ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ

ବରଗଡ଼ ଅଫିସ୍‌,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ଼ ଜିଲା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ନବୀନ ନିବାସ ଛାଡ଼ି ୧୦ଟା ୨୦ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଯିବେ। ସେ ଦିନ ୧୦ଟା ୨୫ମିନିଟରେ ଏୟାରକ୍ରାଫ୍ଟରେ ବାହାରି ଦିନ ୧୧ଟା ୫ମିନିଟରେ ବରଗଡ଼ ଜିଲା ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ସେଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧ଟା ୧୫ମିନିଟରେ ବାହାରି ୧୧ଟା ୩୦ ମିନିଟ୍‌ ସୁଦ୍ଧା ବିଜେପୁରର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ ଏବଂ ୧୧ଟା ୫୯ ମିନିଟରେ ବିଜେପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନ ଏବଂ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ୧୮ପ୍ଲାଟୁନ ଫୋର୍ସ, ୮ଜଣ ଡିଏସ୍‌ପି, ୧୫ଜଣ ଇନ୍ସପେକ୍ଟର, ୨୫ଜଣ ସବ୍‌ଇନ୍ସପେକ୍ଟର, ୪୦ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ସହିତ ଏସଓଜି, ଡିଭିଏଫ, ସିଆରପିଏଫ୍‌ ଟିମ୍‌କୁ ମୁତୟନ କରାଯିବ ବୋଲି ଏସ୍‌ପି ରାହୁଲ ଜୈନ କହିଛନ୍ତି । ଏହାସହିତ ବିଭିନ୍ନ ଛକ ସ୍ଥାନରେ ଯାଞ୍ଚ କରାଯିବ ଏବଂ ଯେଉଁମାନଙ୍କ କରୋନା ଆରଟିପିସିଆର ରିପୋର୍ଟ ନେଗେଟିଭ ଅଛି, ସେମାନଙ୍କୁ ଯାଞ୍ଚ ପରେ କାର୍ଯ୍ୟକ୍ରମ ସ୍ଥଳୀକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏସ୍‌ପି ଜୈନ ସୂଚନା ଦେଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିବା ପାଇଁ ବିରୋଧୀ ଭାଜପା ଓ କଂଗ୍ରେସ ସଜବାଜ ହେଉଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?