କାଠକଣ୍ଢେଇ କାରିଗର କୋଣଠେସା

ସାତମାଇଲ, ୩୧ା୫ ଏକଦା ଓଡ଼ିଶାର ଦ୍ୱିତୀୟ ରଘୁରାଜପୁର ତଥା କାଠ କଣ୍ଢେଇର ଗଁା ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କନ୍ତିମିଲି ପଞ୍ଚାୟତର ଝାରବେଡ଼ା। ଏଠାକାର ଶିଳ୍ପୀ ନିର୍ଜୀବ କାଠ ଦେହରେ ସଞ୍ଚାର କରୁଥିଲେ ଜୀବନ। ଚତୁର୍ଦ୍ଧାମୂର୍ତ୍ତିଙ୍କଠାରୁ ଆରମ୍ଭ କରି କାଠ ପାନିଆ ଯାଏ ସବୁ କିଛି ତିଆରି କରିବାରେ ସେମାନେ ଥିଲେ ସିଦ୍ଧହସ୍ତ। ଶତାଧିକ କାରିଗର ପରିବାର ପାଇଁ ଏହାଥିଲା ଜୀବନଜୀବିକାର ପ୍ରମୁଖ ପନ୍ଥା। ତେବେ ପ୍ରଶାସନିକ ଅବହେଳା, ପ୍ରୋତ୍ସାହନର ଅଭାବ ଏବଂ କାଠ ଉପରେ ବନ ବିଭାଗର କଟକଣା ମୂର୍ତ୍ତି ନିର୍ମାଣରେ ସମସ୍ୟା ସୃଷ୍ଟି କରିଛି। ବିକ୍ରି ପାଇଁ ବଜାର ସୁବିଧା ନ ଥିବାରୁ ଚାରି ପିଢ଼ିର ଏହି ବୃତ୍ତି ଏବେ ଶେଷ ନିଃଶ୍ୱାସ ନେଉଛି। ବର୍ଷ ବର୍ଷ ଧରି କାରିଗରମାନେ କୋଣଠେସା ହୋଇ ରହିବା ଫଳରେ ଶିଳ୍ପୀ ଗ୍ରାମରୁ ରାଜ୍ୟ ବାହାରକୁ ଛୁଟିଛି ଦାଦନ ସୁଅ।
ହିନ୍ଦୋଳ ରାଜାଙ୍କ ପୃଷ୍ଠପୋଷକତାରେ ଗଢ଼ି ଉଠିଥିଲା ଶିଳ୍ପୀ ଗଁା ଝାରବେଡ଼ା। ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବା ଲାଗି ମାତ୍ର ୫ କାରିଗର ପରିବାରକୁ ନେଇ ଏଠାରେ ସ୍ଥାପିତ ହୋଇଥିଲା ଜନବସତି। ପୁରୁଷକ୍ରମିକ ଭାବେ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ଆସୁଥିବା ଶିଳ୍ପୀମାନେ ଫୁର୍‌ସତ ସମୟରେ ଗମ୍ଭାରୀ, ନିମ୍ବ, ମେଞ୍ଜାରୀ, ଶିମିଳି, ପାଳଧୁଆ କାଠରେ ଜଗନ୍ନାଥଙ୍କ ପ୍ରତିମା, ପାନିଆ, ଛୋଟ ରଥ, କଣ୍ଢେଇ ନିର୍ମାଣ କରି ଦୁଇ ପଇସା କମାଉଥିଲେ। ପର୍ଯ୍ୟଟକ, ବ୍ୟବସାୟୀମାନେ ଗଁାକୁ ଆସି କିଣି ନେଉଥିଲେ ସୁନ୍ଦର ଚିତ୍ରରେ ଚିତ୍ରିତ ହୋଇଥିବା କଣ୍ଢେଇ। ପୁରୀ ଘୋଷଯାତ୍ରା, କଟକ ଦଶହରା ଉତ୍ସବ, ବାଲିଯାତ୍ରା, ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ବରଗଡ଼ ଧନୁଯାତ୍ରା, ଅନୁଗୋଳର ବିଭିନ୍ନ ପର୍ବପର୍ବାଣି, ରଞ୍ଜାଗୋଳ ରଜପର୍ବ, ଝାଡ଼ବନ୍ଧ ପୌଷ ପୂର୍ଣ୍ଣିମା, ରାସୋଳ ଝାମୁଯାତ୍ରାରେ ପଡୁଥିବା ମେଳାରେ ସେମାନେ ନିର୍ମାଣ ସାମଗ୍ରୀ ବିକ୍ରିବଟା କରୁଥିଲେ। ଏବେ ବି ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ପରିବାରର ମହିଳାପୁରୁଷ ଏହି ବୃତ୍ତି ସହ ଜଡ଼ିତ। ତେବେ ଦିନକୁ ଦିନ ନିର୍ମାଣ ସାମଗ୍ରୀ, ରଙ୍ଗ ଦର ବୃଦ୍ଧି ପାଇବା ସହ କାଠ ଉପରେ ବନ ବିଭାଗର କଟକଣା ସେମାନଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଛି। ଉନ୍ନତମାନର କାମ ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉ ନ ଥିବାରୁ ଗତାନୁଗତିକ ମୂର୍ତ୍ତି ନିର୍ମାଣରେ ସୀମିତ ରହିଯାଇଛନ୍ତି ସେମାନେ।
୧୯୯୭ରେ ଅପରାଜିତା ଷଡ଼ଙ୍ଗୀ ହିନ୍ଦୋଳ ଉପଜିଲାପାଳ ଥିବାବେଳେ କାରିଗରଙ୍କ ସମସ୍ୟାକୁ ନଜରରେ ରଖି କୋଠଘର ନିର୍ମାଣ କରିବାକୁ ୧ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ତାହା ଜରାଜୀର୍ଣ୍ଣ ହୋଇପଡ଼ିଛି। ୨୦୧୪ରେ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ଉପଜିଲାପାଳ ଥିବାବେଳେ କାରିଗରଙ୍କୁ ୫,୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ସତେଯେମିତି ପ୍ରଶାସନ ଭୁଲିଯାଇଛି ଶିଳ୍ପୀଙ୍କୁ। କରୋନା ପ୍ରହାର ମୂର୍ତ୍ତିକାରଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ କରିଦେଇଛି। ତଥାପି ବରିଷ୍ଠ ଶିଳ୍ପୀମାନେ ଏଭଳି କୌଳିକ ବୃତ୍ତିକୁ ଛାଡ଼ି ନ ପାରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବଂଶାନୁକ୍ରମିକ ଭାବେ ଏଭଳି ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିଥିବା କାରିଗରଙ୍କୁ ନୂଆଶୈଳୀରେ ମୂର୍ତ୍ତି ନିର୍ମାଣ ପାଇଁ ପ୍ରଶିକ୍ଷଣ, କାଠ ସୁବିଧା, ବ୍ୟାଙ୍କ ଋଣ, ଭତ୍ତା ଯୋଗାଇ ଦିଆଗଲେ ଶିଳ୍ପୀଗ୍ରାମର ହୃତଗୌରବ ଫେରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri