ରୋଡ୍‌ ଡିଭାଇଡରରେ ପିଟିହେଲା କାର୍‌, ୨ ଗୁରୁତର

ସାକ୍ଷୀଗୋପାଳ,୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍‌ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଭୁବନେଶ୍ୱରରୁ ୪ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଓଡି ୦୨ ବି.ଜି ୭୭୪୪ ନମ୍ବର କାର୍‌ଟି ଭାରସାମ୍ୟ ହରାଇ ପ୍ରଥମେ ରୋଡ୍‌ ଡିଭାଇଡର ଉପରକୁ ମାଡ଼ିଯାଇ ବିପରୀତ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦ୍ରୁତଗତିରେ ଆସୁଥିବାରୁ ରାସ୍ତାପାର୍ଶ୍ୱ ଲୁହାର ସୁରକ୍ଷାବାଡ଼ରେ ପିଟିହୋଇ ହୋଇଥିଲା। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ପୂଜା ତ୍ରିପାଠୀ ୨୧ ବର୍ଷ ଓ ଅବିନାଶ ଦାଶ ୨୨ ବର୍ଷଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ଯାତ୍ରୀ ଶ୍ରୀତେଷ ପାତ୍ର ଓ ଅଭିଷେକ ବଳିୟାରସିଂହଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri