କାଠକଣ୍ଢେଇ କାରିଗର କୋଣଠେସା

ସାତମାଇଲ, ୩୧ା୫ ଏକଦା ଓଡ଼ିଶାର ଦ୍ୱିତୀୟ ରଘୁରାଜପୁର ତଥା କାଠ କଣ୍ଢେଇର ଗଁା ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କନ୍ତିମିଲି ପଞ୍ଚାୟତର ଝାରବେଡ଼ା। ଏଠାକାର ଶିଳ୍ପୀ ନିର୍ଜୀବ କାଠ ଦେହରେ ସଞ୍ଚାର କରୁଥିଲେ ଜୀବନ। ଚତୁର୍ଦ୍ଧାମୂର୍ତ୍ତିଙ୍କଠାରୁ ଆରମ୍ଭ କରି କାଠ ପାନିଆ ଯାଏ ସବୁ କିଛି ତିଆରି କରିବାରେ ସେମାନେ ଥିଲେ ସିଦ୍ଧହସ୍ତ। ଶତାଧିକ କାରିଗର ପରିବାର ପାଇଁ ଏହାଥିଲା ଜୀବନଜୀବିକାର ପ୍ରମୁଖ ପନ୍ଥା। ତେବେ ପ୍ରଶାସନିକ ଅବହେଳା, ପ୍ରୋତ୍ସାହନର ଅଭାବ ଏବଂ କାଠ ଉପରେ ବନ ବିଭାଗର କଟକଣା ମୂର୍ତ୍ତି ନିର୍ମାଣରେ ସମସ୍ୟା ସୃଷ୍ଟି କରିଛି। ବିକ୍ରି ପାଇଁ ବଜାର ସୁବିଧା ନ ଥିବାରୁ ଚାରି ପିଢ଼ିର ଏହି ବୃତ୍ତି ଏବେ ଶେଷ ନିଃଶ୍ୱାସ ନେଉଛି। ବର୍ଷ ବର୍ଷ ଧରି କାରିଗରମାନେ କୋଣଠେସା ହୋଇ ରହିବା ଫଳରେ ଶିଳ୍ପୀ ଗ୍ରାମରୁ ରାଜ୍ୟ ବାହାରକୁ ଛୁଟିଛି ଦାଦନ ସୁଅ।
ହିନ୍ଦୋଳ ରାଜାଙ୍କ ପୃଷ୍ଠପୋଷକତାରେ ଗଢ଼ି ଉଠିଥିଲା ଶିଳ୍ପୀ ଗଁା ଝାରବେଡ଼ା। ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବା ଲାଗି ମାତ୍ର ୫ କାରିଗର ପରିବାରକୁ ନେଇ ଏଠାରେ ସ୍ଥାପିତ ହୋଇଥିଲା ଜନବସତି। ପୁରୁଷକ୍ରମିକ ଭାବେ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ଆସୁଥିବା ଶିଳ୍ପୀମାନେ ଫୁର୍‌ସତ ସମୟରେ ଗମ୍ଭାରୀ, ନିମ୍ବ, ମେଞ୍ଜାରୀ, ଶିମିଳି, ପାଳଧୁଆ କାଠରେ ଜଗନ୍ନାଥଙ୍କ ପ୍ରତିମା, ପାନିଆ, ଛୋଟ ରଥ, କଣ୍ଢେଇ ନିର୍ମାଣ କରି ଦୁଇ ପଇସା କମାଉଥିଲେ। ପର୍ଯ୍ୟଟକ, ବ୍ୟବସାୟୀମାନେ ଗଁାକୁ ଆସି କିଣି ନେଉଥିଲେ ସୁନ୍ଦର ଚିତ୍ରରେ ଚିତ୍ରିତ ହୋଇଥିବା କଣ୍ଢେଇ। ପୁରୀ ଘୋଷଯାତ୍ରା, କଟକ ଦଶହରା ଉତ୍ସବ, ବାଲିଯାତ୍ରା, ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ବରଗଡ଼ ଧନୁଯାତ୍ରା, ଅନୁଗୋଳର ବିଭିନ୍ନ ପର୍ବପର୍ବାଣି, ରଞ୍ଜାଗୋଳ ରଜପର୍ବ, ଝାଡ଼ବନ୍ଧ ପୌଷ ପୂର୍ଣ୍ଣିମା, ରାସୋଳ ଝାମୁଯାତ୍ରାରେ ପଡୁଥିବା ମେଳାରେ ସେମାନେ ନିର୍ମାଣ ସାମଗ୍ରୀ ବିକ୍ରିବଟା କରୁଥିଲେ। ଏବେ ବି ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ପରିବାରର ମହିଳାପୁରୁଷ ଏହି ବୃତ୍ତି ସହ ଜଡ଼ିତ। ତେବେ ଦିନକୁ ଦିନ ନିର୍ମାଣ ସାମଗ୍ରୀ, ରଙ୍ଗ ଦର ବୃଦ୍ଧି ପାଇବା ସହ କାଠ ଉପରେ ବନ ବିଭାଗର କଟକଣା ସେମାନଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଛି। ଉନ୍ନତମାନର କାମ ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉ ନ ଥିବାରୁ ଗତାନୁଗତିକ ମୂର୍ତ୍ତି ନିର୍ମାଣରେ ସୀମିତ ରହିଯାଇଛନ୍ତି ସେମାନେ।
୧୯୯୭ରେ ଅପରାଜିତା ଷଡ଼ଙ୍ଗୀ ହିନ୍ଦୋଳ ଉପଜିଲାପାଳ ଥିବାବେଳେ କାରିଗରଙ୍କ ସମସ୍ୟାକୁ ନଜରରେ ରଖି କୋଠଘର ନିର୍ମାଣ କରିବାକୁ ୧ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ତାହା ଜରାଜୀର୍ଣ୍ଣ ହୋଇପଡ଼ିଛି। ୨୦୧୪ରେ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ଉପଜିଲାପାଳ ଥିବାବେଳେ କାରିଗରଙ୍କୁ ୫,୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ସତେଯେମିତି ପ୍ରଶାସନ ଭୁଲିଯାଇଛି ଶିଳ୍ପୀଙ୍କୁ। କରୋନା ପ୍ରହାର ମୂର୍ତ୍ତିକାରଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ କରିଦେଇଛି। ତଥାପି ବରିଷ୍ଠ ଶିଳ୍ପୀମାନେ ଏଭଳି କୌଳିକ ବୃତ୍ତିକୁ ଛାଡ଼ି ନ ପାରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବଂଶାନୁକ୍ରମିକ ଭାବେ ଏଭଳି ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିଥିବା କାରିଗରଙ୍କୁ ନୂଆଶୈଳୀରେ ମୂର୍ତ୍ତି ନିର୍ମାଣ ପାଇଁ ପ୍ରଶିକ୍ଷଣ, କାଠ ସୁବିଧା, ବ୍ୟାଙ୍କ ଋଣ, ଭତ୍ତା ଯୋଗାଇ ଦିଆଗଲେ ଶିଳ୍ପୀଗ୍ରାମର ହୃତଗୌରବ ଫେରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri