ଜମି ନେଇ କମ୍ପାନୀ ନୀରବ

ଯାଜପୁର ଅଫିସ,୧୫ା୬: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ‘ଗୋ ସୁଇଫ୍ଟ’ ପୋର୍ଟାଲ ଜରିଆରେ ଆବେଦନ କରିଥିବା କେତେକ ଛୋଟବଡ଼ ଶିଳ୍ପ କମ୍ପାନୀକୁ ଜମି ଯୋଗାଇ ଦେବାରେ ଇଡ୍‌କୋ ବିଫଳ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜମି ପାଇଥିବା ସତ୍ତ୍ବେ ବର୍ଷ ବର୍ଷ ଧରି କୌଣସି କାରଖାନା ନିର୍ମାଣ ଆରମ୍ଭ ହେଉ ନ ଥିବା ସୂଚନା ମିଳିଛି। ଏନେଇ ଗତ ୯ ତାରିଖରେ ଅନୁଷ୍ଠିତ ଇଣ୍ଡଷ୍ଟ୍ରି କେୟାର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ଆଡଭାଇଜର ଉଦ୍‌ବେଗ ପ୍ରକାଶ କରିବା ସହ ଛୋଟବଡ଼ ଶିଳ୍ପ ପ୍ରତିଷ୍ଠା ଉପରେ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି। ନୂଆ ଶିଳ୍ପ କମ୍ପାନୀ ପ୍ରତିଷ୍ଠାରେ ମନ୍ଥରତା ଯୋଗୁ ନିଯୁକ୍ତି ସୃଷ୍ଟି ହୋଇପାରୁ ନ ଥିବା ମତପ୍ରକାଶ ପାଇଛି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଜାରକା ଶିଳ୍ପାଞ୍ଚଳ ପାଇଁ ପ୍ରାୟ ୧୦୦ ଛୋଟବଡ଼ କମ୍ପାନୀ ଆବେଦନ କରିଛନ୍ତି। ସେଥିରୁ କେତେକ ହାତଗଣତି କମ୍ପାନୀକୁ ଜମି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ବହୁ ଏକର ଜମି ଅଯଥାରେ ମାଡି ବସିଛନ୍ତି। ଫଳରେ ନୂତନ ଶିଳ୍ପ କମ୍ପାନୀ ପାଇଁ ଜମି ଅଭାବ ଦେଖାଦେଇଛି। ୨୦୧୯ରୁ ବିକେ ଷ୍ଟିଲ ପାୱାର ଲିମିଟେଡ୍‌କୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ କାରଖାନା ପ୍ରତିଷ୍ଠା ପାଇଁ ଇଡ୍‌କୋ ପକ୍ଷରୁ ୬୪.୮୨ ଏକର ଜମି ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ କମ୍ପାନୀ ୧୫୬ କୋଟି ଟଙ୍କା ବିନିଯୋଗ କରି ରତ୍ନମଣି ମେଟାଲ୍ସ ଆଣ୍ଡ ଟ୍ୟୁବ୍‌ସ ଲିଃ ନାମରେ ଷ୍ଟିଲ ପାଇପ୍‌ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିରେ ୧୮୩ ଜଣ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ସହିପରି ୫୦୪ କୋଟି ବିନିଯୋଗ କରି ଆଇରନ ପାଇପ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଏଥିରେ ୨,୧୮୧ ଜଣ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ଏହାବାଦ ୧୯୬ କୋଟି ବିନିଯୋଗ କରି ଷ୍ଟିଲ୍‌ ବିଲେଟ୍‌ ଉପତ୍ାଦନ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ମଞ୍ଜୁରୀ ମିଳି ସାରିଛି। ଏଥିରେ ୫୦୬ ଜଣ ନିଯୁକ୍ତି ପାଇବେ ବୋଲି ପ୍ରସ୍ତାବରେ ଦର୍ଶାଯାଇଥିଲା। କିନ୍ତୁ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କମ୍ପାନୀ ଏଯାଏ ଉକ୍ତ ଜମିରେ କିଛି ବି କରିନାହିଁ। ଏହି ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ବେକାର ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ଆଶା ସପନ ହୋଇରହିଛି। ଏହି କମ୍ପାନୀ ଜମି ପାଇଁ ଆବଶ୍ୟକ ଟଙ୍କା ଦାଖଲ କରିଥିଲେ ହେଁ ଗତ ୨ ବର୍ଷ ହେଲା ବାର୍ଷିକ ଭଡ଼ା ଦେଇନାହିଁ। ହେଲେ କମ୍ପାନୀକୁ ସରକାରୀସ୍ତରରେ ଆବଶ୍ୟକ ସହଯୋଗ ମିଳି ପାରି ନ ଥିବାରୁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହେଉଥିବା କୁହାଯାଉଛି। ତେଣୁ କଳିଙ୍ଗନଗରଠାରେ ଏହି ଶିଳ୍ପ ପ୍ରତିଷ୍ଠା ଆଶା ମଉଳି ଯାଇପାରେ ବୋଲି ସଂଶୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଖଣିଜ ପଦାର୍ଥ ଦର ବୃଦ୍ଧି ଏବଂ ପରିବହନ ବାବଦକୁ ଅଧିକ ଖର୍ଚ୍ଚ ହେଉଥିବାରୁ କାରଖାନା ଚଳାଇବା କଷ୍ଟକର ବୋଲି କେଜେ ଇସ୍ପାତ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଇଣ୍ଡଷ୍ଟ୍ରି କେୟାର ବୈଠକରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମିଳିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଟିପିଏସ୍‌ ବ୍ରିୱେରିଜ୍‌ ଆଣ୍ଡ ଡିସଟେଲେରି ପ୍ରା.ଲି. ଧର୍ମଶାଳା ଜାରକା ଶିଳ୍ପାଞ୍ଚଳରେ ଦୈନିକ ୨୦୦ କିଲୋଲିଟର ବଟଲିଂ ୟୁନିଟ ପ୍ରତିଷ୍ଠା କରିବାକୁ ୨୭.୨୦ ଏକର ଜମି ପାଇଁ ଆବେଦନ କରିଛି। ହେଲେ ଇଡ୍‌କୋ ପକ୍ଷରୁ ଏଯାଏ ଜମି ଯୋଗାଇ ଦିଆଯାଇ ନଥିବା ସୂଚନା ମିଳିଛି। ଏଭଳି ଅନେକ ଅବ୍ୟବସ୍ଥା ଯୋଗୁ ଯାଜପୁର ଜିଲାର ଆଶାୟୀ ବେକାର ଯୁବତୀଯୁବକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ନିଯୁକ୍ତି ମିଳିବ ବୋଲି ଯେଉଁ ଆଶା କରାଯାଉଛି ତାହା ଫସର ଫାଟିଛି। ଅନ୍ୟପକ୍ଷେ ଯେତେ ଶିଳ୍ପ ପ୍ରତିଷ୍ଠା ହେଲେ ବି ନୂଆ ଏବଂ ପୁରୁଣା କାରଖାନାରେ ଅଧିକ ସଂଖ୍ୟାରେ ବାହାର ରାଜ୍ୟର ଠିକାସଂସ୍ଥାଙ୍କୁ ନିୟୋଜିତ କରି ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ବିକେ ଷ୍ଟିଲ କମ୍ପାନୀକୁ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ କାହିଁକି ସେହି କମ୍ପାନୀ ପ୍ରତିଷ୍ଠା ହୋଇନାହିଁ ସେ ନେଇ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri