ଯୌତୁକ ଦାବିରେ ମହିଳାଙ୍କୁ ହତ୍ୟା

ଜଗତସିଂହପୁର ଅଫିସ, ୧୫ା୬: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଭୟଚାନ୍ଦପୁର ଥାନା ଢ଼ିଙ୍କିଆ ତ୍ରିଲୋଚନପୁର ଗ୍ରାମର ପ୍ରଦୀପ ଘଡେଇଙ୍କ ଝିଅ ସଂଯୁକ୍ତା ଓରଫ ଶ୍ରୀୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଦୀପଙ୍କ ଅଭିଯୋଗ ଆଧାରରେ ଜଗତ୍‌ସିଂହପୁର ଥାନାରେ ମାମଲା ରୁଜୁ କରଯାଇ ଅଭିଯୁକ୍ତ ସ୍ବାମୀ ସ୍ବରୂପ ଗୋଛାୟତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଅଭିଯୋଗ ଅନୁଯାୟୀ, ୨୦୧୩ରେ ଶ୍ରୀୟା ଓ ସ୍ବରୂପଙ୍କ ମଧ୍ୟରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା। ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ବିଭିନ୍ନ ସମୟରେ ଅଭିଯୁକ୍ତ ସ୍ବରୂପ ଓ ତାଙ୍କ ବାପା ଶ୍ରୀୟାଙ୍କୁ ମାରଧର କରୁଥିଲେ । ଏପରି କି ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଭଦ୍ର ଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା। ଗତ ୧୨ ତାରିଖରେ ଶ୍ରୀୟାଙ୍କୁ ମାଡ ହୋଇଥିବା ସେ ତାଙ୍କ ଭାଇଙ୍କୁ ଫୋନରେ କହିଥିଲେ। ତା’ପରେ ଶ୍ରୀୟା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସ୍ବରୂପ ଶ୍ୱଶୁରଘରକୁ ଫୋନ କଲ କରି ଜଣାଇଥିଲେ। ଏନେଇ ଶ୍ରୀୟାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ସେ କହିଥିଲେ। ଖବର ପାଇ ପ୍ରଦୀପ ପଡୋଶୀଙ୍କ ସହ ମିଶି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଲା ବେଳକୁ ଶ୍ରୀୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଥିଲା। ଶ୍ରୀୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଦୀପ ଦାବି କରିଛନ୍ତି। ଶ୍ରୀୟାଙ୍କ ୨ଟି କନ୍ୟା ସନ୍ତାନ ଥିବାବେଳେ ସେମାନଙ୍କ ଜୀବନପ୍ରତି ବିପଦ ଆଶଙ୍କା କରି ସୁରକ୍ଷା ଯୋଗାଇଦେବାକୁ ସେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?