌ପରେ ବନ ବିଭାଗ ଏକାଧିକ ସତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?