ଭୁଶୁଡ଼ିଲା କାନଝରୀ ଡ୍ୟାମ୍‌ କେନାଲ ଆଡ଼ିବନ୍ଧ

କେନ୍ଦୁଝର, ୧୬ା୪ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତର କାଳିଆବେଡ଼ା ଗଁା ନିକଟରେ କାନଝରୀ ଡ୍ୟାମ୍‌ର ୨୫ଫୁଟ୍‌ କେନାଲ ଆଡ଼ିବନ୍ଧ ଭୁଶୁଡି ପଡିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଚାଷଜମିରେ ପାଣି ପଶି ଫସଲ କ୍ଷତି ହୋଇଛି। ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି କେନାଲ ବନ୍ଧ ଭୁଶୁଡ଼ିପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ୨୦୧୬ରେ ମଧ୍ୟ ଏଠାରେ କେନାଲ ବନ୍ଧ ଭାଙ୍ଗିଥିଲା। ଗୁରୁବାର ସାରେ ପୁଣି ଏହି ଆଡ଼ିବନ୍ଧ ଭାଙ୍ଗିଯାଇଛି। ପୂର୍ବରୁ ଆଡ଼ିବନ୍ଧରେ ସାମାନ୍ୟ ଗର୍ତ୍ତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଏହି କେନାଲ ଉପରେ ତଳମୁଣ୍ଡରେ ପ୍ରାୟ ୮ରୁ ୧୦ଖଣ୍ଡ ଗଁାର ଚାଷୀ ନିର୍ଭରଶୀଳ। ଆଡ଼ିବନ୍ଧ ଭାଙ୍ଗିବା ଫଳରେ ହଳଧରପୁର, ଚେମୁଡିବିଲ, ଦେବନ୍ଧ, ଜମୁନାଳିଆ, କଦଳୀପଶି, ବେଲଦୁମା, ପାଟନାଳି ଆଦି ଗ୍ରାମର ଚାଷୀ ବିଶେଷ ପ୍ରଭାବିତ ହୋଇଛନ୍ତି। ଏହି ଗ୍ରାମର ଚାଷୀମାନେ ମୁଖ୍ୟତଃ ଧାନ ଚାଷ କରିଥାନ୍ତି। ଶୀଘ୍ର ଏହି ବନ୍ଧ ମରାମତି କରା ନ ଗଲେ ବିଲଗୁଡ଼ିକରେ ପାଣି ଶୁଖି ଯାଇ ଧାନ ଗଛ ନଷ୍ଟ ହୋଇଯିବ ବୋଲି ପ୍ରକାଶ କରିଛନ୍ତି। ଆଗକୁ ଖରାଟିଆ ଚାଷ କରିବା ପାଇଁ ପ୍ରସ୍ତୁତ ହେଉଥିବାରୁ ତୁରନ୍ତ କେନାଲ ମରାମତି ସହ କ୍ଷତିପୂରଣ ପାଇଁ ସେମାନେ ଦାବି କରିଛନ୍ତି। କେନ୍ଦୁଝର ସଦର ଓ ପାଟଣା ଅଞ୍ଚଳର ହଜାର ହଜାର ଚାଷୀ ଏହି ଡ୍ୟାମ୍‌ ଉପରେ ନିର୍ଭର କରିଥାନ୍ତି। କେନାଲ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ନିମ୍ନମାନର ଯୋଗୁ ଅନେକ ସମୟରେ ଭାଙ୍ଗୁଛି। ଏହାର ସ୍ଥାୟୀ ମରାମତି ଦାବି କରିଛନ୍ତି ଚାଷୀ। ଏ ସମ୍ପର୍କରେ ସଦର ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି, ଅଭିଯୋଗ ମିଳିନାହିଁ। କୌଣସି କ୍ଷୟକ୍ଷତି ହୋଇଥିଲେ ଆର୍‌ଆଇଙ୍କ ସହାୟତାରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri