କେନ୍ଦ୍ର ଉତ୍ତରଦାୟୀ

୨୦୧୭ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବଡ଼ ଧୁମଧାମରେ ଲାଗୁ କରାଯାଇଥିଲା। କିନ୍ତୁ ତାହା ଏବେ ଅସଫଳ ହୋଇଛି। ସ୍ବାଧୀନ ଭାରତରେ ଟିକସ କ୍ଷେତ୍ରରେ ସଂସ୍କାର ଆଣିବାରେ ଏହା ସବୁଠୁ ବଡ ପଦକ୍ଷେପ। କିନ୍ତୁ ଏହା ତା ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ଜିଏସ୍‌ଟି କାଉନ୍‌ସିଲରେ ସିଂହଭାଗ ଥିବା କେନ୍ଦ୍ର ଓ ବାର୍ଷିକ ୧୪ ପ୍ରତିଶତ କ୍ଷତିପୂରଣ ଦେବାର ପ୍ରଲୋଭନ ଦେଖାଇ ମୁହଁ ବନ୍ଦ କରିଦିଆଯାଇଥିବା ରାଜ୍ୟଗୁଡିକ ଉଭୟେ ଏଥିରେ କ୍ଷତି ସହିଛନ୍ତି। ଏପରିକି ଗତ ସପ୍ତାହରେ କେନ୍ଦ୍ର ସରକାର ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରି କହିଥିଲେ ଯେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଉ ଦେଇପାରିବେ ନାହିଁ ଏବଂ ରାଜ୍ୟ ସରକାରଗୁଡିକ ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ରୁ ସ୍ବାଧୀନ ଭାବେ ଋଣ ନେଇପାରିବେ। ହେଲେ ଏ ବିଲ୍‌ କିଏ ପଇଠ କରିବ? କେରଳ ସମେତ ବହୁ ରାଜ୍ୟ ପ୍ରସ୍ତାବ ଦେଇଛନ୍ତି ଯେ କେନ୍ଦ୍ର ନିଜେ ଆର୍‌ବିଆଇରୁ ଋଣ କରି ରାଜ୍ୟଗୁଡିକୁ ଦେଉ। କିନ୍ତୁ କେନ୍ଦ୍ର ଏହାକୁ ଗ୍ରହଣ କରିନାହିଁ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପୁଡୁଚେରୀ ଭଳି ରାଜ୍ୟଗୁଡିକ ବିରକ୍ତି ଭାବ ପ୍ରକାଶ କରି ଜିଏସ୍‌ଟି ପୂର୍ବ ସ୍ଥିତିକୁ ଫେରିଯିବା ଲାଗି ଚେତାବନୀ ଦେଇଛନ୍ତି। ଏହି ପରିସ୍ଥିତିରେ କେନ୍ଦ୍ର ଏଭଳି ଅସହାୟ ହୋଇପଡିଛି ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରାଜସ୍ବ ହ୍ରାସ ଲାଗି ଶେଷରେ ଭଗବାନଙ୍କୁ ଦୋଷ ଦେଇଛନ୍ତି।
ଜିଏସ୍‌ଟି ସିଷ୍ଟମ ସମ୍ପୂଣ୍ଣର୍ର୍ ତ୍ରୁଟିଯୁକ୍ତ ଥିଲା। ଭାଜପା ତରବରିଆ ଭାବେ ରାଜନୈତିକ ଫାଇଦା ଉଠାଇବା ଲାଗି ଏହି ପରୋକ୍ଷ ଟିକସ ବ୍ୟବସ୍ଥାକୁ ଲାଗୁ କଲା ଓ ରାଜ୍ୟ ସରକାରଗୁଡିକୁ ମୋଟା ଅଙ୍କର କ୍ଷତିପୂରଣ ଦେବାର ଲୋଭ ଦେଖାଇ ଏଥିରେ ସ୍ବାକ୍ଷର କରାଇନେଲା। ଚୁକ୍ତି ସମୟରେ ଜିଏସ୍‌ଟିର ନିୟମାନୁସାରେ ରାଜ୍ୟଗୁଡିକୁ ୧୪ ପ୍ରତିଶତ କ୍ଷତିପୂରଣ ଦେବ ବୋଲି କେନ୍ଦ୍ର କହିଥିଲା। ଏହା ଏକ ହିସାବ ଉପରେ ଆଧାରିତ ଥିଲା। ତାହା ହେଉଛି ବର୍ଷକୁ ବର୍ଷ ରାଜ୍ୟଗୁଡିକର ରାଜସ୍ବ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଇବ। ରାଜ୍ୟର ବାର୍ଷିକ ରାଜସ୍ବ ହିସାବ କରିବାକୁ ୨୦୧୫-୧୬କୁ ବେସ୍‌ ଇୟର ବା ଆଧାର ବର୍ଷ ଭାବେ ନିଆଯାଇଥିଲା। ଲକ୍ଷ୍ୟ ରଖାଯାଇଥିବା ୧୪ ପ୍ରତିଶତ ଅଭିବୃଦ୍ଧି ଓ ପ୍ରକୃତ ଜିଏସ୍‌ଟି ରାଜସ୍ବ ମଧ୍ୟରେ ଯାହା ଅନ୍ତର ରହିବ ତାହାକୁ କ୍ଷତିପୂରଣ ମାଧ୍ୟମରେ ପୂରଣ କରାଯିବ। ବିଭିନ୍ନ ସିନ୍‌ ଗୁଡ୍‌ସ(ତମାଖୁ ଏବଂ ମଦ ଇତ୍ୟାଦି) କିମ୍ବା ବିଳାସମୟ ଦ୍ରବ୍ୟ ଉପରେ ସେସ୍‌ ଧାର୍ଯ୍ୟ କରି ତଜ୍ଜନିତ ସଂଗୃହୀତ ସମ୍ବଳ ଦ୍ୱାରା ରାଜ୍ୟଗୁଡ଼ିକର କ୍ଷତି ଭରଣା କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ସିଦ୍ଧାନ୍ତ ଜିଏସ୍‌ଟିକୁ ବିରୋଧ କରୁଥିବା ତାମିଲନାଡୁ ଭଳି ଅମାନିଆ ରାଜ୍ୟଗୁଡିକୁ ଚୁପ୍‌ କରିଦେଇଥିଲା। କେନ୍ଦ୍ରରେ ଉପା କ୍ଷମତାରେ ଥିଲାବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ସେତେେବେଳ ନିଜେ ଜିଏସ୍‌ଟିକୁ ବିରୋଧ କରିଥିଲେ। ତେବେ ୧୪ ପ୍ରତିଶତର ଅପ୍ରତ୍ୟାଶିତ ଲୋଭନୀୟ କ୍ଷତିପୂରଣ ଏଭଳି ନୂଆ ଟିକସ ସଂସ୍କାର ଉପରେ ଉଠୁଥିବା ସବୁ ସମାଲୋଚନାକୁ ବନ୍ଦ କରିଦେଇଥିଲା। କମ୍‌ ସମୟରେ ରାଜସ୍ବ ବୃଦ୍ଧିର ପ୍ରତିଶ୍ରୁତି ପାଇ ରାଜ୍ୟଗୁଡିକର ଟ୍ୟାକ୍ସେସନର କ୍ଷମତା ଦୂର ହୋଇଗଲା। ଏଭଳି ଅପ୍ରତ୍ୟାଶିତ ଲୋଭନୀୟ ପ୍ରତିଶ୍ରୁତି ଓଡିଶା ସମେତ ବହୁ ରାଜ୍ୟକୁ ବାସ୍ତବରେ ଏହି ଜନବାଦୀ ଯୋଜନା ଓ ନିର୍ବାଚନ ପାଇଁ ଅଧିକ ଉତ୍ସାହିତ କରିଥିତ୍ଲା।
ଏଠାରେ ମୂଳ ଦୋଷ ହେଲା ଏଭଳି ଜଟିଳ ବ୍ୟବସ୍ଥା ପରିବର୍ତ୍ତେ ରାଜ୍ୟଗୁଡିକ ପାଇଁ ରଖାଯାଇଥିବା କ୍ଷତିପୂରଣକୁ ପ୍ରକୃତ ଆର୍ଥିକ ଅଭିବୃଦ୍ଧି ସହ ଯୋଡିବା ଉଚିତ ଥିତ୍ଲା। ଏବେ ରାଜ୍ୟ ସରକାରଗୁଡିକୁ ପଛକୁ ଫେରିିବାକୁ ଚାହଁୁନାହାନ୍ତି କି କେନ୍ଦ୍ର କଥାରୁ ହଟିବାକୁ ଚାହଁୁନି। ଏହା ବାସ୍ତବରେ ଏକ କଠିନ ସମସ୍ୟା। ଗତ ଗୁରୁବାର ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ଯାହା କଲା ସେଥିରୁ ଜଣାପଡୁଛି ଯେ କେନ୍ଦ୍ର ତା ଦାୟିତ୍ୱରୁ ଓହରିଯାଇ ପାରିବନାହଁ। କେନ୍ଦ୍ର ରାଜ୍ୟଗୁଡିକୁ ଜିଏସ୍‌ଟିରେ ସ୍ବାକ୍ଷର କରିବା ପାଇଁ ମିଠା କଥା କହିଥିଲା ଓ ବଳ ପ୍ରୟୋଗ କରିଥିଲା ଏବଂ ଏବେ କ୍ଷତି ହେବାବେଳେ କେନ୍ଦ୍ର ତା ପ୍ରତିଶ୍ରୁତିରୁ ହଟିଯାଇପାରିବ ନାହିଁ। କୋଭିଡ୍‌-୧୯ ମହାମାରୀ ପ୍ରତ୍ୟେକ ରାଜ୍ୟର ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧୂଳିସାତ କରିଦେଇଛି। ରାଜ୍ୟରେ ଏବେ ସ୍ବାସ୍ଥ୍ୟ ଉପର ଗୁରୁତ୍ୱ ଅଧିକ ଦିଆଯାଉଛି ଓ ଏ କ୍ଷେତ୍ରରେ ବ୍ୟୟ ମଧ୍ୟ ଆକାଶ ଛୁଇଁଛି। ରାଜ୍ୟଗୁଡିକ ପାଇଁ ଏହା ଏକ ଜଟିଳ ସମୟ ହୋଇଥିବାରୁ କେନ୍ଦ୍ର ସେମାନେ ନିଜକୁ ନିଜେ ବଞ୍ଚାନ୍ତୁ ବୋଲି କହିପାରିବ ନାହିଁ। କ୍ଷତିପୂରଣ ଗ୍ୟାରେଣ୍ଟି ଧାରା ଆଇନଗତ ଭାବେ କୋର୍ଟରେ ଲାଗୁ କରାଯାଇପାରିନାହଁ ବୋଲି କହି ଏଭଳି ବିଭ୍ରାଟରୁ ଖସିଯିବାକୁ କେନ୍ଦ୍ର ବାହାନା କରିପାରେ। ଜାନୁୟାରୀ ୨୦୧୭ରେ ପୂରା ୫ ବର୍ଷ ଲାଗି କ୍ଷତିପୂରଣ ଦେବାର ଗ୍ୟାରେଣ୍ଟି ଲାଗି ଜିଏସ୍‌ଟି କ୍ଷତିପୂରଣ ଡ୍ରାଫ୍ଟକୁ ସଂଶୋଧନ କରିବାକୁ କର୍ନାଟକ ଯୁକ୍ତି ବାଢିଥିଲା। ଏହା ଉପରେ କେନ୍ଦ୍ର ରାଜି ହୋଇଥିଲା ଓ ସେସ୍‌ କମ୍‌ ରହିଲେ ବି କ୍ଷତିପୂରଣ ଦିଆଯିବ ବୋଲି କହିଥିଲା। ଆଇନରେ ସଂଶୋଧନ ହେବା ଉଚିତ ବୋଲି କାଉନସିଲ ମଧ୍ୟ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାହା ଶେଷରେ ହୋଇପାରିଲା ନାହିଁ। ଏହା କାହିଁକି କରାଗଲା ନାହିଁ ବୋଲି ଯେତେବେଳେ ତେଲଙ୍ଗାନା କହିଲା ସେତେେବେଳ ଏହି ଆଇନ ଆଣିବାରେ ମୁଖ୍ୟ ଭୂମିକା ନେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ନିଶ୍ଚିତ ଏବଂ ଏଥିତ୍ପାଇଁ କେନ୍ଦ୍ର ଅନ୍ୟ ସଂସାଧନ ଯୋଗାଡ କରିପାରେ ବୋଲି କହିଥିଲେ। ଏହି ଆଶ୍ୱାସନାରୁ ଜଣାପଡେ ଯେ, ଆର୍‌ବିଆଇରୁ ଋଣ କରି ରାଜସ୍ବ ହ୍ରାସ ଭରଣା କରିବା ପାଇଁ ରାଜ୍ୟଗୁଡିକୁ କେନ୍ଦ୍ର ଛାଡ଼ିଦେଇ ନ ପାରେ। ଆମ ସଂଘୀୟ ବ୍ୟବସ୍ଥାର ଏକ ବଡ଼ ଅଂଶୀଦାର କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତିକୁ ଅସ୍ବୀକାର ନ କରି ଆଗକୁ ଋଣର ଉତ୍ତରଦାୟିତ୍ୱ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri