ସୁନ୍ଦର ସହର ଗଢ଼ି ତୋଳିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ୍‌,୫।୧: ବ୍ରହ୍ମପୁର ମହାନଗରକୁ ଦେଶରେ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପରିକଳ୍ପନା କରାଯାଇଛି। ତେଣୁ ସମସ୍ତେ ମିଳିମିଶି ଏହାର ସଫଳ ରୂପାୟନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଶମ ନଗରବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସହରରେ ବାଣିଜ୍ୟ ଓ ଶିକ୍ଷାର ବ୍ୟାପକ ପ୍ରସାର ପାଇଁ ନିରନ୍ତର ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସୋମବାର ରାମଲିଙ୍ଗେଶ୍ୱର ପୋଖରୀ ସାୈନ୍ଦର୍ଯ୍ୟକରଣ ଯୋଜନା ଓ ନବ ନିର୍ମିତ ପ୍ରମୋଦ ଉଦ୍ୟାନ(ପାର୍କ)କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାମଲିଙ୍ଗେଶ୍ୱର ପୋଖରୀ ସହରର ସ୍ବାଭିମାନ। ଏହା ନିକଟରେ ରହିଥିବା ରାମଲିଙ୍ଗେଶ୍ୱର ମନ୍ଦିରରେ ମହାଦେବ ପୂଜା ପାଉଛନ୍ତି। ଏହା ଏକ ଧାର୍ମିକସ୍ଥଳୀ। ରାମଲିଙ୍ଗେଶ୍ୱର ପୋଖରୀର ସାୈନ୍ଦର୍ଯ୍ୟକରଣ ଓଡ଼ିଶା ବିକାଶରେ ସହାୟକ ହୋଇପାରିବ। ଏହି ପୋଖରୀକୁ ସହରବାସୀ ନିଜର ବୋଲି ଭାବି ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ। ଏହାର ପରିବେଶ ସୁରକ୍ଷା ଦିଗରେ ସମସ୍ତେ ସଚେତନ ହେବାକୁ ସୂଚାଇଥିଲେ। କୋଭିଡ୍‌ ମହାମାରୀ ସମୟରେ ଗଞ୍ଜାମ ଜିଲାର ଆର୍ଥତ୍କ ସ୍ଥିତି ଦୋହଲି ଯାଇଥିଲା। ଜିଲାବାସୀଙ୍କ ସହଯୋଗ କାରଣରୁ ଗଞ୍ଜାମ ଜିଲା କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱରେ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛି। ମେଗା ପାନୀୟ ଜଳପ୍ରକଳ୍ପ ଜାନିବିଲି ନିର୍ମାଣ ଦ୍ୱାରା ସହରର ସମସ୍ୟାରେ ସୁଧାର ଆସିଛି। ଆଗାମୀ ଦିନରେ ମଧ୍ୟ ଆଉ କେତେକ ଯୋଜନା କାର୍ଯ୍ୟକାରୀ କରାଯିବାର ପ୍ରସ୍ତାବ ଅଛି।
ସୂଚନାଯୋଗ୍ୟ, ୧୨.୫୨ କୋଟି ଟଙ୍କା ବ୍ୟୟରେ ସାୈନ୍ଦର୍ଯ୍ୟକରଣ କରାଯାଇଥିବା ରାମଲିଙ୍ଗେଶ୍ୱର ପୋଖରୀରେ ୧୫୦୦ ବର୍ଗ ମିଟରର ଉଦ୍ୟାନ, ଏହାର ଚତୁଃପାର୍ଶ୍ୱରେ ୬୨୦ମିଟର ପାଦଚଲା ରାସ୍ତା ଓ ୨୮୦ ମିଟର ଉଚ୍ଚତର ଚଲାପଥ ରହିଛି। ଏଥିସହ ୬ ଗୋଟି ୱାଚ୍‌ ଟାୱାର ସହ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମହାଦେବଙ୍କ ପ୍ରତିମୂର୍ତ୍ତି ରହିଛି। ପୋଖରୀ ମଧ୍ୟରେ ଆଲୋକୀକରଣର ବ୍ୟବସ୍ଥା ସାଙ୍ଗକୁ ବୋଟିଂର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲାପାଳ ତଥା ବିଏମ୍‌ସି ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ କହିଥିଲେ। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଡିଏ ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ ମେୟର କେ.ମାଧବୀ, ଦକ୍ଷିଣାଞ୍ଚଳ ଆର୍‌ଡିସି ଟି. ଆଓ, ବ୍ରହ୍ମପୁର ଉପଜିଲାପାଳ ଭି. କୀର୍ତ୍ତିଭାସନ୍‌, ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭିଡିଓ କନ୍‌ଫରେନ୍ସରେ ବିଏମ୍‌ସିର ପୂର୍ବତନ କମିଶନର ତଥା ବର୍ତ୍ତମାନର ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri