ଗୋପାଳଙ୍କୁ ଜେଲରେ ସୁରକ୍ଷା ଦେବା ନେଇ ମାମଲା

କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ଆବେଦନକାରୀ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଗତ ୨୯ା୧ା୨୦୨୩ରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ ପୋଲିସ ଗିରଫ କରିଥିଲା। ମାମଲାର ତଦନ୍ତ ସହ ସତ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ବିଭିନ୍ନ ଜାଗାକୁ ନେବା ସହ ନାନା ପରୀକ୍ଷା କରାଇଛି। ହେଲେ ଏଯାଏ ସର୍ବସମ୍ମୁଖକୁ ସତ୍ୟ ଆସିପାରିନାହିଁ। ପୂର୍ବତନ ମନ୍ତ୍ରୀ ଦାସ ତାଙ୍କର କାର୍ଯ୍ୟକଳାପ ପାଇଁ ଲୋକପ୍ରିୟ ଥିଲେ। ସ୍ପଷ୍ଟ ଦିବାଲୋକରେ ତାଙ୍କର ହତ୍ୟା ସମଗ୍ର ରାଜ୍ୟ ପାଇଁ ଏକ ଗୁରୁତର ପ୍ରସଙ୍ଗ। ଗୋପାଳ ନିଜ ପୋଲିସ ଚାକିରି କାଳରେ ବହୁ ପୁରସ୍କାର ପାଇଛନ୍ତି। ସେ ନିଜ କାର୍ଯ୍ୟରେ ବହୁ ତତ୍ପର ଥିବାବେଳେ ତାଙ୍କ ବିରୋଧରେ କୌଣସି ଫୌଜଦାରି କାର୍ଯ୍ୟକଳାପ ନ ଥିଲା। ପୂର୍ବତନ ମନ୍ତ୍ରୀ ଦାସଙ୍କ ସହିତ ତାଙ୍କର ବି କୌଣସି ରାଜନୈତିକ ସମ୍ପର୍କ ବା ପ୍ରତିଦ୍ୱନ୍ଦ୍ୱିତା ନ ଥିଲା। ଏବେ ଗୋପାଳଙ୍କୁ ତଦନ୍ତକାରୀ ସଂସ୍ଥା ଓ କେତେକ ରାଜନୈତିକ ଦଳ ନିନ୍ଦିତ କରୁଛନ୍ତି। ପ୍ରତି ମୁହୂର୍ତ୍ତରେ ତାଙ୍କ ଜୀବନ ବିପଦରେ ରହିଛି। ସେହିପରି ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଭୟାତୁର ଜୀବନ ବିତାଉଛନ୍ତି। ଗୋପାଳ ଜଣେ ପୋଲିସ ଅଧିକାରୀ ହୋଇଥିବାବେଳେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିବା ସନ୍ଦେହ ସୃଷ୍ଟି କରୁଛି। ରାଜନୈତିକ ବ୍ୟକ୍ତିମାନେ ସମାଜରେ ସୁରକ୍ଷିତ ନ ଥିବା ବେଳେ ସାଧାରଣ ଲୋକେ ନିଜକୁ କେବେ ସୁରକ୍ଷିତ ମନେ କରୁନାହାନ୍ତି। ଗୋପାଳ ଯଦିଓ ୨୪ଘଣ୍ଟିଆ ସିସିଟିଭି କ୍ୟାମେରା ନଜରରେ ରହୁଛନ୍ତି, ତଥାପି ତାଙ୍କର ତଥା ତାଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆବେଦନରେ ଦର୍ଶାଯାଇଛି। ଏଥିରେ ପୋଲିସ ଡିଜି, ଚୌଦ୍ୱାର ଜେଲ ଅଧୀକ୍ଷକ, ଜେଲ ବିଭାଗ ଆଇଜି ଏବଂ ଆଇଟି ସେଲ୍‌ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri