ଜଗତସିଂହପୁର ଗସ୍ତରେ ଯାଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଜଗତସିଂହପୁର ଜିଲା ଗସ୍ତରେ ଯାଇ ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ। ଓଡ଼ିଶା ବିକାଶରେ ଏହା ମାଇଲଷ୍ଟୋନ ଥିଲା। ଏବେ ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶସ୍ଥଳୀ ହୋଇ ପାରିଛି। ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି। ଖୁସିର କଥା ଆଜି ଏଠାରେ ଜେଏସ୍‌ଡବ୍ଲୁର ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା। ଏଥି ସହିତ ଗ୍ରିନ୍‌ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏ ସବୁ ଶିଳ୍ପାନୁଷ୍ଠାନ ଓଡ଼ିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି। ତା ସହିତ ଏ ସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଏ ସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଡ଼ିଶାକୁ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ, ୧୨ ତାରିଖରେ ହେବ…

ଭୁବନେଶ୍ୱର,୭ା୮: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର…

ମାଛ ଧରିବାକୁ ଯାଇଥିଲେ ବୃଦ୍ଧ, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଶୋଇଥିବା ବେଳେ ମାଆ ସହିତ ୭ ବର୍ଷର ପୁଅକୁ କାମୁଡିଲା ରଣା ସାପ, ଛଟପଟ ହୋଇ ଚାଲିଗଲା ଜୀବନ

ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ…

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri