ଜନ୍ମମାଟିରେ ମା’ଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ, କହିଲେ…

କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ହେଲିକପ୍ଟର ଯୋଗେ କେନ୍ଦୁଝରରୁ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ବାହାରି ସଦର ବ୍ଲକ ରାଇକଳା, ତାଙ୍କ ଜନ୍ମ ଗ୍ରାମରେ ଓହ୍ଲାଇଥିଲେ। ତାଙ୍କୁ ଦର୍ଶନ କରିବାକୁ ଏବଂ ସ୍ବାଗତ ଜଣାଇବାକୁ ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳର ଲୋକ ରୁଣ୍ଡ ହୋଇଥିଲେ। ସତେ ଯେପରି ତାଙ୍କୁ ସ୍ବାଗତ ଜଣାଇବାକୁ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ପାରମ୍ପାରିକ ବାଦ୍ୟ ଓ ନୃତ୍ୟଗୀତରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା।
ହେଲିପ୍ୟାଡ୍‌ରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ରୋଡ୍‌ ଶୋ’କରି ଝୁମ୍ପୁରା ଯାଇଥିଲେ। ଝୁମ୍ପୁରାରେ ତାଙ୍କ ପିଲା ଦିନର ହାଇସ୍କୁଲରେ ଓହ୍ଲାଇ କିଛି ସମୟ ବିତାଇବା ସହ ପୁରୁଣା ସହପାଠୀଙ୍କୁ ଭେଟିଥିଲେ। ସେଠାରୁ ବାହାରି ଝୁମ୍ପୁରା ବଜାରସ୍ଥିତ ଦୁର୍ଗା ମନ୍ଦିର ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରେ ବିଭିନ୍ନ ବର୍ଗର ଲୋକ, ବିଭିନ୍ନ ସଂଗଠନ ଓ ସଂସ୍ଥା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଉଦ୍‌ବୋଧନ ଦେଇ କହିଥିଲେ ଯେ, ଏହି ମାଟିର ସନ୍ତାନ ଆପଣଙ୍କ ମୋହନ ଭାଇ କେବଳ ଝୁମ୍ପୁରା ନୁହେଁ ଜିଲାର ବିକାଶ ପାଇଁ କାମ କରିବ। ଏଣୁ ଆପଣମାନେ ଯେତେବେଳେ ଚାହିଁବେ ତାଙ୍କ ପାଖକୁ ଯାଇ ପାରିବେ ଏବଂ ଦେଖା କରିପାରିବେ। ସେହିପରି ବିକାଶ ପାଇଁ ସମସ୍ତେ ତାଙ୍କୁ ପ୍ରସ୍ତାବ, ପରାମର୍ଶ ଦେଇ ପାରିବେ ବୋଲି କହିଛନ୍ତି।ମୋର କାହାରିକୁ ଭୟ କରିବାର ନାହିଁ। ଆପଣ ମାନେ ମୋ ସହିତ ଅଛନ୍ତି। ମୋ ପାଖରେ ମା ତାରିଣୀ, ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ଦୁର୍ଗତୀ ନାଶିନୀ ମା’ ଅଛନ୍ତି ବୋଲି କହିଥିଲେ।

ନିଜର ପିଲାଦିନର ସ୍ମୃତି କୁ ମନେ ପକାଇ କିପରି ପ୍ରତ୍ୟେକ ବୁଧବାର ଝୁମ୍ପୁରା ହାଟକୁ ମା’ ସହିତ ଆସନ୍ତି କହିଥିଲେ।ସେହି ଦିନଟା ତାଙ୍କର ଛୁଟି। ଅନ୍ୟ ସବୁ ଦିନ ସ୍କୁଲ ଯାଆନ୍ତି ବୋଲି କହିଥିଲେ। ଏହା ପରେ ସେ ରାଇକଳା ଯାଇଥିଲେ। ସେଠାରେ ପାରମ୍ପାରିକ ନୃତ୍ୟଗୀତ କରି ତାଙ୍କୁ ସ୍ବାଗତ କରାଯାଇଥିଲା। ଗ୍ରାମର ସାହି ପଡ଼ୋଶୀ, ବନ୍ଧୁବାନ୍ଧବ ତାଙ୍କୁ ଫୁଲ ଚନ୍ଦନ ପିନ୍ଧାଇ ବନ୍ଦାପନା କରି ନିଜ ବାସଗୃହକୁ ପାଛୋଟି ନେଇଥିଲେ। ନିଜ ବାସଗୃହରେ ବିଶ୍ରାମ ନେଇଥିଲେ। ସେଠାରେ ପଖାଳ ଭାତ, କୁନ୍ଦୁରି, ବାଇଗଣ ଝୁଡ଼ଙ୍ଗ ଆଦି ପ୍ରିୟ ଭଜା ଖାଇଥିଲେ। ସେ ପଖାଳ ଓ ଭଜା ଆଦି ଖାଇବାକୁ ଭଲ ପାଆନ୍ତି। ଆଜି ସେ ତାଙ୍କ ମା ନାଥମଣି ମାଝିଙ୍କ ପଖାଳ ଭାତ ଓ ଭଜା ଖୁଆଇ ଦେଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି କହିଛନ୍ତି। ଏହା ପରେ ଗ୍ରାମରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହା ପରେ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?