ଜମି ନେଇ କମ୍ପାନୀ ନୀରବ

ଯାଜପୁର ଅଫିସ,୧୫ା୬: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ‘ଗୋ ସୁଇଫ୍ଟ’ ପୋର୍ଟାଲ ଜରିଆରେ ଆବେଦନ କରିଥିବା କେତେକ ଛୋଟବଡ଼ ଶିଳ୍ପ କମ୍ପାନୀକୁ ଜମି ଯୋଗାଇ ଦେବାରେ ଇଡ୍‌କୋ ବିଫଳ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜମି ପାଇଥିବା ସତ୍ତ୍ବେ ବର୍ଷ ବର୍ଷ ଧରି କୌଣସି କାରଖାନା ନିର୍ମାଣ ଆରମ୍ଭ ହେଉ ନ ଥିବା ସୂଚନା ମିଳିଛି। ଏନେଇ ଗତ ୯ ତାରିଖରେ ଅନୁଷ୍ଠିତ ଇଣ୍ଡଷ୍ଟ୍ରି କେୟାର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ଆଡଭାଇଜର ଉଦ୍‌ବେଗ ପ୍ରକାଶ କରିବା ସହ ଛୋଟବଡ଼ ଶିଳ୍ପ ପ୍ରତିଷ୍ଠା ଉପରେ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି। ନୂଆ ଶିଳ୍ପ କମ୍ପାନୀ ପ୍ରତିଷ୍ଠାରେ ମନ୍ଥରତା ଯୋଗୁ ନିଯୁକ୍ତି ସୃଷ୍ଟି ହୋଇପାରୁ ନ ଥିବା ମତପ୍ରକାଶ ପାଇଛି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଜାରକା ଶିଳ୍ପାଞ୍ଚଳ ପାଇଁ ପ୍ରାୟ ୧୦୦ ଛୋଟବଡ଼ କମ୍ପାନୀ ଆବେଦନ କରିଛନ୍ତି। ସେଥିରୁ କେତେକ ହାତଗଣତି କମ୍ପାନୀକୁ ଜମି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ବହୁ ଏକର ଜମି ଅଯଥାରେ ମାଡି ବସିଛନ୍ତି। ଫଳରେ ନୂତନ ଶିଳ୍ପ କମ୍ପାନୀ ପାଇଁ ଜମି ଅଭାବ ଦେଖାଦେଇଛି। ୨୦୧୯ରୁ ବିକେ ଷ୍ଟିଲ ପାୱାର ଲିମିଟେଡ୍‌କୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ କାରଖାନା ପ୍ରତିଷ୍ଠା ପାଇଁ ଇଡ୍‌କୋ ପକ୍ଷରୁ ୬୪.୮୨ ଏକର ଜମି ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ କମ୍ପାନୀ ୧୫୬ କୋଟି ଟଙ୍କା ବିନିଯୋଗ କରି ରତ୍ନମଣି ମେଟାଲ୍ସ ଆଣ୍ଡ ଟ୍ୟୁବ୍‌ସ ଲିଃ ନାମରେ ଷ୍ଟିଲ ପାଇପ୍‌ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିରେ ୧୮୩ ଜଣ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ସହିପରି ୫୦୪ କୋଟି ବିନିଯୋଗ କରି ଆଇରନ ପାଇପ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଏଥିରେ ୨,୧୮୧ ଜଣ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ଏହାବାଦ ୧୯୬ କୋଟି ବିନିଯୋଗ କରି ଷ୍ଟିଲ୍‌ ବିଲେଟ୍‌ ଉପତ୍ାଦନ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ମଞ୍ଜୁରୀ ମିଳି ସାରିଛି। ଏଥିରେ ୫୦୬ ଜଣ ନିଯୁକ୍ତି ପାଇବେ ବୋଲି ପ୍ରସ୍ତାବରେ ଦର୍ଶାଯାଇଥିଲା। କିନ୍ତୁ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କମ୍ପାନୀ ଏଯାଏ ଉକ୍ତ ଜମିରେ କିଛି ବି କରିନାହିଁ। ଏହି ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ବେକାର ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ଆଶା ସପନ ହୋଇରହିଛି। ଏହି କମ୍ପାନୀ ଜମି ପାଇଁ ଆବଶ୍ୟକ ଟଙ୍କା ଦାଖଲ କରିଥିଲେ ହେଁ ଗତ ୨ ବର୍ଷ ହେଲା ବାର୍ଷିକ ଭଡ଼ା ଦେଇନାହିଁ। ହେଲେ କମ୍ପାନୀକୁ ସରକାରୀସ୍ତରରେ ଆବଶ୍ୟକ ସହଯୋଗ ମିଳି ପାରି ନ ଥିବାରୁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହେଉଥିବା କୁହାଯାଉଛି। ତେଣୁ କଳିଙ୍ଗନଗରଠାରେ ଏହି ଶିଳ୍ପ ପ୍ରତିଷ୍ଠା ଆଶା ମଉଳି ଯାଇପାରେ ବୋଲି ସଂଶୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଖଣିଜ ପଦାର୍ଥ ଦର ବୃଦ୍ଧି ଏବଂ ପରିବହନ ବାବଦକୁ ଅଧିକ ଖର୍ଚ୍ଚ ହେଉଥିବାରୁ କାରଖାନା ଚଳାଇବା କଷ୍ଟକର ବୋଲି କେଜେ ଇସ୍ପାତ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଇଣ୍ଡଷ୍ଟ୍ରି କେୟାର ବୈଠକରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମିଳିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଟିପିଏସ୍‌ ବ୍ରିୱେରିଜ୍‌ ଆଣ୍ଡ ଡିସଟେଲେରି ପ୍ରା.ଲି. ଧର୍ମଶାଳା ଜାରକା ଶିଳ୍ପାଞ୍ଚଳରେ ଦୈନିକ ୨୦୦ କିଲୋଲିଟର ବଟଲିଂ ୟୁନିଟ ପ୍ରତିଷ୍ଠା କରିବାକୁ ୨୭.୨୦ ଏକର ଜମି ପାଇଁ ଆବେଦନ କରିଛି। ହେଲେ ଇଡ୍‌କୋ ପକ୍ଷରୁ ଏଯାଏ ଜମି ଯୋଗାଇ ଦିଆଯାଇ ନଥିବା ସୂଚନା ମିଳିଛି। ଏଭଳି ଅନେକ ଅବ୍ୟବସ୍ଥା ଯୋଗୁ ଯାଜପୁର ଜିଲାର ଆଶାୟୀ ବେକାର ଯୁବତୀଯୁବକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ନିଯୁକ୍ତି ମିଳିବ ବୋଲି ଯେଉଁ ଆଶା କରାଯାଉଛି ତାହା ଫସର ଫାଟିଛି। ଅନ୍ୟପକ୍ଷେ ଯେତେ ଶିଳ୍ପ ପ୍ରତିଷ୍ଠା ହେଲେ ବି ନୂଆ ଏବଂ ପୁରୁଣା କାରଖାନାରେ ଅଧିକ ସଂଖ୍ୟାରେ ବାହାର ରାଜ୍ୟର ଠିକାସଂସ୍ଥାଙ୍କୁ ନିୟୋଜିତ କରି ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ବିକେ ଷ୍ଟିଲ କମ୍ପାନୀକୁ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ କାହିଁକି ସେହି କମ୍ପାନୀ ପ୍ରତିଷ୍ଠା ହୋଇନାହିଁ ସେ ନେଇ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri