ପିଲାଙ୍କ ଭବିଷ୍ୟତ ବିପଦରେ

୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ୍‌ର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ୍‌ ଆକ୍ରମଣ କରିଥିଲା। ଏଥିରେ ୧,୧୩୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୫୦ ଜଣଙ୍କୁ ସେମାନେ ପଣବନ୍ଦୀ କରି ରଖିବା ପରେ ପାଲେଷ୍ଟାଇନ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିଲା। ଇସ୍ରାଏଲ୍‌ର ପାଲଟା ଆକ୍ରମଣକୁ ୧୦ ମାସ ପୂରିଗଲାଣି ଓ ଏହା ଯୋଗୁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ବଢ଼ିଚାଲିଛି। ବର୍ତ୍ତମାନ ପାଲେଷ୍ଟାଇନ ସପକ୍ଷରେ ଇସ୍‌ଲାମୀୟ ଦେଶଗୁଡ଼ିକର ସମର୍ଥନ ବୃଦ୍ଧି ପାଉଥିବା ବେଳେ ଇରାନ ଇସ୍ରାଏଲ୍‌ ବିପକ୍ଷରେ ସାମ୍ନାକୁ ଆସିଛି। ଇରାନ ସମର୍ଥିତ ଲେବାନନ୍‌ର ହିଜବୋଲା ଉଗ୍ରବାଦୀ ଗୋଷ୍ଠୀ ଇସ୍ରାଏଲ୍‌ ଉପରେ ଆକ୍ରମଣ ଜାରି ରଖିଛି। ଏହା ସହ ୟେମେନର ହୁଟି ଉଗ୍ରବାଦୀ ଗୋଷ୍ଠୀ ପାଲେଷ୍ଟାଇନ ସମର୍ଥନରେ ରହି ଇସ୍ରାଏଲ୍‌ ପ୍ରତି ସମସ୍ୟା ସୃଷ୍ଟିକରିବାରେ ଲାଗିଛି।

ଏହି ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷର ୪୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏମାନଙ୍କ ମଧ୍ୟରେ ୪୦ ହଜାରରୁ ଅଧିକ ହେଉଛନ୍ତି ପାଲେଷ୍ଟିନୀୟ। ୟୁନିସେଫ (ୟୁନାଇଟେଡ୍‌ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍‌ସ ଏମଜେନ୍ସି ଫଣ୍ଡ୍‌) ତଥ୍ୟ ଅନୁଯାୟୀ,ଏହି ଯୁଦ୍ଧରେ ୫ ଏପ୍ରିଲ ୨୦୨୪ ସୁଦ୍ଧା ପାଖାପାଖି ୧୪,୦୦୦ ପାଲେଷ୍ଟିନୀୟ ପିଲାଙ୍କର ମୃତ୍ୟୁ ଘଟିବା ସହ ୧୯,୦୦୦ରୁ ଅଧିକ ଅନାଥ ହୋଇଯାଇଛନ୍ତି। ଉଲ୍ଲେଖନୀୟ ଯେ, ବିଶ୍ୱରେ ପିଲାମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତିସଂଘର ଏକ ସଂସ୍ଥା ଭାବେ ୟୁନିସେଫ୍‌ ଗାଜାର ଅନାଥ ଶିଶୁଙ୍କ ଉପରେ ଚିନ୍ତା ପ୍ରକଟ କରିଛି। ଯୁଦ୍ଧବେଳେ ମାତାପିତାଙ୍କଠାରୁ ଅଲଗା ହୋଇଯାଉଥିବା ପିଲାଙ୍କୁ ପରିବାର ସହ ମିଶାଇବା ଲାଗି ଉପାୟ ଆପଣାଇ ଗାଜାର ବିଭିନ୍ନ ଅଞ୍ଚଳରେ ପିଲାଙ୍କୁ ୪ ଲକ୍ଷ ୫୦ ହଜାର ବ୍ରେସ୍‌ଲେଟ ବଣ୍ଟନ କରିବାକୁ ଘୋଷଣା କରିଛି। ଏଥିରେ ପିଲାଙ୍କ ନାମ, ଜନ୍ମ ତାରିଖ ଓ ପରିବାରର ଜଣେ ସଦସ୍ୟଙ୍କ ଫୋନ ନମ୍ବର ରହିବ। ସୂଚିତ କରାଯାଇପାରେ ଯେ, ଜାତିସଂଘ ବିଶ୍ୱରେ ଜାରି ରହିଥିବା ଯୁଦ୍ଧ ସ୍ଥିତି କିମ୍ବା ଜାତିଗତ ସଂଘର୍ଷ କ୍ଷେତ୍ରରେ କୌଣସି ପ୍ରଭାବ ପକାଇ ପାରିନାହିଁ। ଏବେ ୟୁନିସେଫ୍‌ର ବ୍ରେସ୍‌ଲେଟ ବିଚାର ହୁଏତ ପିଲାଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରେ, କିନ୍ତୁ ମୂଳ ସମସ୍ୟା ଦୂର ହେବା ସମ୍ଭବପର ନୁହେଁ, କାରଣ ବିଶ୍ୱରେ ବିଭିନ୍ନ ଯୁଦ୍ଧ ଓ ଜାତି ବା ବର୍ଣ୍ଣଗତ ସଂଘର୍ଷରୁ ପିଲାଙ୍କ ସମସ୍ୟା ବଢ଼ିବାରେ ଲାଗିଛି ।

ମନେପକାଇ ଦିଆଯାଇପାରେ ଯେ, ପାଲେଷ୍ଟାଇନ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିବାର ପ୍ରାୟ ଦେଢ଼ବର୍ଷ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଏବେ ସୁଦ୍ଧା ୟୁକ୍ରେନ୍‌ର ପାଖାପାଖି ୨୦୦୦ ପିଲାଙ୍କର ମୃତ୍ୟୁ ଘଟିଛି। ଏହାସହ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ମୋଟ ପିଲାସଂଖ୍ୟାର ପାଖାପାଖି ଅଧା ୪.୩ ମିଲିୟନ ପରିବାର ସହ ଦେଶ ଭିତରେ ବିସ୍ଥାପିତ ହୋଇଥିଲେ ଓ ପୋଲାଣ୍ଡ, ରୋମାନିଆ ମୋଲଡୋଭା, ହଙ୍ଗେରି ଆଦି ଦେଶକୁ ପଳାୟନ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଶିଶୁ ଦେଶକୁ ଫେରିଥିଲେ ମଧ୍ୟ ସେଠାରେ ଅଶାନ୍ତ ସ୍ଥିତି ଯୋଗୁ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭୀଷଣ ଭାବେ ପ୍ରଭାବିତ ହେବାରେ ଲାଗିଛି। ବର୍ତ୍ତମାନ ପାଲେଷ୍ଟାଇନ ଓ ୟୁକ୍ରେନ୍‌ର ଯୁଦ୍ଧ ପରିବେଶ ଜଟିଳ ଥିବାରୁ ପିଲାମାନଙ୍କ ପ୍ରତି ଅଧିକ ବିପଦର ସମ୍ଭାବନା ଦେଖାଦେଇଛି। ଏହା ବ୍ୟତୀତ ନାଇଜେରିଆ, କଙ୍ଗୋ, ବୁକ୍ରିନା ଫାସୋ, ରିପବ୍ଲିକ ଅଫ କଙ୍ଗୋ, ହାଇତି ଓ ସୁଦାନର ଜାତିଗତ ହିଂସା ମୁଖ୍ୟତଃ ଶିଶୁମାନଙ୍କୁ ବଞ୍ଚିବା ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଦେଇଛି। ଏପରି କି ନାଇଜେରିଆର ବୁକୋ ହାରାମ ଉଗ୍ରବାଦୀ ସଂଗଠନ ପିଲାମାନଙ୍କୁ ଯୁଦ୍ଧରେ ଯୋଦ୍ଧା ଭାବେ ସାମିଲ କରୁଛି।
ଉଲ୍ଲେଖନୀୟ ଯେ, ଯୁଦ୍ଧ ଓ ଜାତି ବା ବର୍ଣ୍ଣଗତ ସଂଘର୍ଷରୁ ପିଲାଙ୍କ ସମସ୍ୟା ବଢୁଛି। ଅନ୍ତର୍ଜାତୀୟ ସ୍ତରରେ ଅଶାନ୍ତିକୁ ଛାଡ଼ି ନିଜ ଦେଶକୁ ଫେରିଲେ ଅଧିକ ବ୍ୟସ୍ତ ହେଲାଭଳି ପରିସ୍ଥିତି ଦେଖାଯାଉଛି। ଏହା ମଣିପୁର ଜାତିଗତ ସଂଘର୍ଷରେ ଦେଖିବାକୁ ପାଇଛୁ। ଏଥିରେ ବିସ୍ଥାପିତ ହୋଇଥିବା ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରେ ପାଖାପାଖି ୧୪ ଶିଶୁ ସମ୍ପୃକ୍ତ ଅଛନ୍ତି। ସେମାନେ ଶିକ୍ଷା, ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବା ସହ ଭୟର ବାତାବରଣରେ ରହୁଛନ୍ତି। ବିଶ୍ୱରେ ଯୁଦ୍ଧ ଓ ସଂଘର୍ଷ ସବୁ ବନ୍ଦ ନ ହେଲେ ସେହି ଅଞ୍ଚଳର ଏପରି କି ଆଶ୍ରୟସ୍ଥଳୀରେ ରହୁଥିବା ପିଲାଙ୍କ ସମସ୍ୟା ବଢ଼ି ଚାଲିବ। ଏହା କହିଲା ବେଳକୁ ଆମେ ମଧ୍ୟ ସଚେତନ ଯେ, ଆଧୁନିକ ପୃଥିବୀରେ ଯୁଦ୍ଧ ବନ୍ଦ ହେବା ସମ୍ଭବପର ନୁହେଁ। ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ଦିନ ଯୁଦ୍ଧ ହେଉଛି, ଯେଉଁଥିରେ ଶିଶୁ ଓ ମହିଳା ସର୍ବାଧିକ କଷ୍ଟ ସହୁଛନ୍ତି। ମଣିପୁର ଆମ ଦେଶବାସୀଙ୍କୁ ସୂଚାଇଦେବା କଥା ଯେ, ଭାରତରେ ଯେକୌଣସି ଅଞ୍ଚଳରେ ଯେକୌଣସି ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ତାହା ହେଲେ କିଏ ଶିକାର ହେବ ତାହା କହିବା କାହାରି ପାଇଁ ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri