ରୋଡ୍‌ ଡିଭାଇଡରରେ ପିଟିହେଲା କାର୍‌, ୨ ଗୁରୁତର

ସାକ୍ଷୀଗୋପାଳ,୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍‌ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଭୁବନେଶ୍ୱରରୁ ୪ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଓଡି ୦୨ ବି.ଜି ୭୭୪୪ ନମ୍ବର କାର୍‌ଟି ଭାରସାମ୍ୟ ହରାଇ ପ୍ରଥମେ ରୋଡ୍‌ ଡିଭାଇଡର ଉପରକୁ ମାଡ଼ିଯାଇ ବିପରୀତ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦ୍ରୁତଗତିରେ ଆସୁଥିବାରୁ ରାସ୍ତାପାର୍ଶ୍ୱ ଲୁହାର ସୁରକ୍ଷାବାଡ଼ରେ ପିଟିହୋଇ ହୋଇଥିଲା। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ପୂଜା ତ୍ରିପାଠୀ ୨୧ ବର୍ଷ ଓ ଅବିନାଶ ଦାଶ ୨୨ ବର୍ଷଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ଯାତ୍ରୀ ଶ୍ରୀତେଷ ପାତ୍ର ଓ ଅଭିଷେକ ବଳିୟାରସିଂହଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଆଠମଲ୍ଲିକରେ ବ୍ୟାପକ କ୍ଷତି

ବଇଣ୍ଡା,୩।୬(ଡି.ଏନ.ଏ.)-କିଶୋରନଗର ବ୍ଲକରେ ରବିବାର ହୋଇଥିବା କାଳବୈଶାଖୀରେ ବଇଣ୍ଡା ଜନତା କଲେଜର ବ୍ୟାପକ କ୍ଷତି ହୋଇଛି। କଲେଜରେ ଥିବା ଅନେକ ଶ୍ରେଣୀ ଗୃହରୁ ଆଜବେଷ୍ଟସ ଉଡ଼ିଯାଇଛି। ସେହିପରି...

କ୍ୟାମେରା ସ୍କାନରରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍‌ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ...

‘ପୁରସ୍କାର ଦ୍ୱାରା ସାମାଜିକ ଦାୟିତ୍ୱବୋଧ ବଢ଼େ’

ନିମାପଡ଼ା,୬ା୯(ଡି.ଏନ୍‌.ଏ.):ଚଳିତବର୍ଷ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା...

ପ୍ରଥମ ଦିନରେ ୮୭୭୨ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ ୧୬ରେ ହେବ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସୋମବାର ନାମାଙ୍କନ ପତ୍ର ଦାଖଲ...

ମଦଭାଟି ମ୍ୟାନେଜରଙ୍କଠାରୁ ଲୁଟ୍‌ ଘଟଣା : ୪ ଗିରଫ

ବଅଁରପାଳ,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ମହୀଧରପୁର ରାସ୍ତାର ଫୁଲୁପଡ଼ା ନିକଟରୁ ଗତ ଜୁନ୍‌ ୧୪ ତାରିଖରେ ଜଣେ ମଦଭାଟି ମ୍ୟାନେଜରଙ୍କ ଠାରୁ ସ୍କୁଟି...

ନାଳରୁ ମିଳିଲା ଯୁବକଙ୍କ ମୃତଦେହ

ଆର.ଉଦୟଗିରି,୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଆରସି ସାହି ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ରାମଗିରି ଥାଟରାଜ୍‌ କଲୋନୀର...

ଟ୍ରକ୍‌ ଚକ ତଳେ ପଡ଼ିଗଲେ ବାଇକ୍‌ ଆରୋହୀ

ଫୁଲନଖରା,୩।୭:(ଡି.ଏନ୍‌.ଏ.): କଟକ ସଦର ଥାନା ଅଧୀନ ଫୁଲନଖରା ନିଆଳି ରାସ୍ତା କୁରାଙ୍ଗ ଶାସନ ନିକଟରେ ରବିବାର ଏକ ସଡ଼କ ଦୁର୍ଘଣାରେ ଜଣେ ବାଇକ୍‌ ଆରୋହୀ ଗୁରୁତର...

ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ: ବଅଁରପାଳରେ ପ୍ରଭାବ

ବଅଁରପାଳ,୨୪।୭(ଡି.ଏନ୍‌.ଏ.): ମୃତଦେହ ବ୍ୟବଚ୍ଛେଦ, ସଂରକ୍ଷଣ ଗୃହରୁ ୨ ମୃତଦେହରୁ ଆଖି ଗାଏବ, ନାବାଳିକାଙ୍କୁ ବଳାତ୍କାର ଓ ଅନୁଗୋଳ ସହରରେ ଆବର୍ଜନା ଭର୍ତ୍ତି ହେବା ଆଦି ଘଟଣାକୁ...

Advertisement
Archives

Model This Week