ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ, ବିଭାଗର ନଜର ନାହିଁ

କେନ୍ଦୁଝର,୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଓ ରାଇକଳା ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଗ୍ରାମ ଶୋଚନୀୟ ହୋଇ ପଡ଼ିଥିବାବେଳେ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଛି।
ଘଟଣାରୁ ପ୍ରକାଶ ଯେ, ଯେତେବେଳେ ଲୋକଙ୍କ ପାଇଁ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ନିମନ୍ତେ ସାଢ଼େ ୪ କୋଟି ଓଡ଼ିଆଙ୍କ ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି, ପ୍ରବଳ ଜନସମାଗମ ହେଉଛି। ଠିକ୍‌ ସେହି ଭଳି ନିଜର ଅତି ଆପଣାର ନିର୍ବାଚନମଣ୍ଡଳୀର ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ କାହାର ବା ଟିକେ ଦେଖିବା ପାଇଁ ମନ ବ୍ୟାକୁଳ ନ ହେବ। ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲେ ସମସ୍ତେ ଧାଇଁ ଥାଆନ୍ତି ମୁଖ୍ୟମନ୍ତ୍ରୀଙ୍କ ଗାଁକୁ। ପଦ୍ମପୁର, ଗୋବର୍ଦ୍ଧନ, କାଉଁରୀକଳା, ଶଙ୍କିରୀ,ବାଉରୀପଦା, ବୋଦାପଳଶା,ମହାଦେଇଯୋଡ଼ା, ବରଦାପାଳ, ନୂଆଗାଁ ଆଦି ପଞ୍ଚାୟତ ଲୋକେ ହାଣ୍ଡିଭଙ୍ଗା ପଞ୍ଚାୟତ ରାସ୍ତା ଦେଇ ରାଇକକଳା ଗ୍ରାମକୁ ଯାଇଥାନ୍ତି। ହେଲେ ହାଣ୍ଡିଭଙ୍ଗାଠାରୁ ରାଇକଳା ଭାୟା ସାରିଆପଶି ରାସ୍ତା ମରଣଯନ୍ତା ପାଲଟି ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁଖ୍ୟମନ୍ତ୍ରୀ ଗାଁକୁ ଆସୁଥିବା ସମୟରେ କେତେ ଯେ ବାବୁ ଭାୟାଙ୍କ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯାଇଥାଏ କାହାର ନଜର ନ ପଡ଼ିବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ସମାଜସେବୀ ସରୋଜ ସାହୁ କହିଛନ୍ତି। ରାସ୍ତାରେ ପାଣି ଜମି ମଝିରେ ମଝିରେ ବିରାଟକାୟ ଗର୍ତ୍ତ ସଷ୍ଟି ହୋଇ ଯାଇଥିବାବେଳେ ରାସ୍ତାଟି ଭାଙ୍ଗି ରୁଜି ଦୁର୍ବିସହ ହୋଇପଡ଼ିଛି। ଆମ୍ବୁଲାନ୍ସ କିମ୍ବା କୌଣସି ଆପଦକାଳୀନ ଗାଡ଼ି ଏ ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି।
ବିଶେଷକରି ରାଇକଳା ଢିପାସାହିଠାରୁ ସାରିଆପଶି ଗ୍ରାମ ପର୍ଯ୍ୟନ୍ତ ୧ କିମି ରାସ୍ତା ସବୁଠାରୁ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ଏହି ରାସ୍ତାର ଦୁରବସ୍ଥା ପାଇଁ ୫ କିମି ପରିବର୍ତ୍ତେ ୩୦ କିମି ଝୁମ୍ପୁରା ଦେଇ କେନ୍ଦୁଝର ମୁଖ୍ୟାଳୟକୁ ଲୋକେ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଛନ୍ତି। ଏହି ରାସ୍ତାଟି ଏ ଅଞ୍ଚଳର ଜୀବନ ରେଖା ସଦୃଶ ହୋଇଥିବାବେଳେ ରାଇକଳା, ନାଗରପାଳ, ହରିପଶି, ଫକୀରପୁର, ଆମୁଣି,ସଣ୍ଡିଆପଶି, ଖପରାଖାଇ, ସୁନାପଶି, ତିନିଚତିରିଆ ଆଦି ଗ୍ରାମର ଲୋକେ ପ୍ରତ୍ୟେକ ଦିନ ଏ ରାସ୍ତା ଉପରେ ନିର୍ଭର କରି ଥାଆନ୍ତି। ଦୁଃଖ ଓ ପରିତାପର ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମର ରାସ୍ତାର ଦୁରବସ୍ଥା ପାଇଁ ବିଭାଗ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆଶୁ ସମାଧାନ କରିବା ବଦଳରେ ହାତ ବାନ୍ଧି ବସିଛନ୍ତି। ଏଥିରୁ ବିଭାଗୀୟ ଅଧିକାରୀଙ୍କ ପାରିବାପଣିଆ ଜଣାପଡୁଛି। ଏଣୁ ତୁରନ୍ତ ହାଣ୍ଡିଭଙ୍ଗା ଗ୍ରାମଠାରୁ ରାଇକଳା ଢିପା ସାହି ଭାୟା ସାରିଆପଶି ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ କରିବାକୁ ସୁଜନ ଦେହୁରୀ, ଗଣେଶ୍ୱର ଦେହୁରୀ, ହାଡ଼ିବନ୍ଧୁ ନାଏକ, ଚୈତନ୍ୟ ସର୍ଦ୍ଦାର, ରଞ୍ଜିତ ମୁଣ୍ଡା, ଅଜିତ ଆପଟ୍ଟ, ଗୌତମ ମହାନ୍ତ, ଶମ୍ଭୁନାଥ ନାଏକ ପ୍ରମୁଖ ଜିଲାପ୍ରଶାସନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?