Posted inଜାତୀୟ

ଭଗବଦ୍‌ ଗୀତାର ଏକ ‘ଶ୍ଲୋକ’ ଭୁଲ ଅନୁବାଦ ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨:ଭଗବଦ୍‌ ଗୀତାର ଏକ ‘ଶ୍ଲୋକ’ର ଭୁଲ ଅନୁବାଦ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମାଂଶ ବିଶ୍ୱ ସରମା କ୍ଷମା ମାଗିଛନ୍ତି। ଭୁଲ ଅନୁବାଦକୁ ନେଇ ବିବାଦ ଉପୁଜିବାରୁ ସେ କ୍ଷମା ମାଗିଛନ୍ତି। ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଥିଲେ।
ହିମନ୍ତ ବିଶ୍ବ ସରମା କହିଛନ୍ତି, ନିୟମିତ ଭାବେ, ପ୍ରତିଦିନ ସକାଳେ ମୁଁ ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭଗବଦ୍‌ ଗୀତାର ଏକ ଶ୍ଲୋକ ଅପଲୋଡ କରେ । ବର୍ତ୍ତମାନ ପର୍ଯ୍ୟନ୍ତ, ମୁଁ ୬୬୮ ଶ୍ଲୋକ ପୋଷ୍ଟ କରିଛି। ସମ୍ପ୍ରତି ମୋ ଦଳର ଜଣେ ସଦସ୍ୟ ଭୁଲ ଅନୁବାଦ ସହିତ ଅଧ୍ୟାୟ ୧୮ ଶ୍ଲୋକ ୪୪ରୁ ଭୁଲ ଅନୁବାଦ କରି ପୋଷ୍ଟ କରିଛନ୍ତି। ଭୁଲ ବୁଝିବା ମାତ୍ରେ ମୁଁ ତୁରନ୍ତ ଏହି ପୋଷ୍ଟକୁ ହଟାଇ ଦେଇଛି। ଯଦି ହଟାଯାଇଥିବା ପୋଷ୍ଟ ଦ୍ୱାରା ଯଦି କେହି ଆହତ ହୋଇଛନ୍ତି, ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି।
ହିମନ୍ତ ସରମାଙ୍କ ପୋଷ୍ଟରେ ସେ ଏକ ନିର୍ଦ୍ଦିଷ୍ଟ ଜାତି ବିଷୟରେ ଭୁଲ ଭାବରେ ଉଲ୍ଲେଖ କରିଥିଲେ। ଗୀତା ଶ୍ଲୋକ ବିଷୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ନେତା ତଥା ଲୋକ ସଭା ଏମ୍‌ପି ଅସଦୁଦ୍ଦିନ ଓୱାଇସି ହିମନ୍ତ ବିଶ୍ୱ ସରମାଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ, ସେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସମାନ ବ୍ୟବହାର କରିବାର ଶପଥ ପୂରଣ କରୁନାହାଁନ୍ତି। ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଥିବାବେଳେ ତୁମର ଶପଥ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସମାନ ବ୍ୟବହାର କରିବା। ଏହା ତାଙ୍କ ଦୁର୍ଭାଗ୍ୟପୂର୍ଣ୍ଣ କ୍ରୁରତା, ଯାହା ଗତ କିଛି ବର୍ଷ ମଧ୍ୟରେ ଆସାମ ମୁସଲମାନମାନେ ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri