ସମ୍ପାଦକଙ୍କୁ ବହିଷ୍କାର କରିପାରିବ କମିଟି

ଯାଜପୁର ଅଫିସ,୧୪ା୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକ ଅମରେନ୍ଦ୍ର ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ମହୀଶରା ପାକ୍ସର ସମ୍ପାଦକ ରାଉତଙ୍କୁ ପରିଚାଳନା କମିଟି ତାଙ୍କ ପଦବୀରୁ ବହିଷ୍କାର କରିପାରିବ ବୋଲି ରାଜ୍ୟ ସମବାୟ ସମିତିର ନିବନ୍ଧକ (ଆର୍‌ସିଏସ୍‌) ଭିଜିଲାନ୍ସ ଏସ୍‌ପିଙ୍କୁ ସୂଚନା ଦେଇଛନ୍ତି। ତେଣୁ ସମ୍ପୃକ୍ତ କମିଟି ମାଧ୍ୟମରେ ଆବଶ୍ୟକ ମଞ୍ଜୁର କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ଆରସିଏସ୍‌ ୮ା୧୧ା୨୦୨୧ ତାରିଖ ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲରେ କୃଷକଙ୍କ ନାମରେ ଆସୁଥିବା ବିଭିନ୍ନ ଯୋଜନାରେ ଆର୍ଥିକ ହରିଲୁଟ ଅଭିଯୋଗ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ହୋଇଥିଲା। ୧ା୪ା୨୦୧୬ରୁ ୩୧ା୩ା୨୦୧୭ ମଧ୍ୟରେ ଚାଷୀଙ୍କ ବୀମା, ବିହନ, ଋଣ ଆଦି ଅନୁଦାନ ବାବଦକୁ ବିପୁଳ ଅର୍ଥ ହଡ଼ପ ହୋଇଥିବା ଭିଜିଲାନ୍ସ ପକ୍ଷରୁ ତଦନ୍ତରୁ ଜଣାପଡ଼ିଥିଲା। ଆର୍‌ସିଏସ୍‌ଙ୍କ ପାଖରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

୨୦୧୦-୧୧ ବର୍ଷଠାରୁ ମନଇଚ୍ଛା ଖର୍ଚ୍ଚ ଓ ରେକର୍ଡପତ୍ରରେ କାରସାଦି କରି ତୋସରପାତ କରାଯିବା ଫଳରେ ମାତ୍ର ୬ ବର୍ଷ ମଧ୍ୟରେ ୫୦ ଲକ୍ଷ ୮୭ ହଜାର ଟଙ୍କା କ୍ଷତି ହୋଇଛି। ଏହାସହ ସମିତିରେ ୧ କୋଟି ୩୪ ଲକ୍ଷ ୪୯ ହଜାର ୯୧୯ ଟଙ୍କାର କ୍ଷତି ହୋଇଥିବା ଅଡିଟ ରିପୋର୍ଟରେ ସୂଚନା ମିଳିଥିଲା। ସ୍ବଳ୍ପମିଆଦୀ କୃଷି ଋଣ ଟଙ୍କା ଲଗାଣରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ କୃଷି ଋଣ ହଡ଼ପ କରାଯାଇଛି। ଏନେଇ ପୂର୍ବରୁ ୫ରୁ ଊର୍ଦ୍ଧ୍ୱ ଥର ତଦନ୍ତ ନିର୍ଦ୍ଦେଶ ହୋଇଥିଲେ ହେଁ କୌଣସି ତଦନ୍ତ ହୋଇ ନଥିଲା। ୨୩ା୧ା୨୦୧୮ରେ ୧୫ ଜଣ ଚାଷୀଙ୍କ ନାମରେ ପ୍ରାୟ ୨ ଲକ୍ଷ ଟଙ୍କା ଲେଖାଏ ରବି ଚାଷ ପାଇଁ ଋଣ ମଞ୍ଜୁର ହୋଇଥିଲା। କେତେଜଣ ଭାଗଚାଷୀ ଗୋଷ୍ଠୀଙ୍କ ନାମରେ ୨୦୧୬ ଅଗଷ୍ଟରେ ୧ ଲକ୍ଷ ୧୦ ହଜାର ଟଙ୍କା ଲେଖାଏ ଋଣ ମଞ୍ଜୁର ହୋଇଥିଲା। ଏମାନେ ଖିଲାପୀ ହୋଇଥିବାବେଳେ ସେମାନଙ୍କ ନାମରେ ପୁଣି ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଋଣ କିପରି ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏଭଳି ଅନେକ ଅଭିଯୋଗକୁ ଭିତ୍ତି କରି ଏଆର୍‌ସିଏସ୍‌ ତାଙ୍କ ପତ୍ରସଂଖ୍ୟା ୮୮୫୭/୩ା୫ା୨୦୧୮ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକଙ୍କୁ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ବିଭାଗସ୍ତରରେ ଭିଜିଲାନ୍ସର ସହଯୋଗ ଲୋଡ଼ାଯାଇଥିଲା। ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଭିଜିଲାନ୍ସ ଡିଏସ୍‌ପିଙ୍କ ସହ ଆଲୋଚନା କରାଯାଇ କମିଟିକୁ ସୂଚିତ କରାଯାଇଛି।

ଯାଜପୁର ଜିଲାରେ କାର୍ଯ୍ୟରତ କେତେଜଣ ପାକ୍ସ କର୍ମଚାରୀ ଧାନ ସଂଗ୍ରହରେ ହେରଫେର ଏବଂ କୃଷି ବୀମା ଟଙ୍କା ଓ ଋଣ ଲଗାଣ ଆଦିରେ ବ୍ୟାପକ ଚଞ୍ଚକତା କରୁଥିବା ଅଭିଯୋଗ ହୋଇଆସୁଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଏହାପୂର୍ବରୁ ବଡ଼ଚଣା, ଧନେଶ୍ୱର, ମାର୍କଣ୍ଡପୁର ଆଦି ପାକ୍ସରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ବିଭାଗୀୟ କେତେଜଣ ଅଧିକାରୀ ଏହାକୁ ଚାପିଦେବାକୁ ଏଯାଏ ସକ୍ଷମ ହୋଇଛନ୍ତି। ତେଣୁ ଏହି ଅଭିଯୋଗ ବିରୋଧରେ କେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୃଷକମାନେ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri