ପିଲା ଯାଉଥିଲେ ପଡ଼ିଶା ଘର…

ବନ୍ଧୁତା ହେଉ କି ଶତ୍ରୁତା ବୁଝନ୍ତି ନାହିଁ ପିଲା। ସେଥିପାଇଁ ସେମାନେ ପଡ଼ୋଶୀ ଘରକୁ ବି ନିଜର ଭାବନ୍ତି। ନିଶ୍ଚିତରେ ସେଠି ଖେଳନ୍ତି ଆଉ ବୁଲନ୍ତି। ପିଲାଙ୍କର ଏହି ଅଭ୍ୟାସ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରୁ ସେଥିପାଇଁ ମା’ ମାନେ ସେମାନଙ୍କୁ କିଛି ବ୍ୟବହାରିକ ଗୁଣ ଶିଖାଇବା ଆବଶ୍ୟକ…

ହସ ଖେଳ ଆଉ ମଜାମସ୍ତି କରିବା ପାଇଁ ପିଲାମାନେ ସବୁବେଳେ ଖୋଜନ୍ତି ତାଙ୍କ ସାଙ୍ଗ ପିଲାମାନଙ୍କୁ। କିନ୍ତୁ ଆଜିକାଲିର ଅଧିକାଂଶ ଏକାନ୍ନବର୍ତ୍ତୀ ପରିବାରରେ ପିଲାମାନେ ଘରେ ଏକୁଟିଆ ରହି ଚିଡ଼ିଚିଡ଼ା ହୋଇ ଯାଉଛନ୍ତି। ଅନେକ ସମୟରେ ପିଲା ଜିଦିଆ, ପ୍ରତିକ୍ରିୟାଶୀଳ ହେଉଥିବା ବି ଦେଖିବାକୁ ମିଳୁଛି। ଏହି ଦୃଷ୍ଟିରୁ ପିଲାଙ୍କୁ ସମ୍ଭାଳିବା ପାଇଁ ଢେର୍‌ ଉପାୟ ଚିନ୍ତା କରୁଛନ୍ତି ମା’ମାନେ। ତେବେ ମା’ ଯଦି କର୍ମଜୀବୀ ହୋଇଥାନ୍ତି ପିଲାଙ୍କ ସମୟକୁ ଖୁସିରେ ଅତିବାହିତ କରାଇବା ଆହୁରି କଷ୍ଟକର ମନେ ହୋଇଥାଏ। ଏଭଳି କ୍ଷେତ୍ରରେ ପିଲାଙ୍କ ପାଇଁ ବେଶ୍‌ ସହାୟକ ହୋଇଥାନ୍ତି ପଡ଼ୋଶୀ। ପିଲାମାନେ ପଡ଼ୋଶୀଙ୍କ ଘରକୁ ଯାଇ ସେମାନଙ୍କ ପିଲାଙ୍କ ସହ କିଛି ସମୟ ଅତିବାହିତ କରି ଖୁସି ହୋଇଯାନ୍ତି। ହେଲେ ପଡ଼ୋଶୀଙ୍କ ଘରେ ପିଲାମାନେ ଯେମିତି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ କରନ୍ତି ଏଥିପାଇଁ ମା’ମାନଙ୍କୁ ହିଁ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ହେବ।
ଗୁରୁଜନଙ୍କୁ ସମ୍ମାନ
ନିଜ ଘରେ ହେଉ କି ପଡ଼ୋଶୀଙ୍କ ଘରେ ସବୁଠି ଗୁରୁଜନମାନଙ୍କୁ ସମ୍ମାନ ଦେବା ଉଚିତ। ଏକଥା ପ୍ରଥମେ ନିଜ ପିଲାଙ୍କୁ ଶିଖାନ୍ତୁ। ଫଳରେ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ପିଲାଟି ସେଠାରେ ବଡ଼ମାନଙ୍କ କଥା ମାନିବ ଏବଂ ସେହି ଅନୁସାରେ ଭଲ ବ୍ୟବହାର ବି ଦେଖାଇବ। ପଡ଼ୋଶୀଙ୍କ ଘରେ ସମସ୍ତେ ପିଲା ପ୍ରତି ଭଲ ଭାବନା ରଖିବେ ଓ ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହୋଇପାରିବ।
ଜିନିଷ ନଷ୍ଟ ନ ହେଉ
ପିଲାମାନେ ସାଧାରଣତଃ ନିଜ ଘରେ ବିଭିନ୍ନ ଜିନିଷକୁ ଧରି ଖେଳନା କରି ଖେଳନ୍ତି। ବେଳେବେଳେ ଅନେକ କିଛି ନଷ୍ଟ ବି କରିଥାନ୍ତି। କିନ୍ତୁ ପଡ଼ୋଶୀଙ୍କ ଘରେ ଥିବା ସବୁ ଜିନିଷକୁ ଯେମିତି ପିଲା ଖେଳନା ନ କରୁ, ଏନେଇ ପିଲାଙ୍କୁ ଶିକ୍ଷା ଦେବା ଉଚିତ। ତାଙ୍କ ଘରେ ପିଲା ଯେପରି କୌଣସି ଜିନିଷରେ ହାତ ନ ଲଗାଇବ ଏବଂ କୌଣସି ଜିନିଷ ଆଣିବା ପାଇଁ ଜିଦ୍‌ ନ କରିବ ସେଥିପ୍ରତି ପୂର୍ବରୁ ଶିକ୍ଷା ଦେବା ଉଚିତ।
ପେଟପୂରା ଖୁଆନ୍ତୁ
ପଡ଼ୋଶୀଙ୍କ ଘରକୁ ପିଲା ଖେଳିବାକୁ ଯିବା ପୂର୍ବରୁ ତାକୁ ପେଟ ପୂରା ଖାଇବା ପାଇଁ ଦିଅନ୍ତୁ। ଫଳରେ ପଡ଼ୋଶୀଙ୍କ ଘରେ ସେ ଆଉ ଅନ୍ୟ କିଛି ଖାଇବା ପାଇଁ ଜିଦ୍‌ କରିବ ନାହିଁ। ଏହା ସହ ଅନ୍ୟ କାହା ଘରେ ଅନୁମତି ନ ନେଇ କୌଣସି ଖାଇବା ଜିନିଷ ପିଲା ଯେପରି ହାତ ନ ଲଗାଇବ ସେଥିପ୍ରତି ସତର୍କ କରାଇଥାନ୍ତୁ।
ସମୟକୁ ଧ୍ୟାନ ଦିଅନ୍ତୁ
ପଡ଼ୋଶୀଙ୍କ ଘରକୁ ପିଲା ହୁଏତ ବାରମ୍ବାର ଖେଳିବାକୁ ଯିବା ପାଇଁ ଜିଦ୍‌ କରିପାରେ, କିନ୍ତୁ ଅତି ସକାଳୁ କିମ୍ବା ଖାଇବା ଅଥବା ଶୋଇବା ସମୟରେ ପିଲାଙ୍କୁ ପଡ଼ୋଶୀଙ୍କ ଘରକୁ ପଠାନ୍ତୁ ନାହିଁ। କେଉଁ ସମୟରେ ପଡ଼ୋଶୀଙ୍କ ଘରକୁ ଗଲେ ସେମାନେ ଡିଷ୍ଟର୍ବ ହେବେ ନାହିଁ ସେକଥା ଜଣାନ୍ତୁ। ଏହା ସହ କାହା ଘରକୁ ଯିବା ପୂର୍ବରୁ ତାଙ୍କୁ ଜଣାଇବା ମଧ୍ୟ ନିହାତି ଦରକାର। ତେଣୁ ଆପଣଙ୍କ ପିଲା ଯଦି ପଡ଼ୋଶୀଙ୍କ ଘରକୁ ଯାଉଥାଏ ତାଙ୍କୁ ଆଗୁଆ ଜଣାଇଦେବା ଭଲ। ଏହା ସହିତ ଖେଳିବା ପରେ ପିଲା ନିଜ ଘରକୁ ଫେରିବା ସମୟରେ ମଧ୍ୟ ପଡ଼ୋଶୀଙ୍କ ଘରେ କୌଣସି ଗୁରୁଜନଙ୍କୁ ଜଣାଇ ଆସିବା ପାଇଁ ପିଲାକୁ କୁହନ୍ତୁ।

ଏମାନେ କ’ଣ କରନ୍ତି]

ପଡ଼ିଶାଘରକୁ ସବୁଦିନ ଯାଏ
ମୋ ଝିଅ ଏବେ ଦଶମ ଶ୍ରେଣୀରେ ପଢୁଛିି, ହେଲେ ଛୋଟବେଳରୁ ସେ ପଡ଼ିଶା ଘରକୁ ସବୁଦିନ ଯାଏ। ତା’ ସାଙ୍ଗେ ଖେଳିବା ପାଇଁ ବି କେହି ଭାଇଭଉଣୀ ନ ଥିବାରୁ ମୁଁ ତାକୁ ପଡ଼ୋଶୀଙ୍କ ଘରକୁ ଯିବାକୁ ମନା କରିପାରେ ନାହିଁ। ମୁଁ ଗୃହିଣୀ ହୋଇଥିବାରୁ ସବୁବେଳେ ତା’ ପାଖରେ ରହୁଥିଲେ ବି ତାଙ୍କ ଘରକୁ ନ ଗଲେ ସେ ବିରକ୍ତ ହୋଇଯାଏ। ସେଥିପାଇଁ ମୁଁ ଛୋଟବେଳରୁ ତା’ ନିତ୍ୟକର୍ମ ଶେଷ କରିବା ପରେ ତାକୁ ତାଙ୍କ ଘରକୁ ପଠାଇଥାଏ। ଆଉ ଆମ ପଡ଼ୋଶୀ ବି ଭାରି ଭଲ ଲୋକ। ତାଙ୍କ ଝିଅ ବି ଆମ ଘରକୁ ଆସେ ଓ ମୋ ଝିଅ ସହ ମିଶି ଏକାଠି ଖେଳେ। ଏବେ ବଡ଼ ହେବା ପରେ ବି ସେମାନେ ଏକାଠି ଅନେକ ସମୟରେ ପଢ଼ାପଢ଼ି କରିବା ସହ ବୁଲିବାକୁ ବି ଯାଆନ୍ତି।
-ମମତା ଦାସ, ଗୃହିଣୀ,
ବରଗଡ଼ ବ୍ରିଟ୍‌ କଲୋନି, ଭୁବନେଶ୍ୱର
ତାଙ୍କ ଘରେ ବଡ଼ ହେଇଛି
ମତେ ଲାଗେ ଆମ ପଡ଼ିଶାଘର ମହାନ୍ତିବାବୁ ନ ଥିଲେ ମୁଁ ବୋଧେ ମୋ ଦୁଇ ଛୁଆଙ୍କୁ ଏକା ରଖି ପାରି ନ ଥାନ୍ତି। ପିଲାଙ୍କୁ ବଡ଼ କରିବା ପାଇଁ ଚାକିରି ଛାଡ଼ିବା ପରେ ବି ସେମାନଙ୍କୁ ଘର ଭିତରେ ସବୁବେଳେ ରଖିପାରେନି। ମଝିରେ ମଝିରେ ପାର୍କ କି ମାମୁଘର ବୁଲାଇବାକୁ ନିଏ, ହେଲେ ମହାନ୍ତି ବାବୁଙ୍କ ଘରକୁ ନ ଗଲେ ସେମାନେ ରହିପାରନ୍ତି ନାହିଁ। ମହାନ୍ତିବାବୁଙ୍କ ପୁଅ ବି ଆମ ଘରକୁ ଆସି ମୋ ଛୁଆଙ୍କ ସହ ଖେଳେ। ଅନେକ ସମୟରେ ମୁଁ କାମ ବ୍ୟସ୍ତ ଥିଲେ ତାଙ୍କ ଘରେ ଛୁଆଙ୍କୁ ଛାଡ଼ି ନିଶ୍ଚିତରେ ରହି ଯାଇଥାଏ କିମ୍ବା ବାହାରକୁ କୌଣସି କାମରେ ବି ଯାଇଥାଏ। ମୋ ଛୁଆଙ୍କୁ ବଡ଼ କରିବାରେ ସେମାନଙ୍କର ବି ବହୁତ ବଡ଼ ଅବଦାନ ରହିଛି।

-ସୁରଶ୍ରୀ ପ୍ରିୟଦର୍ଶିନୀ, ଗୃହିଣୀ, କଟକ

ପଡ଼ୋଶୀଙ୍କ ଘରକୁ ପଠାଏ
କର୍ମଜୀବୀ ହୋଇ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ନ ରଖିଲେ ଭୁବନେଶ୍ୱରରେ ରହି ହେବନି। ଚାକିରି କରି ଛୁଆକୁ ବଡ଼ କରିବା ପାଇଁ ମତେ ତ ପଡ଼ୋଶୀ ଘର ଲୋକେ ବହୁତ ସାହାଯ୍ୟ କରିଛନ୍ତି। ସ୍କୁଲରେ ଚାକିରି କରିଥିବାରୁ ମୁଁ ଘରୁ ଯିବାପରେ ଅଧିକାଂଶ ସମୟରେ ପଡ଼ୋଶୀ ଘର ଲୋକେ ହିଁ ମୋ ପୁଅକୁ ତାଙ୍କ ପାଖରେ ରଖିଥାନ୍ତି। ତାଙ୍କ ଘରେ ତାଙ୍କ ଛୁଆଙ୍କ ସହ ସେ ବେଶ୍‌ ଖୁସିରେ ଖେଳୁଥାଏ। ପୁଅ ଏବେ ସ୍କୁଲ ଗଲାଣି, ହେଲେ ପଡ଼ୋଶୀ ଘରେ ଥିବା ପିଲାଙ୍କ ପାଖକୁ ସେ ସବୁଦିନ ଯାଇଥାଏ।
-ଅନୀତା ଦାସ, ଶିକ୍ଷୟିତ୍ରୀ,
ଚକେଇସିହାଣୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri