ପୁରୀ ବେଳାଭୂମି ପାଇଁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ସୁପାରିସ କଲା କେନ୍ଦ୍ର

ପୁରୀ ଅଫିସ,୩ା୯:ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍‌ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ଲାଗି ଅନ୍ତର୍ଜାତୀୟ ଜୁରୀ (ଡେନ୍‌ମାର୍କ)କୁ ଦେଶର ୮ଟି ବେଳାଭୂମିର ନଁା ସୁପାରିସ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ସୁପାରିସ ହୋଇଥିବା ଏହି ବେଳାଭୂମିଗୁଡ଼ିକ ମଧ୍ୟରେ ପୁରୀ ସ୍ଥାନ ପାଇଛି। ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ପୁରୀର ସ୍ବର୍ଣ୍ଣିିମ ବେଳାଭୂମିକୁ ମନୋନୀତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟୁଇଟ୍‌ କରି କହିଛନ୍ତି ଯେ, ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ମ୍ୟାନେଜମେଣ୍ଟ (ସିକମ୍‌) ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍‌ ବ୍ଲୁ ଫ୍‌ଲାଗ ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣର ଆବଶ୍ୟକତା ଭିତ୍ତିରେ ବିମ୍‌ସ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ବର୍ଣ୍ଣିିମ ବେଳାଭୂମି ପୁରୀରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ବିମ୍‌ସ ଅଧୀନରେ ସିକମ୍‌ ଅଢେଇ ବର୍ଷରେ ୮.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି।
ପୁରୀ ବେଳାଭୂମିରେ ସ୍ବଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିିଂ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡ଼ିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟଜଳ, ୱାଚ୍‌ ଟାୱାର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି, ଲାଇଫ୍‌ଗାର୍ଡ ଓ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି। ଏହି ବିଶ୍ୱସ୍ତରୀୟ ସୁବିଧା ହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲକ୍ଷିତ ହେବ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି।
ସୂଚନାଥାଉ କି, ପୁରୀ ଗାନ୍ଧୀଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍‌’ ପାଇଁ ଚିହ୍ନଟ କରାଯାଇ ଏହାର ବିକାଶ କରାଯାଇଛି। ଏଠାରେ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କୁ ଅନ୍ତର୍ଜାତୀୟ ସୁବିଧା ପ୍ରଦାନ ଲକ୍ଷ୍ୟ ନେଇ ପରିବେଶ ଅନୁକୂଳଭିତ୍ତିକ ନିର୍ମାଣ ହୋଇଛି। କାମ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଏହାର ଲୋକାର୍ପଣ ଯୋଜନା କରୁଛି ପ୍ରଶାସନ। ଏହାକୁ କିପରି ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବ ସେ ନେଇ ଗତ ଅଗଷ୍ଟ ୨୮ ତାରିଖରେ ବିଚ୍‌ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଗୋଲ୍‌ଡେନ ବିଚ୍‌ର ନୋଡାଲ ଅଫିସର ଡ. ଅନନ୍ତ କୁମାର ସାହୁ କହିଛନ୍ତି। ଏକ ବିଶେଷଜ୍ଞ ଟିମ୍‌ ଏହି ବେଳାଭୂମି ପରିଦର୍ଶନ ତଥା ପରୀକ୍ଷା କରି ରିପୋର୍ଟ ଦେବା ପରେ ‘ବ୍ଲୁ ଫ୍ଲାଗ୍‌ ମାନ୍ୟତା’ ମିଳିବ ବୋଲି ଜଣାପଡ଼ିଛି। ଉକ୍ତ ପାଇଲଟ ପ୍ରକଳ୍ପର ବିକାଶ ପାଇଁ ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି)କୁ ପୁରୀ ଜିଲା ପ୍ରଶାସନ ଜାଗା ହସ୍ତାନ୍ତର କରିଥିଲା। ଏହି ପ୍ରକଳ୍ପ ପାଇଁ ପ୍ରଥମେ ୧୨କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। କେନ୍ଦ୍ର ସରକାର ୧୦ କୋଟି ଏବଂ ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ କୋଷ୍ଟାଲ ମ୍ୟାନେଜମେଣ୍ଟ (ସିକମ୍‌) ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି ୨୦୧୮ରେ ‘ବ୍ଲୁ ଫ୍ଲାଗ୍‌ ମାନ୍ୟତା’ ଦୌଡ଼ରେ ରହିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ଏହା ବାଦ୍‌ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri