କାଠକଣ୍ଢେଇ କାରିଗର କୋଣଠେସା

ସାତମାଇଲ, ୩୧ା୫ ଏକଦା ଓଡ଼ିଶାର ଦ୍ୱିତୀୟ ରଘୁରାଜପୁର ତଥା କାଠ କଣ୍ଢେଇର ଗଁା ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କନ୍ତିମିଲି ପଞ୍ଚାୟତର ଝାରବେଡ଼ା। ଏଠାକାର ଶିଳ୍ପୀ ନିର୍ଜୀବ କାଠ ଦେହରେ ସଞ୍ଚାର କରୁଥିଲେ ଜୀବନ। ଚତୁର୍ଦ୍ଧାମୂର୍ତ୍ତିଙ୍କଠାରୁ ଆରମ୍ଭ କରି କାଠ ପାନିଆ ଯାଏ ସବୁ କିଛି ତିଆରି କରିବାରେ ସେମାନେ ଥିଲେ ସିଦ୍ଧହସ୍ତ। ଶତାଧିକ କାରିଗର ପରିବାର ପାଇଁ ଏହାଥିଲା ଜୀବନଜୀବିକାର ପ୍ରମୁଖ ପନ୍ଥା। ତେବେ ପ୍ରଶାସନିକ ଅବହେଳା, ପ୍ରୋତ୍ସାହନର ଅଭାବ ଏବଂ କାଠ ଉପରେ ବନ ବିଭାଗର କଟକଣା ମୂର୍ତ୍ତି ନିର୍ମାଣରେ ସମସ୍ୟା ସୃଷ୍ଟି କରିଛି। ବିକ୍ରି ପାଇଁ ବଜାର ସୁବିଧା ନ ଥିବାରୁ ଚାରି ପିଢ଼ିର ଏହି ବୃତ୍ତି ଏବେ ଶେଷ ନିଃଶ୍ୱାସ ନେଉଛି। ବର୍ଷ ବର୍ଷ ଧରି କାରିଗରମାନେ କୋଣଠେସା ହୋଇ ରହିବା ଫଳରେ ଶିଳ୍ପୀ ଗ୍ରାମରୁ ରାଜ୍ୟ ବାହାରକୁ ଛୁଟିଛି ଦାଦନ ସୁଅ।
ହିନ୍ଦୋଳ ରାଜାଙ୍କ ପୃଷ୍ଠପୋଷକତାରେ ଗଢ଼ି ଉଠିଥିଲା ଶିଳ୍ପୀ ଗଁା ଝାରବେଡ଼ା। ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବା ଲାଗି ମାତ୍ର ୫ କାରିଗର ପରିବାରକୁ ନେଇ ଏଠାରେ ସ୍ଥାପିତ ହୋଇଥିଲା ଜନବସତି। ପୁରୁଷକ୍ରମିକ ଭାବେ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ଆସୁଥିବା ଶିଳ୍ପୀମାନେ ଫୁର୍‌ସତ ସମୟରେ ଗମ୍ଭାରୀ, ନିମ୍ବ, ମେଞ୍ଜାରୀ, ଶିମିଳି, ପାଳଧୁଆ କାଠରେ ଜଗନ୍ନାଥଙ୍କ ପ୍ରତିମା, ପାନିଆ, ଛୋଟ ରଥ, କଣ୍ଢେଇ ନିର୍ମାଣ କରି ଦୁଇ ପଇସା କମାଉଥିଲେ। ପର୍ଯ୍ୟଟକ, ବ୍ୟବସାୟୀମାନେ ଗଁାକୁ ଆସି କିଣି ନେଉଥିଲେ ସୁନ୍ଦର ଚିତ୍ରରେ ଚିତ୍ରିତ ହୋଇଥିବା କଣ୍ଢେଇ। ପୁରୀ ଘୋଷଯାତ୍ରା, କଟକ ଦଶହରା ଉତ୍ସବ, ବାଲିଯାତ୍ରା, ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ବରଗଡ଼ ଧନୁଯାତ୍ରା, ଅନୁଗୋଳର ବିଭିନ୍ନ ପର୍ବପର୍ବାଣି, ରଞ୍ଜାଗୋଳ ରଜପର୍ବ, ଝାଡ଼ବନ୍ଧ ପୌଷ ପୂର୍ଣ୍ଣିମା, ରାସୋଳ ଝାମୁଯାତ୍ରାରେ ପଡୁଥିବା ମେଳାରେ ସେମାନେ ନିର୍ମାଣ ସାମଗ୍ରୀ ବିକ୍ରିବଟା କରୁଥିଲେ। ଏବେ ବି ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ପରିବାରର ମହିଳାପୁରୁଷ ଏହି ବୃତ୍ତି ସହ ଜଡ଼ିତ। ତେବେ ଦିନକୁ ଦିନ ନିର୍ମାଣ ସାମଗ୍ରୀ, ରଙ୍ଗ ଦର ବୃଦ୍ଧି ପାଇବା ସହ କାଠ ଉପରେ ବନ ବିଭାଗର କଟକଣା ସେମାନଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଛି। ଉନ୍ନତମାନର କାମ ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉ ନ ଥିବାରୁ ଗତାନୁଗତିକ ମୂର୍ତ୍ତି ନିର୍ମାଣରେ ସୀମିତ ରହିଯାଇଛନ୍ତି ସେମାନେ।
୧୯୯୭ରେ ଅପରାଜିତା ଷଡ଼ଙ୍ଗୀ ହିନ୍ଦୋଳ ଉପଜିଲାପାଳ ଥିବାବେଳେ କାରିଗରଙ୍କ ସମସ୍ୟାକୁ ନଜରରେ ରଖି କୋଠଘର ନିର୍ମାଣ କରିବାକୁ ୧ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ତାହା ଜରାଜୀର୍ଣ୍ଣ ହୋଇପଡ଼ିଛି। ୨୦୧୪ରେ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ଉପଜିଲାପାଳ ଥିବାବେଳେ କାରିଗରଙ୍କୁ ୫,୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ସତେଯେମିତି ପ୍ରଶାସନ ଭୁଲିଯାଇଛି ଶିଳ୍ପୀଙ୍କୁ। କରୋନା ପ୍ରହାର ମୂର୍ତ୍ତିକାରଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ କରିଦେଇଛି। ତଥାପି ବରିଷ୍ଠ ଶିଳ୍ପୀମାନେ ଏଭଳି କୌଳିକ ବୃତ୍ତିକୁ ଛାଡ଼ି ନ ପାରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବଂଶାନୁକ୍ରମିକ ଭାବେ ଏଭଳି ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିଥିବା କାରିଗରଙ୍କୁ ନୂଆଶୈଳୀରେ ମୂର୍ତ୍ତି ନିର୍ମାଣ ପାଇଁ ପ୍ରଶିକ୍ଷଣ, କାଠ ସୁବିଧା, ବ୍ୟାଙ୍କ ଋଣ, ଭତ୍ତା ଯୋଗାଇ ଦିଆଗଲେ ଶିଳ୍ପୀଗ୍ରାମର ହୃତଗୌରବ ଫେରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri