Odisha Elections 2024

ଫସଲ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୩।୧୨ (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ/ଜଗତ୍‌ସିଂହପୁର ଅଫିସ ବାତ୍ୟା ‘ଜୱାଦ’ଜନିତ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହି କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ରବିବାର କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାକୁ ଯାଇ ସ୍ଥିତି ପରଖିଛି। କେନ୍ଦ୍ରୀୟ ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିବା ସହିତ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି।

ଗୋଟିଏ ଟିମ୍‌ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଞ୍ଚଳରେ ବୁଲି ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିଛନ୍ତି। କେତେକ ବିଲରେ ଧାନ ପଚି ଯାଇଥିବାବେଳେ ଆଉ କେତେକ ସ୍ଥାନରେ ଗଜା ହୋଇଥିଲା। ସେହିପରି ପରିବା ଚାଷ ବି କ୍ଷତିଗ୍ରସ୍ତ ହୋଇଥିଲା। ଚାଷୀମାନେ ଏସବୁ ନଷ୍ଟ ଫସଲକୁ ଅନୁଧ୍ୟାନକାରୀ ପ୍ରଶାସନିକ ଅଧିକାରୀଙ୍କୁ ଦେଖାଇଥିଲେ। ଏଥିସହ ଋଣ ଶୁଝିବା ଏବେ କଷ୍ଟକର ହେବ ବୋଲି ଚାଷୀମାନେ ଦୁଃଖ ପ୍ରକାଶ କରି କହୁଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟାରେ କେନ୍ଦ୍ରୀୟ ଟିମ୍‌ର ପ୍ରଶାସନିକ ଅଧିକାରୀ ଡ. ମାନସ ଚନ୍ଦ୍ର ସିହ୍ନା, ଶାଶ୍ୱତ କୁମାର ମହାପାତ୍ରଙ୍କ ସହ ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ବ୍ରଜକିଶୋର ଲେଙ୍କା କେନ୍ଦ୍ରାପଡ଼ା ଜିଲା ସର୍କିଟ ହାଉସ୍‌ରେ ପହଞ୍ଚତ୍ଥିଲେ। ସେଠାରୁ ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା, ଏଡିଏମ୍‌ ପୀତାମ୍ବର ସାମଲ, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲେ।

ସେହିପରି ଆଉଏକ ଟିମ୍‌ ଜଗତ୍‌ସିଂହପୁର ଜିଲା ଯାଇଥିଲେ। ଏହି ଟିମ୍‌ରେ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଆର୍‌.ବି. କାଉଲ ଓ କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଡ. ମାନସିଂହ ଥିଲେ। ଏମାନଙ୍କ ସହିତ ଓଡ଼ିଶା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ ଲେଙ୍କା, ଜିଲାର କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ତିର୍ତ୍ତୋଲ ବ୍ଲକର ମଣିଜଙ୍ଗା, ନିମକଣା, ବୋଧେଇ, କୃଷ୍ଣଚନ୍ଦ୍ରପୁର, ଏରସମା ବ୍ଲକର ନିମୋଳ, କୋଠି, କୁଜଙ୍ଗ ବ୍ଲକର ବାଲିଆ, ଜିଲାନାସୀ ପଞ୍ଚାୟତର ଜୟଶଙ୍ଖପୁର ସହ ତାଳଦଣ୍ଡା ଅଞ୍ଚଳର କ୍ଷତିଗ୍ରସ୍ତ ଧାନ, ଅଣଧାନ (ଚିନାବାଦାମ) ଓ ପନିପରିବା ଫସଲର ସ୍ଥିତି ଦେଖିଥିଲେ। ପ୍ରତିନିଧି ଦଳ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଏସବୁ ଦେଖିଲା ପରେ ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ପ୍ରଭାବରେ ଉପକୂଳ ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ଜଗତ୍‌ସିଂହପୁରରେ ଅଧିକ ବର୍ଷିଥିଲା। ଅମଳ ସମୟରେ ଏହି ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ୬ଟି ଜିଲା କ୍ଷେତ୍ର ପରିଦର୍ଶନ କରି ସୋମବାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ, ଟୁଇଟ୍‌ କରି କହିଲେ ଏମିତି…

ଭୁବନେଶ୍ୱର,୨୦।୫: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଓଡ଼ିଶାରେ ଜଣେ ମାଫିଆ ଅଛନ୍ତି, କାହାକୁ ଏମିତି ମାଫିଆ କହିଲେ ମୋଦି, ଜାଣନ୍ତୁ…

ଅନୁଗୋଳ,୨୦।୫: ଅନୁଗୋଳରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଓଡ଼ିଶାର ଗରିବୀ ଦେଖିଲେ ମୋ ଛାତିରେ ବହୁତ କଷ୍ଟ ହେଉଛି। ସମୃଦ୍ଧ ଓ...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri