ପୁରୁଣା କାଗଜର ରଙ୍ଗ

ବହିଖାତା ଓ ଖବରକାଗଜର ରଙ୍ଗ ସାଧାରଣତଃ ଧଳା ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଦୀର୍ଘ ଦିନ ଧରି ବହିଥାକରେ ଅବା ଷ୍ଟୋର୍‌ ରୁମ୍‌ରେ ରହିଗଲେ ବହିଖାତାର ରଙ୍ଗ ପୂର୍ବ ଭଳି ଆଉ ଧଳା ହୋଇ ରହି ନଥାଏ। ବହିଖାତାରେ ଥିବା କାଗଜର ଅଧିକାଂଶ ଭାଗ ହଳଦିଆ ବା ଧୂସରରଙ୍ଗରେ ପରିବର୍ତ୍ତିତ ହୋଇଯାଇଥାଏ। କାଗଜରେ ରହିଥିବା ଉପାଦାନ ହିଁ ଏଥିପାଇଁ ଦାୟୀ। ସେହି ଉପାଦାନର ରାସାୟନିକ ପ୍ରକ୍ରିୟା ଫଳରେ ପୁରୁଣା କାଗଜର ରଙ୍ଗ ବଦଳିଯାଏ।
ସାଧାରଣତଃ ବାଉଁଶ, ନରମକାଠ ଓ ସବାଇଘାସରୁ କାଗଜ ତିଆରିହୁଏ। ଗଛରୁ କାଠ କଟାଯାଏ। ତା’ପରେ କାଠକୁ ଛୋଟ ଛୋଟ ଟୁକୁଡ଼ାରେ ପରିଣତ କରାଯାଏ। ଏହି ଟୁକୁଡ଼ା ଖଣ୍ଡକୁ ପାଣିରେ ବହୁତ ସମୟ ଭିଜେଇ ଦିଆଯାଏ। ବିଭିନ୍ନ ପ୍ରକାର ଯନ୍ତ୍ରପାତି ସାହାଯ୍ୟରେ ଏହାକୁ ପେଷି କାଦୁଆ-ମଣ୍ଡରେ ପରିଣତ କରାଯାଏ। ସେହି ମଣ୍ଡକୁ ପଲ୍‌ପ କହନ୍ତି। ସେଇ କାଦୁଆ-ମଣ୍ଡକୁ ସଫା କରି ଛାଞ୍ଚରେ ଢାଳି ତା’ ଉପରେ ଚାପ ଦିଆଯାଏ। ତା’ ପରେ ଏଥିରୁ ପାଣି ନିଗାଡ଼ି ଏହାକୁ ଭଲ ଭାବରେ ଶୁଖେଇ କାଗଜ ପ୍ରସ୍ତୁତ କରାଯାଏ। ତା’ପରେ ଆମ ଆବଶ୍ୟକତା ଅନୁଯାୟୀ ମାପ କରି କାଗଜକୁ କଟାଯାଏ ଏବଂ ଏହାକୁ ଗଣି ଦିସ୍ତା ଓ ରିମ୍‌ ହିସାବରେ ରଖାଯାଏ। ଏହିପରି ଭାବରେ ଆମର ଲେଖା ଉପଯୋଗୀ କାଗଜ ପ୍ରସ୍ତୁତ ହୁଏ।
କାଗଜ ପାଇଁ ବ୍ୟବହୃତ ବାଉଁଶ ଓ ନରମ କାଠରେ ଦୁଇଟି ମୁଖ୍ୟ ଉପାଦାନ ଥାଏ। ସେଗୁଡ଼ିକ ହେଲା-ସେଲୁଲୋଜ୍‌ ଓ ଲିଗ୍ନିନ୍‌। କାଗଜ ପ୍ରସ୍ତୁତି ଓ ଏହାର ସୁନ୍ଦରତାରେ ଉଭୟ ଉପାଦାନର ବିଶେଷ ଭୂମିକା ରହିଛି। ସେଲୁଲୋଜ୍‌ ପଦାର୍ଥର ରଙ୍ଗ ଧଳା ଓ ଏହା ନରମ। ଏହା କାଠର ମୁଖ୍ୟ ଅଂଶ ଏବଂ କାଗଜର ମଧ୍ୟ ମୂଳ ଉପାଦାନ। ଏହା ତନ୍ତୁ ପରି ଭିତରେ ରହି କାଗଜକୁ ନମନୀୟ କରେ ଏବଂ କାଗଜ ସହଜରେ ଚିରିଯାଏ ନାହିଁ। ସେଲୁଲୋଜ୍‌ ନ ରହିଲେ କାଗଜକୁ ଧରିଲେ ତାହା ପାମ୍ପଡ଼ ପରି ଚୂନା ହୋଇଯାଆନ୍ତା। ଅପର ପକ୍ଷରେ କାଠ ଭିତରେ ଲିଗ୍ନିନ୍‌ ଉପାଦାନ ସେଲୁଲୋଜ୍‌କୁ ବାନ୍ଧି ରଖେ। ସେଲୁଲୋଜ୍‌କୁ ବାନ୍ଧିବାରେ ଏହା ଅଠା ପରି କାମ କରେ। ତେଣୁ ଗଛର ଡାଳ ଶକ୍ତ ରହେ ଓ ଗଛର ଶାଖା-ପ୍ରଶାଖା ସଜେଇ ହୋଇ ରହେ। କିନ୍ତୁ ପୁରୁଣା କାଗଜକୁ ହଳଦିଆ ହେବାରେ ଏହି ଲିଗ୍ନିନ୍‌ ହିଁ ସହାୟତା କରେ।
କାଗଜ ଯେତେବେଳେ ଆଲୋକ ଓ ବାୟୁ ସଂସ୍ପର୍ଶରେ ଦୀର୍ଘ ଦିନ ଧରି ଆସେ, ସେତେବେଳେ ତା’ ଭିତରେ ଥିବା ଲିଗ୍ନିନ୍‌ ଉପାଦାନ ବାୟୁରେ ଥିବା ଅମ୍ଳଜାନ ସହିତ ମିଶି ‘ଜାରଣ’ (ଅକ୍ସିଡେସନ୍‌) ରାସାୟନିକ ପ୍ରକ୍ରିୟା କରିବାରେ ଲାଗିଥାଏ। ଆଲୋକ ଓ ବାୟୁର ଉପସ୍ଥିତିରେ ସେହି ରାସାୟନିକ ପ୍ରକ୍ରିୟା ହେତୁ ଲିଗ୍ନିନ୍‌ ଉପାଦାନର ରଙ୍ଗ ବଦଳିଯାଏ। ଏହିପରି ରାସାୟନିକ ପ୍ରକ୍ରିୟା କାରଣରୁ କାଗଜ ହଳଦିଆ ଅଥବା ଧୂସର ରଙ୍ଗରେ ପରିବର୍ତ୍ତିତ ହୋଇଥାଏ। କିନ୍ତୁ ସେଲୁଲୋଜ୍‌ ସହଜରେ ରାସାୟନିକ ପ୍ରକ୍ରିୟା କରେ ନାହିଁ କି ହଳଦିଆ ହୁଏ ନାହିଁ।
କାଗଜର ରଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ଆହୁରି ତୀବ୍ରତର କରେ ବାୟୁମଣ୍ଡଳର ଆର୍ଦ୍ରତା, ଉତ୍ତାପ, ଧୂଳି ଏବଂ ଆମର ବେପରୁଆ ମନୋଭାବ। ଆମେ ବହିପତ୍ର ଓ କାଗଜକୁ ଠିକ୍‌ ସ୍ଥାନରେ ଯନତ୍ର ସହ ନ ରଖି ଖୋଲା ଜାଗାରେ ଏଣେ ତେଣେ ପକାଇ ଦେଲେ ସେଗୁଡିକ ଖୁବ୍‌ ଶୀଘ୍ର ହଳଦିଆ ପଡ଼ିଯାଏ। ଆଉ ଏହି ପ୍ରକ୍ରିୟା ନିମ୍ନ ଗୁଣବତ୍ତା (କ୍ୱାଲିଟି) ଥିବା କାଗଜରେ ଅଧିକ ପରିମାଣରେ ଦେଖାଯାଏ। ଏଥିରୁ ଅନୁମେୟ ଯେ ସେହି କାଗଜରେ ଲିଗ୍ନିନ୍‌ ଉପାଦାନର ପରିମାଣ ବହୁତ ବେଶି।
ଲିଗ୍ନିନ୍‌ ରହିଲେ କାଗଜର ଗୁଣବତ୍ତାକୁ ଖରାପ କରିବା ସଙ୍ଗେ ସଙ୍ଗେ ହଳଦିଆ ମଧ୍ୟ କରିଦିଏ, ତେଣୁ ଯେତେବେଳେ କାଠରୁ କାଗଜ ତିଆରି କରାଯାଏ, ସେତେବେଳେ କାଠରେ ଥିବା ଲିଗ୍ନିନ୍‌ ନାମକ ବସ୍ତୁକୁ ବାହାର କରିବାକୁ ପଡ଼େ। କାଦୁଆମଣ୍ଡରୁ ଲିଗ୍ନିନ୍‌କୁ ବାହାର କରିବା ପାଇଁ କେତେକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ। ସେହି ରାସାୟନିକ ପଦାର୍ଥ ଭିତରେ ସୋଡିଅମ୍‌ ହାଇଡ୍ରକ୍‌ସାଇଡ୍‌ (ସୋଡ଼ା) ଓ ସୋଡିଅମ୍‌ ସଲ୍‌ଫାଇଡ୍‌ ଅନ୍ତର୍ଭୁକ୍ତ। କାଗଜ ତିଆରି ସମୟରେ ପ୍ରଥମେ ଲିଗ୍ନିନ୍‌କୁ ଛାଣିବାରେ ସୋଡିଅମ୍‌ ହାଇଡ୍ରକ୍‌ସାଇଡ୍‌ ସାହାଯ୍ୟ କରେ ଓ ପରେ ଏଥିରେ ଥିବା ଲିଗ୍ନିନ୍‌ ଓ ଅନ୍ୟାନ୍ୟ ଅପଦ୍ରବ୍ୟକୁ ଅଲଗା କରିଦିଏ। ସେହିପରି ଲିଗ୍ନିନ୍‌ ସହିତ ସୋଡିଅମ୍‌ ସଲ୍‌ଫାଇଡ୍‌ ରାସାୟନିକ ପ୍ରକ୍ରିୟା କରି ତାହାକୁ ସମୂଳେ ନଷ୍ଟ କରେ ଏବଂ ମଣ୍ଡକୁ ଶୁଦ୍ଧ କରେ। ଫଳରେ ସେଥିରୁ ସୁନ୍ଦର କାଗଜ ପ୍ରସ୍ତୁତହୁଏ।
ବିଭିନ୍ନ ଗୁଣବତ୍ତାର କାଗଜ ତିଆରି ହୁଏ। ଅତି ଭଲ କ୍ୱାଲିଟିର କାଗଜରେ ଲିଗ୍ନିନ୍‌ ନ ଥାଏ। ବିଶେଷକରି ଖବର ଛାପିବା ପାଇଁ ବ୍ୟବହୃତ କାଗଜରେ ଅଧିକ ଲିଗ୍ନିନ୍‌ ଥାଏ। କାଗଜ ପଟା ଓ ମଲାଟ ଇତ୍ୟାଦି ପାଇଁ ବ୍ୟବହୃତ କାଗଜରେ ମଧ୍ୟ ଅଧିକ ଲିଗ୍ନିନ୍‌ ଥାଏ। ସତ କଥା ହେଉଛି, ଏସବୁ କାଗଜ ତିଆରି କରିବା ସମୟରେ କାଦୁଆ-ମଣ୍ଡରେ ଥିବା ଲିଗ୍ନିନ୍‌ ଉପାଦାନକୁ ବାହାର କରାଯାଇ ନଥାଏ। କାରଣ ଲିଗ୍ନିନ୍‌ ଉପାଦାନକୁ ବାହାର କରିବା ପାଇଁ ଅଧିକ ପରିଶ୍ରମ ଓ ଅଧିକ ଖର୍ଚ୍ଚ ଦରକାର। ଫଳରେ କାଗଜର ଦାମ୍‌ ବି ବଢ଼ିଯିବ। ତେଣୁ ଭଲ କ୍ୱାଲିଟିର କାଗଜ ତିଆରି କରିବାର ନ ଥିଲେ ଲିଗ୍ନିନ୍‌ ଉପାଦାନକୁ ବାହାର କରାଯାଏ ନାହିଁ। ସେହି କାଗଜର ଦାମ୍‌ କମ୍‌ ରହେ, କିନ୍ତୁ ତାହା ଶୀଘ୍ର ହଳଦିଆ ପଡ଼େ।
କାଗଜରେ ସେଲୁଲୋଜ୍‌ ସହିତ ଲିଗ୍ନିନ୍‌ ନ ଥିଲେ ଜାରଣ ପ୍ରକ୍ରିୟା ଦ୍ୱାରା କାଗଜର ଧଳାରଙ୍ଗ ବିଗିଡ଼ି ନଥାନ୍ତା। ଜାରଣ ପ୍ରକ୍ରିୟାରେ ଲିଗ୍ନିନ୍‌ ପଦାର୍ଥର ଅଣୁଗଠନ ପରିବର୍ତ୍ତିତ ହୋଇ କ୍ରୋମୋଫୋର୍‌ ତିଆରି ହୁଏ, ଯାହା ହଳଦିଆ ରଙ୍ଗରେ ରୂପାନ୍ତରିତ ହୋଇଯାଏ। ସୂର୍ଯ୍ୟାଲୋକରେ ଅତି-ବାଇଗଣି (ୟୁଭି, ଅଲଟ୍ରାଭାଓଲେଟ୍‌) ରଶ୍ମି ଥାଏ। ଏହି ରଶ୍ମି ସୂର୍ଯ୍ୟଠାରୁ ଆମ ପୃଥିବୀକୁ ଆସେ। ଏହା ମାନବ ଶରୀର ପାଇଁ କ୍ଷତିକାରକ। ଏହା ଚର୍ମକର୍କଟ, ଚକ୍ଷୁରୋଗ (ମୋତିଆବିନ୍ଦୁ) ଏବଂ ଚର୍ମଜଳିବା ଆଦି ରୋଗ ସୃଷ୍ଟି କରେ। ଅତି-ବାଇଗଣି ରଶ୍ମି ଜାରଣ (ଅକ୍ସିକରଣ) ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଏ। କେତେକ କାଗଜରେ ବ୍ରାଇଟ୍‌ନର ବ୍ୟବହୃତ ହୁଏ, ଯାହା କି ଏହି ରଶ୍ମି ଦ୍ୱାରା ଖରାପ ହୁଏ। ଅମ୍ଳୀୟ ଓ ଆର୍ଦ୍ର ପରିବେଶରେ ମଧ୍ୟ କାଗଜରେ ଥିବା ସେଲୁଲୋଜ୍‌ ଜାରଣ ପ୍ରକ୍ରିୟା ଦ୍ୱାରା ହଳଦିଆ ପଡ଼ିଯାଏ। କିନ୍ତୁ ଲିଗ୍ନିନ୍‌ ଭଳି ସେତେ ମାତ୍ରାରେ ନୁହେଁ। ସୂର୍ଯ୍ୟାଲୋକରୁ ଆସୁଥିବା ଅତିବାଇଗଣି ବିକିରଣ କାଗଜ ଉପରେ ଦୀର୍ଘ ସମୟ ପଡ଼ିଲେ ତାହା ଧୀରେ ଧୀରେ କାଗଜର ତନ୍ତୁକୁ ନଷ୍ଟ କରି ଦୁର୍ବଳ କରିଦିଏ। ବାୟୁମଣ୍ଡଳରେ ଥିବା ଆର୍ଦ୍ରତା କାଗଜରେ ଫିମ୍ପି (ଫଙ୍ଗସ୍‌) ସୃଷ୍ଟିକରେ। ପୁରୁଣା କାଗଜକୁ ବେଶି ଧରିଲେ କି ମୋଡ଼ାମୋଡ଼ି କଲେ ତାହା ଜଲ୍‌ଦି ଚିରିଯିବାର ଓ ଫାଟିଯିବାର ଅଧିକ ସମ୍ଭାବନା ଥାଏ। ତେଣୁ ପୁରୁଣା ବହିପତ୍ର ଓ ନଥିପୋଥିକୁ ସାବଧାନତାର ସହିତ ବ୍ୟବହାର କରିବା ଉଚିତ।

ମମତା ମହାନ୍ତି
-ଶିକ୍ଷୟିତ୍ରୀ, ଝାଡ଼େଶ୍ୱର ଇଣ୍ଟରନ୍ୟାଶନାଲ ସ୍କୁଲ, ବାଲେଶ୍ୱର
ମୋ: ୮୬୩୭୨୭୨୭୩୯


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?