ପିଲାଙ୍କ ଭବିଷ୍ୟତ ବିପଦରେ

୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ୍‌ର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ୍‌ ଆକ୍ରମଣ କରିଥିଲା। ଏଥିରେ ୧,୧୩୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୫୦ ଜଣଙ୍କୁ ସେମାନେ ପଣବନ୍ଦୀ କରି ରଖିବା ପରେ ପାଲେଷ୍ଟାଇନ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିଲା। ଇସ୍ରାଏଲ୍‌ର ପାଲଟା ଆକ୍ରମଣକୁ ୧୦ ମାସ ପୂରିଗଲାଣି ଓ ଏହା ଯୋଗୁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ବଢ଼ିଚାଲିଛି। ବର୍ତ୍ତମାନ ପାଲେଷ୍ଟାଇନ ସପକ୍ଷରେ ଇସ୍‌ଲାମୀୟ ଦେଶଗୁଡ଼ିକର ସମର୍ଥନ ବୃଦ୍ଧି ପାଉଥିବା ବେଳେ ଇରାନ ଇସ୍ରାଏଲ୍‌ ବିପକ୍ଷରେ ସାମ୍ନାକୁ ଆସିଛି। ଇରାନ ସମର୍ଥିତ ଲେବାନନ୍‌ର ହିଜବୋଲା ଉଗ୍ରବାଦୀ ଗୋଷ୍ଠୀ ଇସ୍ରାଏଲ୍‌ ଉପରେ ଆକ୍ରମଣ ଜାରି ରଖିଛି। ଏହା ସହ ୟେମେନର ହୁଟି ଉଗ୍ରବାଦୀ ଗୋଷ୍ଠୀ ପାଲେଷ୍ଟାଇନ ସମର୍ଥନରେ ରହି ଇସ୍ରାଏଲ୍‌ ପ୍ରତି ସମସ୍ୟା ସୃଷ୍ଟିକରିବାରେ ଲାଗିଛି।

ଏହି ଯୁଦ୍ଧରେ ଏବେ ସୁଦ୍ଧା ଉଭୟ ପକ୍ଷର ୪୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏମାନଙ୍କ ମଧ୍ୟରେ ୪୦ ହଜାରରୁ ଅଧିକ ହେଉଛନ୍ତି ପାଲେଷ୍ଟିନୀୟ। ୟୁନିସେଫ (ୟୁନାଇଟେଡ୍‌ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍‌ସ ଏମଜେନ୍ସି ଫଣ୍ଡ୍‌) ତଥ୍ୟ ଅନୁଯାୟୀ,ଏହି ଯୁଦ୍ଧରେ ୫ ଏପ୍ରିଲ ୨୦୨୪ ସୁଦ୍ଧା ପାଖାପାଖି ୧୪,୦୦୦ ପାଲେଷ୍ଟିନୀୟ ପିଲାଙ୍କର ମୃତ୍ୟୁ ଘଟିବା ସହ ୧୯,୦୦୦ରୁ ଅଧିକ ଅନାଥ ହୋଇଯାଇଛନ୍ତି। ଉଲ୍ଲେଖନୀୟ ଯେ, ବିଶ୍ୱରେ ପିଲାମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତିସଂଘର ଏକ ସଂସ୍ଥା ଭାବେ ୟୁନିସେଫ୍‌ ଗାଜାର ଅନାଥ ଶିଶୁଙ୍କ ଉପରେ ଚିନ୍ତା ପ୍ରକଟ କରିଛି। ଯୁଦ୍ଧବେଳେ ମାତାପିତାଙ୍କଠାରୁ ଅଲଗା ହୋଇଯାଉଥିବା ପିଲାଙ୍କୁ ପରିବାର ସହ ମିଶାଇବା ଲାଗି ଉପାୟ ଆପଣାଇ ଗାଜାର ବିଭିନ୍ନ ଅଞ୍ଚଳରେ ପିଲାଙ୍କୁ ୪ ଲକ୍ଷ ୫୦ ହଜାର ବ୍ରେସ୍‌ଲେଟ ବଣ୍ଟନ କରିବାକୁ ଘୋଷଣା କରିଛି। ଏଥିରେ ପିଲାଙ୍କ ନାମ, ଜନ୍ମ ତାରିଖ ଓ ପରିବାରର ଜଣେ ସଦସ୍ୟଙ୍କ ଫୋନ ନମ୍ବର ରହିବ। ସୂଚିତ କରାଯାଇପାରେ ଯେ, ଜାତିସଂଘ ବିଶ୍ୱରେ ଜାରି ରହିଥିବା ଯୁଦ୍ଧ ସ୍ଥିତି କିମ୍ବା ଜାତିଗତ ସଂଘର୍ଷ କ୍ଷେତ୍ରରେ କୌଣସି ପ୍ରଭାବ ପକାଇ ପାରିନାହିଁ। ଏବେ ୟୁନିସେଫ୍‌ର ବ୍ରେସ୍‌ଲେଟ ବିଚାର ହୁଏତ ପିଲାଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରେ, କିନ୍ତୁ ମୂଳ ସମସ୍ୟା ଦୂର ହେବା ସମ୍ଭବପର ନୁହେଁ, କାରଣ ବିଶ୍ୱରେ ବିଭିନ୍ନ ଯୁଦ୍ଧ ଓ ଜାତି ବା ବର୍ଣ୍ଣଗତ ସଂଘର୍ଷରୁ ପିଲାଙ୍କ ସମସ୍ୟା ବଢ଼ିବାରେ ଲାଗିଛି ।

ମନେପକାଇ ଦିଆଯାଇପାରେ ଯେ, ପାଲେଷ୍ଟାଇନ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିବାର ପ୍ରାୟ ଦେଢ଼ବର୍ଷ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଏବେ ସୁଦ୍ଧା ୟୁକ୍ରେନ୍‌ର ପାଖାପାଖି ୨୦୦୦ ପିଲାଙ୍କର ମୃତ୍ୟୁ ଘଟିଛି। ଏହାସହ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ମୋଟ ପିଲାସଂଖ୍ୟାର ପାଖାପାଖି ଅଧା ୪.୩ ମିଲିୟନ ପରିବାର ସହ ଦେଶ ଭିତରେ ବିସ୍ଥାପିତ ହୋଇଥିଲେ ଓ ପୋଲାଣ୍ଡ, ରୋମାନିଆ ମୋଲଡୋଭା, ହଙ୍ଗେରି ଆଦି ଦେଶକୁ ପଳାୟନ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଶିଶୁ ଦେଶକୁ ଫେରିଥିଲେ ମଧ୍ୟ ସେଠାରେ ଅଶାନ୍ତ ସ୍ଥିତି ଯୋଗୁ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭୀଷଣ ଭାବେ ପ୍ରଭାବିତ ହେବାରେ ଲାଗିଛି। ବର୍ତ୍ତମାନ ପାଲେଷ୍ଟାଇନ ଓ ୟୁକ୍ରେନ୍‌ର ଯୁଦ୍ଧ ପରିବେଶ ଜଟିଳ ଥିବାରୁ ପିଲାମାନଙ୍କ ପ୍ରତି ଅଧିକ ବିପଦର ସମ୍ଭାବନା ଦେଖାଦେଇଛି। ଏହା ବ୍ୟତୀତ ନାଇଜେରିଆ, କଙ୍ଗୋ, ବୁକ୍ରିନା ଫାସୋ, ରିପବ୍ଲିକ ଅଫ କଙ୍ଗୋ, ହାଇତି ଓ ସୁଦାନର ଜାତିଗତ ହିଂସା ମୁଖ୍ୟତଃ ଶିଶୁମାନଙ୍କୁ ବଞ୍ଚିବା ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଦେଇଛି। ଏପରି କି ନାଇଜେରିଆର ବୁକୋ ହାରାମ ଉଗ୍ରବାଦୀ ସଂଗଠନ ପିଲାମାନଙ୍କୁ ଯୁଦ୍ଧରେ ଯୋଦ୍ଧା ଭାବେ ସାମିଲ କରୁଛି।
ଉଲ୍ଲେଖନୀୟ ଯେ, ଯୁଦ୍ଧ ଓ ଜାତି ବା ବର୍ଣ୍ଣଗତ ସଂଘର୍ଷରୁ ପିଲାଙ୍କ ସମସ୍ୟା ବଢୁଛି। ଅନ୍ତର୍ଜାତୀୟ ସ୍ତରରେ ଅଶାନ୍ତିକୁ ଛାଡ଼ି ନିଜ ଦେଶକୁ ଫେରିଲେ ଅଧିକ ବ୍ୟସ୍ତ ହେଲାଭଳି ପରିସ୍ଥିତି ଦେଖାଯାଉଛି। ଏହା ମଣିପୁର ଜାତିଗତ ସଂଘର୍ଷରେ ଦେଖିବାକୁ ପାଇଛୁ। ଏଥିରେ ବିସ୍ଥାପିତ ହୋଇଥିବା ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରେ ପାଖାପାଖି ୧୪ ଶିଶୁ ସମ୍ପୃକ୍ତ ଅଛନ୍ତି। ସେମାନେ ଶିକ୍ଷା, ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବା ସହ ଭୟର ବାତାବରଣରେ ରହୁଛନ୍ତି। ବିଶ୍ୱରେ ଯୁଦ୍ଧ ଓ ସଂଘର୍ଷ ସବୁ ବନ୍ଦ ନ ହେଲେ ସେହି ଅଞ୍ଚଳର ଏପରି କି ଆଶ୍ରୟସ୍ଥଳୀରେ ରହୁଥିବା ପିଲାଙ୍କ ସମସ୍ୟା ବଢ଼ି ଚାଲିବ। ଏହା କହିଲା ବେଳକୁ ଆମେ ମଧ୍ୟ ସଚେତନ ଯେ, ଆଧୁନିକ ପୃଥିବୀରେ ଯୁଦ୍ଧ ବନ୍ଦ ହେବା ସମ୍ଭବପର ନୁହେଁ। ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ଦିନ ଯୁଦ୍ଧ ହେଉଛି, ଯେଉଁଥିରେ ଶିଶୁ ଓ ମହିଳା ସର୍ବାଧିକ କଷ୍ଟ ସହୁଛନ୍ତି। ମଣିପୁର ଆମ ଦେଶବାସୀଙ୍କୁ ସୂଚାଇଦେବା କଥା ଯେ, ଭାରତରେ ଯେକୌଣସି ଅଞ୍ଚଳରେ ଯେକୌଣସି ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ତାହା ହେଲେ କିଏ ଶିକାର ହେବ ତାହା କହିବା କାହାରି ପାଇଁ ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?