Posted inUncategorized

କେନ୍ଦ୍ର କହିଲା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଅଧୀନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପକ୍ଷରୁ ସୋମବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏକ ଚିଠି ଲେଖାଯାଇ ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେଉଁ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଚିଠିରେ କାହାରି ନାମ ଦର୍ଶାଯାଇ ନାହିଁ। କିନ୍ତୁ ଗତ ୨୪ ତାରିଖରେ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଭିଯୋଗ ସମ୍ବଳିତ ପେନ୍‌ଡ୍ରାଇଭ ଏବଂ ସିଡି ଆଧାରରେ ଦିଆଯାଇଥିବା ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ବିଭିନ୍ନ ଜିଲା ଗସ୍ତ କରି ସାଧାରଣ ସଭା ସହ ପ୍ରକଳ୍ପମାନ ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନଙ୍କୁ ପ୍ରତ୍ୟେକ ଦିନ ବିରୋଧୀ ଟାର୍ଗେଟ କରିବାରେ ଲାଗିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ କିପରି ଏତେ ଟଙ୍କା ଖର୍ଚ୍ଚ କରି ସାଧାରଣ ସଭା ସହିତ ସବୁ ପ୍ରକଳ୍ପ ପାଇଁ ଆର୍ଥିକ ଘୋଷଣା କରୁଛନ୍ତି, ତାହା ହେଉଛି ବିରୋଧୀଙ୍କ ମୁଖ୍ୟ ଅଭିଯୋଗ। ରାଜ୍ୟରେ ମନ୍ତ୍ରୀ, ବିଧାୟକମାନେ ଥାଉଥାଉ ଜଣେ ସଚିବ ପାହ୍ୟା ଅଫିସରଙ୍କ ଲାଗି ଯେଉଁଭଳି ସୁରକ୍ଷା ବ୍ୟବସ୍ଥା ସହିତ ଲୋକ ବୁହା ହୋଇ ସଭାର ଆୟୋଜନ ହେଉଛି ତାହାକୁ ନେଇ ସେମାନେ ବାରମ୍ବାର ପ୍ରଶ୍ନ କରୁଛନ୍ତି। ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମିଳିତ ଭାବେ କେନ୍ଦ୍ର କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଭାଜପା ନେତାଦ୍ୱୟଙ୍କ ଅଭିଯୋଗକୁ ଆଧାରକରି ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଥିବା ଜଣାପଡିଛି। ଭାଜପାର ଏହି ଦୁଇ ନେତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ଜଣେ ଅଲ୍‌ ଇଣ୍ଡିଆ ସର୍ଭିସ୍‌ ଅଫିସର୍‌ ଏବେ ରାଜନୈତିକ କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା ସହିତ ସାଧାରଣ ସଭାରେ ରାଜନେତାଙ୍କ ସ୍ବରରେ ଭାଷଣ ରଖୁଛନ୍ତି। ୨୦୦୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଏବେ ସବୁଆଡ଼େ ଯିବା ଲାଗି ରାଜ୍ୟ ବିମାନ ଏବଂ ହେଲିକପ୍ଟର ବ୍ୟବହାର କରୁଛନ୍ତି। ଏହା ଭାରତୀୟ ଚାକିରି ସର୍ତ୍ତାବଳୀ ରୁଲ୍ସ, ୧୯୬୮ର ରୁଲ୍‌ ୫(୧), ରୁଲ୍‌ ୧୨(୧)ର ଖୋଲା ଉଲ୍ଲଂଘନ। ଏହାର ତୁରନ୍ତ ତଦନ୍ତ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।
ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବଙ୍କୁ ସେ ଚିଠି ପଠାଇଛନ୍ତି। ସର୍ବଭାରତୀୟ କଣ୍ଡକ୍ଟ ରୁଲ୍ସ ଉଲ୍ଲଂଘନ ହେଉଥିବା ସେ ଅଭିଯୋଗ କରିଛନ୍ତି। ସର୍ଭିସ୍‌ କଣ୍ଡକ୍ଟ ରୁଲ୍ସ ଉଲ୍ଲଂଘନର ଏକାଧିକ ଉଦାହରଣ ମଧ୍ୟ ଦେଇଛନ୍ତି। ଦଳୀୟ ଚିହ୍ନ ସହ ସଚିବଙ୍କ ହୋର୍ଡିଂ ଲାଗିଥିବା ବିଜୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri