Posted inUncategorized

କେନ୍ଦ୍ର କହିଲା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଅଧୀନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପକ୍ଷରୁ ସୋମବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏକ ଚିଠି ଲେଖାଯାଇ ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେଉଁ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଚିଠିରେ କାହାରି ନାମ ଦର୍ଶାଯାଇ ନାହିଁ। କିନ୍ତୁ ଗତ ୨୪ ତାରିଖରେ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଭିଯୋଗ ସମ୍ବଳିତ ପେନ୍‌ଡ୍ରାଇଭ ଏବଂ ସିଡି ଆଧାରରେ ଦିଆଯାଇଥିବା ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ବିଭିନ୍ନ ଜିଲା ଗସ୍ତ କରି ସାଧାରଣ ସଭା ସହ ପ୍ରକଳ୍ପମାନ ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନଙ୍କୁ ପ୍ରତ୍ୟେକ ଦିନ ବିରୋଧୀ ଟାର୍ଗେଟ କରିବାରେ ଲାଗିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ କିପରି ଏତେ ଟଙ୍କା ଖର୍ଚ୍ଚ କରି ସାଧାରଣ ସଭା ସହିତ ସବୁ ପ୍ରକଳ୍ପ ପାଇଁ ଆର୍ଥିକ ଘୋଷଣା କରୁଛନ୍ତି, ତାହା ହେଉଛି ବିରୋଧୀଙ୍କ ମୁଖ୍ୟ ଅଭିଯୋଗ। ରାଜ୍ୟରେ ମନ୍ତ୍ରୀ, ବିଧାୟକମାନେ ଥାଉଥାଉ ଜଣେ ସଚିବ ପାହ୍ୟା ଅଫିସରଙ୍କ ଲାଗି ଯେଉଁଭଳି ସୁରକ୍ଷା ବ୍ୟବସ୍ଥା ସହିତ ଲୋକ ବୁହା ହୋଇ ସଭାର ଆୟୋଜନ ହେଉଛି ତାହାକୁ ନେଇ ସେମାନେ ବାରମ୍ବାର ପ୍ରଶ୍ନ କରୁଛନ୍ତି। ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମିଳିତ ଭାବେ କେନ୍ଦ୍ର କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଭାଜପା ନେତାଦ୍ୱୟଙ୍କ ଅଭିଯୋଗକୁ ଆଧାରକରି ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଥିବା ଜଣାପଡିଛି। ଭାଜପାର ଏହି ଦୁଇ ନେତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ଜଣେ ଅଲ୍‌ ଇଣ୍ଡିଆ ସର୍ଭିସ୍‌ ଅଫିସର୍‌ ଏବେ ରାଜନୈତିକ କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା ସହିତ ସାଧାରଣ ସଭାରେ ରାଜନେତାଙ୍କ ସ୍ବରରେ ଭାଷଣ ରଖୁଛନ୍ତି। ୨୦୦୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଏବେ ସବୁଆଡ଼େ ଯିବା ଲାଗି ରାଜ୍ୟ ବିମାନ ଏବଂ ହେଲିକପ୍ଟର ବ୍ୟବହାର କରୁଛନ୍ତି। ଏହା ଭାରତୀୟ ଚାକିରି ସର୍ତ୍ତାବଳୀ ରୁଲ୍ସ, ୧୯୬୮ର ରୁଲ୍‌ ୫(୧), ରୁଲ୍‌ ୧୨(୧)ର ଖୋଲା ଉଲ୍ଲଂଘନ। ଏହାର ତୁରନ୍ତ ତଦନ୍ତ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।
ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବଙ୍କୁ ସେ ଚିଠି ପଠାଇଛନ୍ତି। ସର୍ବଭାରତୀୟ କଣ୍ଡକ୍ଟ ରୁଲ୍ସ ଉଲ୍ଲଂଘନ ହେଉଥିବା ସେ ଅଭିଯୋଗ କରିଛନ୍ତି। ସର୍ଭିସ୍‌ କଣ୍ଡକ୍ଟ ରୁଲ୍ସ ଉଲ୍ଲଂଘନର ଏକାଧିକ ଉଦାହରଣ ମଧ୍ୟ ଦେଇଛନ୍ତି। ଦଳୀୟ ଚିହ୍ନ ସହ ସଚିବଙ୍କ ହୋର୍ଡିଂ ଲାଗିଥିବା ବିଜୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?